ଓଡିଶା

odisha

ETV Bharat / sports

ଦଳରୁ ବାବର ଆଜମଙ୍କୁ ବାହାର କଲା ପାକିସ୍ତାନ; କୋହଲିଙ୍କ ସହ ତୁଳନା କରୁଥିଲେ ପାକିସ୍ତାନୀ

Babar Azam Dropped : ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ପୂର୍ବରୁ ବାବର ଆଜମ, ଶାହୀନ ଆଫ୍ରିଦି ଓ ନସୀମ ଶାହଙ୍କୁ ଦଳରୁ ବାହାର କଲେ ଚୟନକର୍ତ୍ତା । ଅଧିକ ପଢ଼ନ୍ତୁ

By ETV Bharat Sports Team

Published : 5 hours ago

Babar Azam, Shaheen Afridi
Babar Azam, Shaheen Afridi (ETV Bharat)

ହାଇଦ୍ରାବାଦ : ଖରାପ ସମୟ ଦେଇ ଗତି କରୁଥିବା ପାକିସ୍ତାନ କ୍ରିକେଟ୍‌ ଦଳରେ ଲଗାତାର ପରିବର୍ତ୍ତନ ଜାରି ରହିଛି । ଦଳ ଗୋଟିଏ ପରେ ଗୋଟିଏ କ୍ରମାଗତ ପରାଜୟର ସମ୍ମୁଖୀନ ହେଉଛି । ଏହି କାରଣରୁ ବୋର୍ଡ ଦେଶରେ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଛି । ମୁଲତାନରେ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ହାତରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଦ୍ବିତୀୟ ଟେଷ୍ଟରେ ଦଳରୁ ବାଦ ଦିଆଯାଉଥିବା ଖର ପ୍ରକାଶ ପାଇଛି ।

ଦଳରୁ ବାଦ ପଡ଼ିଲେ ବାବର :-

ଗତ କିଛି ମାସ ହେବ ବାବର କ୍ରିକେଟ୍‌ର ତିନୋଟିଯାକ ଫର୍ମାଟରେ ବହୁତ ଖରାପ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସେ ବ୍ୟାଟିଂ ପାଇଁ ଅନୁକୂଳ ପିଚ୍‌ ସତ୍ତ୍ବେ ଦୁଇ ପାଳିରେ ସେ ମାତ୍ର 30 ଏବଂ 5 ରନ୍ ସଂଗ୍ରହ କରିଥିଲେ । ତେବେ ମୁଲତାନ ଟେଷ୍ଟରେ ପାକିସ୍ତାନର ପରାଜୟର କିଛି ଘଣ୍ଟା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ନୂତନ ଚୟନ କମିଟି ଗଠନ କରିଛି, ଯାହା ଦ୍ବିତୀୟ ଟେଷ୍ଟ ପାଇଁ ବାବରଙ୍କୁ ଦଳରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି ।

'ESPNcricinfo'ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଲିମ ଦାର, ଆକିବ ଜାଭେଦ ଏବଂ ଅଜହର ଅଲିଙ୍କୁ ନେଇ ଗଠିତ ନୂଆ ଚୟନ କମିଟି କ୍ରମାଗତ ଖରାପ ପ୍ରଦର୍ଶନ ହେତୁ ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଦଳରୁ ବାହାର କରିଦେବାକୁ ନିଷ୍ପତ୍ତି ନେଇଛି ।

ଶାହୀନ ଆଫ୍ରିଦି ଓ ନସୀମ ଶାହଙ୍କୁ ବି ବାଦ ଦେଲେ ଚୟନକର୍ତ୍ତା :-

ତେବେ କେବଳ ବାବର ଆଜମ ନୁହେଁ, ଦଳର ଷ୍ଟାର ପେସର ଶାହୀନ ଆଫ୍ରିଦି ଓ ନସୀମ ଶାହଙ୍କୁ ବି ଦ୍ବିତୀୟ ଟେଷ୍ଟ ପୂର୍ବରୁ ଦଳରୁ ବାଦ ଦେଇଛନ୍ତି ଚୟନକର୍ତ୍ତା । ତେବେ ଏହି ଷ୍ଟାର ପାକିସ୍ତାନୀ କ୍ରିକେଟରମାନଙ୍କୁ କେତେ ଦିନ ଦଳରୁ ଦୂରେଇ ରଖାଯିବ ଏବଂ ଜାତୀୟ ଦଳକୁ ଫେରିବା ପାଇଁ ସେମାନଙ୍କୁ ନିଜକୁ ପ୍ରମାଣ କରିବାକୁ ପଡ଼ିବ କି ନାହିଁ ତାହା ମଧ୍ୟ ଜଣା ପଡିନାହିଁ ।

ବାବରଙ୍କୁ ପୁଣି କୋହଲିଙ୍କ ସହ ତୁଳନା :-

ତେବେ ପାକିସ୍ତାନରେ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରାଯାଏ । ଅନେକ ସମୟରେ ପାକିସ୍ତାନୀ ବାବର ଆଜମଙ୍କୁ କ୍ରିକେଟର ଅସଲୀ କିଙ୍ଗ୍‌ ବୋଲି ଯୁକ୍ତି କରିଥାନ୍ତି । ହେଲେ ବାବରଙ୍କୁ ଚୟନକର୍ତ୍ତା ଦଳର ବାହାର କରିବା ପରେ ଭାରତୀୟ କ୍ରିକେଟପ୍ରେମୀମାନେ ତାଙ୍କୁ ପ୍ରବଳ ଟ୍ରୋଲ କରୁଛନ୍ତି ।

ଅନ୍ୟପଟେ ଅନ୍ୟତମ ପାକିସ୍ତାନୀ କ୍ରିକେଟର ଫଖର ଜମାନ ବାବରଙ୍କ ସପକ୍ଷରେ ବାହାରିଛନ୍ତି । ସେ 'ଏକ୍ସ'ରେ ଏକ ପୋଷ୍ଟ କରି ଲେଖିଛନ୍ତି, "ବାବର ଆଜାମକୁ ବାଦ ଦେବା ପରାମର୍ଶ ଚିନ୍ତାଜନକ । 2020ରୁ 2023 ମଧ୍ୟରେ ଯେତେବେଳେ ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଥିଲେ ଏବଂ ସେ ଯଥାକ୍ରମେ 19.33, 28.21 ଏବଂ 26.50 ହାରରେ ରନ କରୁଥିଲେ, ସେତେବେଳେ ଭାରତ କୋହଲିଙ୍କୁ ଦଳରୁ ବାହାର କରିନଥିଲା । ଯଦି ଆମେ ଆମର ପ୍ରିମିୟର୍ ବ୍ୟାଟରଙ୍କୁ ପୃଥକ କରିବାକୁ ଚିନ୍ତା କରୁଛୁ, ଯିଏକି ହେଉଛନ୍ତି ପାକିସ୍ତାନ କ୍ରିକେଟର ସର୍ବଶ୍ରେଷ୍ଠ ଅବଦାନ, ଏହା ଦଳ ମଧ୍ୟରେ ଏକ ଗଭୀର ନକାରାତ୍ମକ ବାର୍ତ୍ତା ପଠାଇପାରେ । ଏଭଳି ନିଷ୍ପତ୍ତି ଦବାଇବାକୁ ଏବେ ବି ସମୟ ଅଛି; ଆମର ମୁଖ୍ୟ ଖେଳାଳୀମାନଙ୍କୁ ଦୁର୍ବଳ କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବା ଉପରେ ଧ୍ୟାନ ଦେବା ଉଚିତ୍ ।"

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details