ଓଡିଶା

odisha

ETV Bharat / sports

କୋହଲିଙ୍କ ଶତକ ସେଲିବ୍ରେଟ୍ କଲେ ପାକିସ୍ତାନୀ ଫ୍ୟାନ୍ସ; ଭିଡିଓ ସୋସିଆଲ ମିଡିଆରେ ଭାଇରାଲ - PAKISTANI FANS CHEERS VIRAT KOHLI

କୋହଲିଙ୍କ ଶତକକୁ ସେଲିବ୍ରେଟ୍ କଲେ ପାକିସ୍ତାନୀ ପ୍ରଶଂସକ । ପାକିସ୍ତାନକୁ 6 ଓ୍ବିକେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।

Virat Kohli
Virat Kohli (AFP Photo)

By ETV Bharat Odisha Team

Published : Feb 24, 2025, 3:19 PM IST

Updated : Feb 24, 2025, 5:10 PM IST

ଦୁବାଇ:ବିଶ୍ୱର କୋଣ ଅନୁକୋଣ ତଥାପାକିସ୍ତାନରେ ମଧ୍ୟ ଅଛନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପ୍ରଶଂସକ । ଏହି ଡ୍ୟାସିଂ ବ୍ୟାଟ୍ସମ୍ୟାନ୍ ଭାରତୀୟ ପ୍ରଶଂସକଙ୍କ ଠାରୁ ଯେତିକି ପ୍ରେମ ପାଆନ୍ତି, ତାଙ୍କୁ ପାକିସ୍ତାନୀ ପ୍ରଶଂସକମାନେ ମଧ୍ୟ ସେତିକି ପ୍ରେମ କରିଥାନ୍ତି । ବିରାଟ କୋହଲିଙ୍କ ଦମଦାର ଶତକ ସହାୟତାରେ ଭାରତ ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ପାକିସ୍ତାନକୁ 6 ୱିକେଟରେ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି 2025ରୁ ପାକିସ୍ତାନକୁ ଏକ ପ୍ରକାର ବିଦାୟୀ ରାସ୍ତା ଦେଖାଇଛି । କିନ୍ତୁ, ପାକିସ୍ତାନୀ ପ୍ରଶଂସକମାନେ ବିରାଟ କୋହଲିଙ୍କ ଶତକକୁ ସେଲିବ୍ରେଟ୍ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପାକିସ୍ତାନରେ ସେଲିବ୍ରେଟ୍ ହେଲା କୋହଲିଙ୍କ ଶତକ-

ଭାରତର ଷ୍ଟାର ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚରେ 100 ରନର ଅପରାଜିତ ଇନିଂସ ଖେଳିଥିଲେ । କୋହଲି ନିଜର 51 ତମ ODI ଶତକ ସହ ଭାରତର ବିଜୟ ନିଶ୍ଚିତ କରିଥିଲେ । ଏହା ପାକିସ୍ତାନ ପାଇଁ ଏକ ଲଜ୍ଜାଜନକ ପରାଜୟ ଥିଲା । କିନ୍ତୁ, ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ବିରାଟ ଶତକ ହାସଲ କରିବା ପରେ ପାକିସ୍ତାନୀ ପ୍ରଶଂସକମାନେ ବିଶେଷକରି ମହିଳା ପ୍ରଶଂସକ ଆନନ୍ଦରେ ନାଚିବା ଆରମ୍ଭ କରିଥିଲେ । ନିଜ ଦଳର ପରାଜୟରେ ଦୁଃଖି ନହୋଇ କୋହିଲଙ୍କ ଦମଦାର ଶତକକୁ ସେଲିବ୍ରେଟ କରିଥିଲେ ପାକିସ୍ତାନୀ ପ୍ରଶଂସକ ।

ଭାଇରାଲ ହୋଇଥିବା ଏହି ଭିଡିଓରେ ପାକିସ୍ତାନ କ୍ରିକେଟ୍ ଦଳର ପ୍ରଶଂସକମାନେ କମେଣ୍ଟ ଜାରି ରଖିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, 'ମାନସିକ ସ୍ଥିତି ଏପରି ଯେ ବିରାଟ କୋହଲିଙ୍କ ଶତକ ପାଇଁ ପାକିସ୍ତାନରେ ଉତ୍ସାହ ଚରମସିମାରେ ।' ଯେତେବେଳେ କି, ଅନ୍ୟ ଜଣେ ଲେଖିଛନ୍ତି- 'ରାଜା କୋହଲିଙ୍କ ପାଗଳାମୀ ସୀମା ଜାଣେ ନାହିଁ ।'

କୋହଲିଙ୍କ 51 ତମ ODI ଶତକ-

ପାକିସ୍ତାନ ବିପକ୍ଷ ମହାନ ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ୍ ନିଜର 51 ତମ ODI ଶତକ ହାସଲ କରିଛନ୍ତି । ବିରାଟ 7 ଚୌକା ସହାୟତାରେ 111 ବଲରେ 100 ରନର ଅପରାଜିତ ଇନିଂସ ଖେଳିଥିଲେ । ଏହି ସ୍ପେଶାଲ୍ ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍‌ରେ କୋହଲି ଦ୍ରୁତତମ 14,000 ରନ୍ ସ୍କୋର କରିବାର ରେକର୍ଡ ମଧ୍ୟ କରିଛନ୍ତି । ଏହା ବ୍ୟତୀତ ବିରାଟ ମଧ୍ୟ ଖେଳାଳି ମଧ୍ୟ ଭାରତ ପାଇଁ ODI କ୍ରିକେଟରେ ସର୍ବାଧିକ କ୍ୟାଚ୍ ନେଇଥିବା କ୍ରିକେଟର ବନିଯାଇଛନ୍ତି ।

ପାକିସ୍ତାନକୁ ହରାଇ ସେମିଫାଇନାଲରେ ଭାରତ

ଚାମ୍ପିଅନ୍ସ ଟ୍ରଫି 2025 ର ମେଗା ମ୍ୟାଚ୍ ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ରେ ଭାରତ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତର ଏହି ଚମତ୍କାର ବିଜୟର ହିରୋ ଥିଲେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ଯିଏ ଅପରାଜିତ ଶତକ ହାସଲ କରି ପାକିସ୍ତାନକୁ ପରାଜୟର ସ୍ୱାଦ ଦେଇଥିଲେ ।

ଏହା ବି ପଢନ୍ତୁ- Champions Trophy 2025; ଏବେ ବି ସେମିଫାଇନାଲ ରେସରେ ପାକିସ୍ତାନ, କଣ ରହିଛି ସମୀକରଣ - PAKISTAN SEMI FINAL SCENARIO
Last Updated : Feb 24, 2025, 5:10 PM IST

ABOUT THE AUTHOR

...view details