ଓଡିଶା

odisha

ETV Bharat / sports

ଦ୍ବିତୀୟ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; 10 ଓ୍ବିକେଟରେ ଅଷ୍ଟ୍ରେଲିଆର ବିଜୟ - IND VS AUS SECOND TEST

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ତୃତୀୟ ଦିନରେ ଶେଷ । ପିଙ୍କ ବଲ ଟେଷ୍ଟରେ ଭାରତକୁ ହରାଇ 1-1ରେ ସିରିଜ ବରାବର କଲା କଙ୍ଗାରୁ ଦଳ ।

border gavaskar trophy
border gavaskar trophy ((AP))

By ETV Bharat Odisha Team

Published : Dec 8, 2024, 11:37 AM IST

Updated : Dec 8, 2024, 12:41 PM IST

ହାଇଦ୍ରାବାଦ: ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ । ଆଡିଲେଡ ପିଙ୍କ ବଲ୍‌ ଟେଷ୍ଟରେ କାମ ଦେଲାନି ଭାରତୀୟ ବ୍ୟାଟରଙ୍କ ଯାଦୁ । ଟେଷ୍ଟ ମ୍ୟାଚର ତୃତୀୟ ଦିନରେ 10 ଓ୍ବିକେଟରେ ମେନ ଇନ ବ୍ଲୁକୁ ହରାଇଲା ଅଷ୍ଟ୍ରେଲିଆ । ଫଳରେ 1-1ରେ ସିରିଜ ବରାବର ହୋଇଛି । କଙ୍ଗାରୁ ଦଳର ଘାତକ ବୋଲିଂ ଆଗରେ ପ୍ରଥମ ଓ ଦ୍ବିତୀୟ ଇଂନିସରେ ଲୟ ହରାଇଲେ ଭାରତୀୟ ବ୍ୟାଟର । ମ୍ୟାଚ ହରାଇବା ପରେ ଡବ୍ଲୁଟିସି ଫାଇନାଲରେ ଭାରତ ପହଞ୍ଚି ପାରିବ ନା ନାହିଁ ସେନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି ।

ଡବ୍ଲୁଟିସି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଖସିଲା ଭାରତ:

WTC (ICC)

ଦ୍ବିତୀୟ ଟେଷ୍ଟ ହାରିବା ପରେ ଭାରତ ଡବ୍ଲୁଟିସି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଖସି ଆସିଛି । ଫଳରେ WTC ଫାଇାନଲରେ ପହଞ୍ଚିବା ଦଳ ପାଇଁ କଷ୍ଟକର ହୋଇପଡିଛି । ଯଦି ଫାଇନାଲରେ ଦଳ ପହଞ୍ଚିବାକୁ ଚାହେଁ ତେବେ ବାକି 3ଟି ମ୍ୟାଚରେ ବିଜୟୀ ହେବାକୁ ପଡିବ ।

ପ୍ରଥମ ଓ ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ:

ପ୍ରଥମ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଚମକିଲେ ଷ୍ଟାର୍କ:

ଗତ 6 ତାରିଖରେ ଆଡିଲେଡ ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିଲା ଦ୍ବିତୀୟ ଟେଷ୍ଟ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । କିନ୍ତୁ ରନ କରିବାରେ ବିଫଳ ହୋଇଥିଲେ ଟପ ଅର୍ଡର । ବିପକ୍ଷ ଦଳର ଘାତକ ବୋଲିଂରେ ଚିତପଟାଙ୍କ ହୋଇଥିଲେ ଇଣ୍ଡିଆ ବ୍ୟାଟର । ମିଚେଲ ଷ୍ଟ୍ରାକ(4), ପ୍ୟାଟ କମିନ୍ସ(2) ଓ ସ୍କଟ(2)ଙ୍କ ବୋଲକୁ ସମ୍ମୁଖୀନ କରିନପାରି ଆଉଟ ହୋଇଥିଲେ ଜଣଙ୍କ ପରେ ଜଣେ ବ୍ୟାଟର । ମିଚେଲ ଷ୍ଟ୍ରାକ ଏକାକୀ 4ଟି ଓ୍ବିକେଟ ନେଇଥିଲେ । ପ୍ରଥମ ବଲରେ ସେ ଜୟସ୍ବାଲଙ୍କୁ 0ରେ ଆଉଟ କରିଥିଲେ । ରାହୁଲ 37, ଗିଲ 31, କୋହଲି 7, ପନ୍ତ 21, ରୋହିତ 3, ନିତୀଶ 42 ଓ ରବିଚନ୍ଦ୍ର ଅଶ୍ବିନୀ 22 ରନ କରି ଆଉଟ ହୋଇଥିଲେ । ପ୍ରଥମ ଦିନରେ 180ରେ ଅଲ ଆଉଟ ହୋଇଥିଲା ଭାରତ । ଏହାପରେ ପ୍ରଥମ ଇନିଂସ ଆରମ୍ଭ କରିଥିଲା ଅଷ୍ଟ୍ରେଲିଆ । ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ 1 ଓ୍ବିକେଟ ହରାଇ 86 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ: ଟସ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି, ଶୂନରେ ଆଉଟ ଜୟସ୍ବାଲ

ଏହା ମଧ୍ୟ ପଢନ୍ତୁ-ସ୍କଟଲାଣ୍ଡ ପାଇଁ 12ଟି ମ୍ୟାଚ ଖେଳିଛନ୍ତି ଏହି ଭାରତୀୟ ଖେଳାଳି, କିଏ ସିଏ ?

ନିର୍ଣ୍ଣାୟକ ମୋଡ ନେଲା ଦ୍ବିତୀୟ ଦିନ:

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଜବରଦସ୍ତ ବ୍ୟାଟିଂ କରିଥିଲା । ଭାରତୀୟ ବୋଲର ଘାତକ ବୋଲି କରିଥିଲେ ମଧ୍ୟ ବଡ ବଡ ସଟ ଖେଳିଥିଲେ କଙ୍ଗାରୁ ବ୍ୟାଟର । ଟ୍ରାଭିସ ହେଡ ବିସ୍ଫୋରକ ବ୍ୟାଟିଂ କରି ଆତଙ୍କ ଖେଳାଇ ଦେଇଥିଲେ । 141 ବଲରେ ସେ 140 ରନ କରିଥିଲେ । 337 ରନରେ ଦଳ ଅଲ ଆଉଟ ହୋଇ 175 ରନରେ ଆଗୁଆ ରହିଥିଲା । ବୁମରା 4 ମହମ୍ମଦ ସିରାଜ 4 , ନିତୀଶ ଓ ଅଶ୍ବିନୀ ଗୋଟିଏ ଲେଖାଏ ଓ୍ବିକେଟ ନେଇଥିଲେ । ଏହାପରେ ଭାରତ ଦ୍ବିତୀୟ ପାଳି ଆରମ୍ଭ କରିଥିଲା । ଆଶା ରହିଥିଲା ଦଳ ପ୍ରଥମ ଟେଷ୍ଟ ପରି ଦ୍ବିତୀୟ ପାଳିର କମବ୍ୟାକ କରିବ । କିନ୍ତୁ ପ୍ୟାଟ କମିନ୍ସ ଓ ସ୍କଟ ବୋଲାଣ୍ଡଙ୍କ ପେସ ବୋଲିଂରେ ବଡ ବଡ ସଟ ମାରିବାରେ ବିଫଳ ହୋଇଥିଲେ ଇଣ୍ଡିଆ ବ୍ୟାଟର । 128ରନରେ ଦଳ 5 ଓ୍ବିସକେଟ ହରାଇ 29 ରନ ପଛରେ ରହିଥିଲା । ଜୟସ୍ବାଲ, ରାହୁଲ, ଗିଲ , କୋହଲି ରୋହିତ ଆଉଟ ହୋଇଥିବା ବେଳେ ଏକମାତ୍ର ସାହାରା ଥିଲେ ପନ୍ତ ଓ ନୀତିଶ ।

ତୃତୀୟ ଦିନ:

ଆଜି ସକାଳେ ଭାରତ 128 ରନରୁ ପାଳୁ ଆରମ୍ଭ କରିଥିଲା । କିନ୍ତୁ ରନ କରିବାରେ ବିଫଳ ହୋଇଥିଲେ ନୀତିଶ ଓ ପନ୍ତ । 175 ରନରେ ଅଲଆଉଟ ହୋଇଥିଲା ଭାରତ । ଏହାପରେ 19 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । 3.2 ଓଭରରେ 19 ରନ କରି ଭ୍ରମଣକାରୀ ଦଳକୁ 10 ଓ୍ବିକେଟରେ ପରାଜୟ କରି ପିଙ୍କବଲ ଦ୍ବିତୀୟ ଟେଷ୍ଟରେ ବିଜୟୀ ହୋଇଥିଲା ।

Last Updated : Dec 8, 2024, 12:41 PM IST

ABOUT THE AUTHOR

...view details