ଓଡିଶା

odisha

By ETV Bharat Sports Team

Published : 4 hours ago

ETV Bharat / sports

ଚାମ୍ପିୟନ୍ସ ଟ୍ରଫି 2025 ସୁରକ୍ଷା ବ୍ୟବସ୍ଥାକୁ ନେଇ ICCର ବଡ଼ ଅପ୍‌ଡେଟ୍‌; ପାକିସ୍ତାନ ଯାଇପାରେ ଟିମ୍‌ ଇଣ୍ଡିଆ - Champions Trophy 2025

Champions Trophy 2025 Preparations : ଆଇସିସି ଅଧିକାରୀମାନେ ପାକିସ୍ତାନ ଗସ୍ତରେ ଆସି ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଏକ ବଡ଼ ଅପଡେଟ୍‌ ଦେଇଛନ୍ତି । ଏହାପରେ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଯିବାର ସମ୍ଭାବନା ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

ଭାରତ ବନାମ ପାକିସ୍ତାନ
ରୋହିତ ଶର୍ମା ଓ ବାବର ଆଜମ (ANI Photo)

ହାଇଦ୍ରାବାଦ : ଚାମ୍ପିଅନ୍ସ ଟ୍ରଫି 2025 ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଆସିଛି ବଡ଼ ଖବର । ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ପାକିସ୍ତାନରେ ଚାଲିଥିବା ପ୍ରସ୍ତୁତିକୁ ନେଇ ଆଇସିସି ପ୍ରତିନିଧି ସନ୍ତୋଷ ବ୍ୟକ୍ତ କରିଛନ୍ତି । ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ (2025) ଫେବୃଆରୀରେ ଅନୁଷ୍ଠିତ ହେବାକୁ ଯାଉଛି ।

ପ୍ରସ୍ତୁତିକୁ ନେଇ ଆଇସିସି ସନ୍ତୁଷ୍ଟ :-

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଏକ ପ୍ରତିନିଧି ଦଳ କିଛିଦିନ ପୂର୍ବରୁ ପାକିସ୍ତାନ ଗସ୍ତ କରି ଚାମ୍ପିଅନ୍ସ ଟ୍ରଫି 2025ର ପ୍ରସ୍ତୁତିକୁ ତଦାରଖ କରିଥିଲେ । ସେଠାରେ ଏହି ପ୍ରତିନିଧି ଦଳ ସ୍ବତନ୍ତ୍ର ଭାବେ ସେହି ସ୍ଥାନ ପରିଦର୍ଶନ କରିଥିଲେ, ଯେଉଁଠାରେ ଆଇସିସିର ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଲାହୋରର ପ୍ରସିଦ୍ଧ ଗଦ୍ଦାଫି ଷ୍ଟାଡିୟମ୍, ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍ ଏବଂ କରାଚିର ନ୍ୟାସନାଲ ଷ୍ଟାଡିୟମ୍ ଅନ୍ତର୍ଭୁକ୍ତ । ଏହି ପ୍ରତିନିଧି ଦଳ ମୁଖ୍ୟତଃ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା, ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ପାକିସ୍ତାନରେ ହିଁ ହେବ ଚାମ୍ପିୟନ୍ସ ଟ୍ରଫି 2025 :-

ଷ୍ଟାଡିୟମରେ ପ୍ରସ୍ତୁତିରେ ସନ୍ତୋଷ ପ୍ରକାଶ କରିବା ସହିତ ଆଇସିସି ପ୍ରତିନିଧି ଲାହୋର ଏବଂ କରାଚି ତଥା ଇସଲାମାବାଦରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସନ୍ତୋଷଜନକ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଅବସରରେ ଆଇସିସି ପ୍ରତିନିଧି ଦଳ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ୍ ନକଭିଙ୍କୁ ମଧ୍ୟ ଭେଟିଥିଲେ, ଏଠାରେ ଟୁର୍ଣ୍ଣାମେଣ୍ଟର ସମସ୍ତ ଅଂଶଗ୍ରହଣକାରୀ ଦଳ ଗୁଡ଼ିକୁ ଚାମ୍ପିୟନ୍ସ ଟ୍ରଫି 2025 ପାଇଁ ବିଶ୍ବସ୍ତରୀୟ ବ୍ୟବସ୍ଥା ଦିଆଯିବା ନେଇ ପିସିବି ଆଇସିସି ପ୍ରତିନିଧି ଦଳକୁ ନିଶ୍ଚିତ କରିଥିଲେ । ଦଳଗୁଡିକ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସେ ନିଶ୍ଚିତ କରିଛନ୍ତି ।

ସୂଚନାଯୋଗ୍ୟ, ଆଇସିସି ପ୍ରତିନିଧିଙ୍କ ସକରାତ୍ମକ ପ୍ରତିକ୍ରିୟା ପାକିସ୍ତାନକୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଆଶାକୁ ବଢ଼ାଇଛି । କାରଣ ପୂର୍ବରୁ ଖବର ଆସିଥିଲା ​​ଯେ, ପାକିସ୍ତାନରେ ରାଜନୈତିକ ସ୍ଥିରତା ଅଭାବରୁ ଆଇସିସି ଇଭେଣ୍ଟ ଆୟୋଜନ ଅଧିକାରକୁ ପିସିବିଠାରୁ ଛଡ଼ାଇ ନିଆଯାଇପାରେ ।

ଷ୍ଟାଡିୟମ ନବୀକରଣ କାର୍ଯ୍ୟ ଜୋରଦାର :-

ଜୁଲାଇରେ ଲାହୋରର ଗଦ୍ଦାଫି ଷ୍ଟାଡିୟମ, କରାଚିର ନ୍ୟାସନାଲ ଷ୍ଟାଡିୟମ ଏବଂ ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମର ନବୀକରଣ ପାଇଁ 12.80 ବିଲିୟନ ଟଙ୍କା ପାଣ୍ଠି ଅନୁମୋଦନ କରିଥିଲା ଆଇସିସି । ଷ୍ଟାଡିୟମର ନବୀକରଣରେ ଦର୍ଶକ ଧାରଣ କ୍ଷମତା (ସିଟ୍‌ ସଂଖ୍ୟା) ବୃଦ୍ଧି, ପିଚ୍ ଏବଂ ଆଉଟଫିଲ୍ଡର ଉନ୍ନତି ଏବଂ ଖେଳାଳି ଏବଂ ଦର୍ଶକଙ୍କ ପାଇଁ ଉନ୍ନତ ସୁବିଧା ଯୋଗାଇବା ଅନ୍ତର୍ଭୁକ୍ତ ଅଛି ।

ଷ୍ଟାଡିୟମର ନବୀକରଣ ବ୍ୟତୀତ PCB ଗଦ୍ଦାଫି ଷ୍ଟାଡିୟମ ନିକଟରେ ଏକ ନୂତନ ହୋଟେଲ ନିର୍ମାଣ ଯୋଜନାରେ ମଧ୍ୟ ଅଗ୍ରଗତି କରିଛି । ଏହାର ଉଦ୍ଦେଶ୍ୟ ହେଉଛି ଟୁର୍ଣ୍ଣାମେଣ୍ଟ ସମୟରେ ଉଭୟ ଅନ୍ତର୍ଜାତୀୟ ତଥା ଘରୋଇ ଦଳ ପାଇଁ ରହଣୀ ବ୍ୟବସ୍ଥା ଏବଂ ଆତିଥ୍ୟର ଏକ ଉଚ୍ଚ ମାନ ନିଶ୍ଚିତ କରିବା ।

ଚାମ୍ପିୟନ୍ସ ଟ୍ରଫି 2025ରେ ଭାରତ ବନମ ପାକିସ୍ତାନ ! :-

ସୂଚନାଯୋଗ୍ୟ, ଏହି ଆଇସିସି ମେଗା ଇଭେଣ୍ଟରେ ମୋଟ 8ଟି ଦଳ (ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଭାରତ, ଆଫଗାନିସ୍ତାନ, ପାକିସ୍ତାନ, ଇଂଲଣ୍ଡ ଓ ବାଂଲାଦେଶ) ଅଂଶଗ୍ରହଣ କରିବେ । କିନ୍ତୁ ରାଜନୈତିକ ତିକ୍ତତା କାରଣରୁ ଭାରତୀୟ ଦଳର ପାକିସ୍ତାନ ଗସ୍ତକୁ ଦୀର୍ଘ ବର୍ଷରୁ ସ୍ଥଗିତ ରଖାଯାଇଛି । ତଥାପି ଦ୍ବନ୍ଦ୍ବ ଜାରି ରହିଛି । ଚାମ୍ପିଅନ୍ସ ଟ୍ରଫିର ଡ୍ରାଫ୍ଟ ସୂଚୀ ଅନୁଯାୟୀ ଭାରତର ସମସ୍ତ ମ୍ୟାଚ୍‌ ଲାହୋରରେ ଅନୁଷ୍ଠିତ ହେବ ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ତିକ୍ତତା ହେତୁ ଦୁଇ ଦଳ 2012 ପରଠାରୁ କୌଣସି ଦ୍ବିପାକ୍ଷିକ ସିରିଜ୍ ଖେଳି ନାହାଁନ୍ତି । ଏହି ଦୁଇ ଦଳ ମଧ୍ୟରେ କେବଳ ଆଇସିସି ଇଭେଣ୍ଟରେ ହିଁ ମ୍ୟାଚ୍‌ ଖେଳାଯାଉଛି । କିନ୍ତୁ ବର୍ତ୍ତମାନ ଏହି ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଉଭୟ ଦଳ ମୁହାଁମୁହିଁ ହେବେ କି ନାହିଁ, ତାହା ଉପରେ ପ୍ରଶ୍ନ ଚିହ୍ନ ଉଠିଯାଇଛି ।

ଟିମ ଇଣ୍ଡିଆ ଯାଇପାରେ ପାକିସ୍ତାନ :-

ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଇସିସି ପ୍ରତିନିଧିଙ୍କ ସକରାତ୍ମକ ପ୍ରତିକ୍ରିୟା କେବଳ ପାକିସ୍ତାନର ଆୟୋଜନ ଆଶା ବଢ଼ାଇ ନାହିଁ ବରଂ ଟିମ୍ ଇଣ୍ଡିଆର ପାକିସ୍ତାନ ଏବଂ ଭାରତ ବନାମ ପାକିସ୍ତାନ ମହାଲଢ଼େଇ ମ୍ୟାଚ୍‌ ଆଶା ମଧ୍ୟ ବଢ଼ିଯାଇଛି । କାରଣ ପାକିସ୍ତାନରେ ସବୁଠାରୁ ବଡ ସମସ୍ୟା ଖେଳାଳିଙ୍କ ସୁରକ୍ଷା ଥିଲା, ଯେଉଁଥିରେ ଆଇସିସି ପ୍ରତିନିଧିମାନେ ସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details