ହାଇଦ୍ରାବାଦ:ବର୍ଡର ଗାଭାସ୍କର ଟ୍ରଫିର ଆଜି ରହିଛି ଦ୍ବିତୀୟ ମ୍ୟାଚ । ଆଡିଲେଡ ଓଭାଲରେ ଆରମ୍ଭ ହୋଇଯାଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ, ଫଳରେ ଫିଲ୍ଡିଂ କରିବ କଙ୍ଗାରୁ ଦଳ । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଛନ୍ତି କୋଏଲ ରାହୁଲ ଓ ଜୟସ୍ବାଲ । ମିଚେଲ ଷ୍ଟ୍ରକଙ୍କ ପ୍ରଥମ ବଲରେ ଆଉଟ ହୋଇଛନ୍ତି ଜୟସ୍ବାଲ । 5ଟିକିଆ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ 1-0ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଷ୍ଟାର ସ୍ପୋର୍ଡ୍ସରେ ମ୍ୟାଚ ସିଧା ପ୍ରସାରଣ ଦେଖିପାରିବେ କ୍ରିକେଟ ପ୍ରେମୀ । ପ୍ରଥମ ମ୍ୟାଚରେ ଭାରତର ପ୍ରଦର୍ଶନ ଦମଦାର ରହିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ଧୂଆଁଧାର ପ୍ରଦର୍ଶନ କରି କଙ୍ଗାରୁ ଦଳକୁ ଚିତପଟାଙ୍ଗ କରିଦେଇଥିଲେ । ଆଜି ମଧ୍ୟ ସମାନ ଧାରାରେ ଭାରତ ପ୍ରଦର୍ଶନ କରି ଦ୍ବିତୀୟ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ପ୍ରଥମ ମ୍ୟାଚ ହାରିଥିବାରୁ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ କମବ୍ୟାକ କରିବ ବୋଲି ଜୋରଦାର ପ୍ରସ୍ତୁତି କରିଛି ।
ଆଜି ଖେଳିବେ ରୋହିତ, 4 ନମ୍ବରରେ କରିବେ ବ୍ୟାଟିଂ, ଓପନିଂ କରିବେ ରାହୁଲ:
ପ୍ରଥମେ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ନଥିଲେ । ତେଣୁ ତାଙ୍କ ବଦଳରେ ବୁମରାଙ୍କ ନେତୃତ୍ବରେ ଭାରତ ମ୍ୟାଚ ଖେଳି ବିଜୟୀ ହୋଇଥିଲା । ଆଜି କିନ୍ତୁ ଦ୍ବିତୀୟ ମ୍ୟାଚ ଖେଳିବାକୁ ରୋହିତ ଶର୍ମା ପ୍ରସ୍ତୁତ । ଆଜିର ମ୍ୟାଚରେ ରାହୁଲ ଓପନିଂ କରିବେ ଓ ରୋହିତ ମଧ୍ୟମ କ୍ରମରେ ଖେଳିବେ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରୋହିତଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଏବଂ ଜୟସ୍ବାଲ ପ୍ରଥମ ମ୍ୟାଚରେ ଓପନିଂ କରି ଜବରଦସ୍ତ ପାଳି ଖେଳିଥିଲେ । 20 ବର୍ଷ ପରେ ପ୍ରଥମ ଭାରତୀୟ ଓପନିଂ ଯୋଡି ଭାବେ 100 ରନର ଶତକୀୟ ଭାଗିଦାରୀ କରିବା ପରେ ବ୍ୟାଟର କେଏଲ ରାହୁଲ ଏବଂ ଯଶସ୍ୱୀ ଜୟଶ୍ୱାଲ କଙ୍ଗାରୁ ମାଟିରେ ପ୍ରଥମ ଭାରତୀୟ ଯୋଡି ଭାବେ ପ୍ରଥମ ଓ୍ବିକେଟ ପାଇଁ ସର୍ବାଧିକ ରନର ପାର୍ଟନରସିପ୍ ଠିଆ କରିଥିଲେ । ଦୁହେଁ ସ୍ଥାନୀୟ ଗ୍ରାଉଣ୍ଡରେ ଚାଲିଥିବା ଗର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଦ୍ବିତୀୟ ଇନିଂସରେ 201 ରନର ବିଶାଳ ଓପନିଂ ପାର୍ଟନରଶିପ କରିଥିଲେ ।
ଅଷ୍ଟ୍ରେଲିଆକୁ ବୁମରା ଭୟ:
ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ବ୍ୟାଟିଂ ବିଭାଗ ଫେଲ ମାରିଥିଲା, କିନ୍ତୁ ବୋଲିଂ ବିଭାଗ ବିପକ୍ଷ ଦଳର ନିଦ ହଜାଇ ଦେଇଥିଲା । ପଡିଆରେ ଚାଲିଥିଲା ବୁମ ବୁମ ବୁମରାଙ୍କ ଯାଦୁ । ଘାତକ ବୋଲିଂ କରି ଜଣଙ୍କ ପରେ ଜଣେ ବ୍ୟାଟରଙ୍କୁ ଆଉଟ କରି ଦଳକୁ ବିଜୟ ପଥ ଦେଖାଇଥିଲେ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 30 ରନ୍ ଦେଇ 5 ଟି ୱିକେଟର ହାସଲ କରିଥିବା ବୁମରା, ଦ୍ବିତୀୟ ଇନିଂସରେ 42 ରନ ବିନିମୟରେ 3ଟି ୱିକେଟ ହାସଲ କରିଥିଲେ । ଦୁଇଟି ଇନିଂସରେ ମୋଟ 8ଟି ୱିକେଟ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ । ତେଣୁ ବୁମରାଙ୍କୁ ନେଇ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ମଧ୍ୟରେ ଏକ ଭୟ ସୃଷ୍ଟି ହୋଇଛି । ପିଙ୍କ ବଲରେ ତାଙ୍କୁର ସୁଇଂକୁ ଜାଣିବା ବିପକ୍ଷ ଦଳ ପକ୍ଷରେ କାଠିକର ପାଠ ହେବା ପରି ମନେ ହେଉଛି । ଯଦି ଆଜି ଗୋଟିଏ ଓ୍ବିକେଟ ନିଅନ୍ତି ବୁମରା ତେବେ ଚଳିତ ବରେଷ 50 ଓ୍ବିକେଟ ନେବାରେ ସେ ପ୍ରଥମ ବୋଲର ହେବେ ।