ଓଡିଶା

odisha

ETV Bharat / sports

ନେପାଳକୁ ହରାଇ ସୁପର 8ରେ ପ୍ରବେଶ କଲା ବାଂଲାଦେଶ - T20 World Cup - T20 WORLD CUP

Bangladesh beat Nepal: ଟି-20 ବିଶ୍ବକପର 37ତମ ମୁକାବିଲାରେ ବାଂଲାଦେଶର ବିଜୟ । ନେପାଳକୁ ହରାଇଲା ସୁପର 8କୁ ପ୍ରବେଶ କଲା ଦଳ । ଅଧିକ ପଢନ୍ତୁ

T20 World Cup
T20 World Cup (ETV Bharat Odisha)

By ETV Bharat Odisha Team

Published : Jun 17, 2024, 11:37 AM IST

ଓ୍ବାଶିଂଟନ: ଟି-20 ବିଶ୍ବକପରେ ଆସନ୍ତାକାଲି ଶେଷ ହେବ ଗ୍ରୁପ ପର୍ଯ୍ୟାୟ ମ୍ୟାଚ । ଆଜି 3ଟି ମ୍ୟାଚ ରହିଥିବା ବେଳେ 2ଟି ମ୍ୟାଚ ଶେଷ ହୋଇସାରିଛି । 37 ତମ ମୁକାବିଲାରେ ନେପାଳକୁ 21 ରନରେ ହରାଇ ସୁପର 8ରେ ପ୍ରବେଶ କରିଛି ବାଂଲାଦେଶ । 38ତମ ମୁକାବିଲାରେ ନେଦରଲାଣ୍ଡ୍ସକୁ ହରାଇଛି ଶ୍ରୀଲଙ୍କା । ଡି ଗ୍ରୁପରେ ଏକମାତ୍ର ଦଳ ଭାବେ ବାଂଲାଦେଶ 6 ପଏଣ୍ଟ ପାଇ ସୁପର 8କୁ ପ୍ରବେଶ କରିଛି ।

ବାଂଲାଦେଶ 4ଟି ମ୍ୟାଚ ଖେଳି 6 ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ ନେରଦଲାଣ୍ଡ୍ସ 3ଟି ମ୍ୟାଚ ଖେଳି 2 ପଏଣ୍ଟ ସହ ଦ୍ବିତୀୟ ସ୍ଥାନ, ନେପାଳ 4ଟି ମ୍ୟାଚ ଖେଳି 1 ପଏଣ୍ଟ ସହ ତୃତୀୟ ସ୍ଥାନ ଓ ଶ୍ରୀଲଙ୍କା 3ଟି ମ୍ୟାଚ ଖେଳି 1 ପଏଣ୍ଟ ପାଇ ଶେଷ ସ୍ଥାନରେ ରହିଛି । ଆଜି ସକାଳ 5ଟା ସମୟରେ ନେପାଳ ଓ ବାଂଲାଦେଶ ମଧ୍ୟରେ ଆରୋନ୍ସ ଭାଲେ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନେପାଳ, ବ୍ୟାଟିଂ ପାଇଁ ବାଂଲାଦେଶକୁ ଆମନ୍ତ୍ରଣ କରିଥିଲା । ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ଦଳକୁ ଭାରି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ-ବର୍ଷା ଧୋଇନେଲା ଭାରତ-କାନାଡା ମ୍ୟାଚ, ଗ୍ରୁପ A ଶୀର୍ଷରେ ଟିମ ଇଣ୍ଡିଆ - T20 World Cup 2024

ବାଂଲାଦେଶ vs ନେପାଳ: ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି 3ଟି ବଲ ବାକିଥାଇ 19.3 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ 106 ରନ କରିଥିଲା । ନେପାଳ ବୋଲରଙ୍କ ଘାତକ ବୋଲି ଆଗରେ କୌଣସିବି ବ୍ୟାଟର ଅଧିକ ସମୟ ପଡିଆରେ ତିଷ୍ଠି ପାରିନଥିଲେ । ଓପନିଂ ଯୋଡି ତାନଜିଦ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଲିଟନ ମାତ୍ର 10 ରନ କରିଥିଲେ । କୌଣସିବି ଖେଳାଳି 10 ରନ କରିବାକୁ ବି ସମର୍ଥ ହୋଇନଥିଲେ । 107 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ନେପାଳ । କିନ୍ତୁ ବାଂଲାଦେଶର ଘାତକ ବୋଲିଂ ଆଗରେ ଚିତପଟାଙ୍ଗ ହୋଇଥିଲେ ନେପାଳ ବୋଲର । 19.2 ଓଭରରେ ଦଳ ସମସ୍ତ ଓ୍ବିକେଟ ହରାଇ ମାତ୍ର 85 ରନ କରିବାକୁ ସମର୍ଥ ହୋଇଥିଲା ।

ଶ୍ରୀଲଙ୍କା vs ନେଦରଲାଣ୍ଡ୍ସ: ସକାଳ 6ଟାରେ ଶ୍ରୀଲଙ୍କା ଓ ନେଦଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 20 ଓଭରରେ 6 ଓ୍ବିକେଟ ହରାଇ 201 ରନ କରିଥିଲା । ଯବାବରେ ବିଜୟ ରନ ଲକ୍ଷ୍ୟ ପିଠା କରି 16.4 ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର 118 ରନ କରିଥିଲା ନେଦରଲାଣ୍ଡ୍ସ ।

ABOUT THE AUTHOR

...view details