ଓଡିଶା

odisha

ETV Bharat / sports

20 ବର୍ଷ ପରେ ଅଷ୍ଟ୍ରେଲିଆରେ ଏହି ରେକର୍ଡ କଲେ ଜୟଶ୍ୱାଲ୍-ରାହୁଲ; ବ୍ୟାକଫୁଟରେ କଙ୍ଗାରୁ ଟିମ୍ - AUS VS IND 1ST TEST BGT 2024

କେଏଲ୍ ରାହୁଲ ଏବଂ ଯଶସ୍ୱୀ ଜୟଶ୍ବାଲ୍ 20 ବର୍ଷ ପରେ ପ୍ରଥମ ଭାରତୀୟ ଓପନିଂ ଯୋଡି ଭାବେ ଅଷ୍ଟ୍ରେଲିଆରେ ପ୍ରଥମ ଓ୍ବିକେଟ ପାଇଁ 100 ରନରୁ ଅଧିକ ପାର୍ଟନରସିପ୍ କରିଛନ୍ତି ।

KL Rahul Yashasvi Jaiswal
KL Rahul Yashasvi Jaiswal ((AP))

By ETV Bharat Odisha Team

Published : Nov 23, 2024, 7:08 PM IST

ପର୍ଥ (ଅଷ୍ଟ୍ରେଲିଆ): ଅତିଥି ଦଳର ଦୁଇ ଓପନର କେଏଲ୍ ରାହୁଲ ଏବଂ ଯଶସ୍ୱୀ ଜୟଶ୍ବାଲ୍ ରେକର୍ଡ କରିଛନ୍ତି । ପ୍ରଥମ ଭାରତୀୟ ଓପନିଂ ଯୋଡି ଭାବେ 2004 ପରେ ଅଷ୍ଟ୍ରେଲିଆ ମାଟିରେ ଶତକୀୟ ଭାଗିଦାରୀ କରିଛନ୍ତି । ସ୍ଥାନୀୟ ଗ୍ରାଉଣ୍ଡରେ ଜାରି ରହିଥିବା ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଭାରତ ବିନା କ୍ଷତିରେ 172 ରନ ସ୍କୋର କରିଥିବା ବେଳେ ଅତିଥି ଦଳକୁ 218 ରନର ଲିଡ ମିଳିଛି । କ୍ରିଜରେ ଜୟଶ୍ୱାଲ୍ 90 ରନ କରି ସ୍କୋର କରିଥିବା ବେଳେ ରାହୁଲ 62 ରନରେ ଅପରାଜିତ ଅଛନ୍ତି ।

2004 ସିରିଜରେ ଭାରତ ପକ୍ଷରୁ ବିରେନ୍ଦ୍ର ସେହଓ୍ବାଗ 72 ରନ ସ୍କୋର କରିଥିବା ବେଳେ ଆକାଶ ଚୋପ୍ରା 45 ରନ ସ୍କୋର କରିଥିଲେ । ଉଭୟଙ୍କ ମଧ୍ୟରେ 123 ରନର ଭାଗିଦାରୀ ହୋଇଥିଲା । ତେବେ ଜୟଶ୍ୱାଲ- ରାହୁଲ ଷଷ୍ଠ ଓପନିଂ ଯୋଡି ଭାବେ 100 ରନରୁ ଅଧିକ ପାର୍ଟନରସିପ୍ ସ୍କୋର କରିଥିଲେ ।

ଏହା ବି ପଢନ୍ତୁ- କପିଳଦେବଙ୍କ ରେକର୍ଡ କ୍ଲବରେ ବୁମରା, SENA ଦେଶରେ ସର୍ବାଧିକ 5 ଓ୍ୱିକେଟ୍

ଏହା ବି ପଢନ୍ତୁ- ଭାରତ ବିପକ୍ଷରେ ନିଜ ମାଟିରେ ସର୍ବନିମ୍ନ ଟେଷ୍ଟ ସ୍କୋର କଲା ଅଷ୍ଟ୍ରେଲିଆ

ତେବେ ଜୟଶ୍ୱାଲ ଏବଂ ରାହୁଲଙ୍କ 172 ରନ ଭାଗିଦାରୀ ଦ୍ବିତୀୟ ସର୍ବାଧିକ ଓପନିଂ ଭାଗିଦାରୀ । ଏହା ପୂର୍ବରୁ ସୁନିଲ ଗାଭାସ୍କର ଏବଂ କେ ଶ୍ରୀକାନ୍ତ 191 ରନର ଭାଗିଦାରୀ 1986 ସିଡନୀ ଟେଷ୍ଟରେ ସ୍କୋର କରିଥିଲେ ।

ସ୍ଥାନୀୟ ଗ୍ରାଉଣ୍ଡରେ ଚାଲିଥିବା ମ୍ୟାଚର ଦ୍ବିତୀୟ ଦିନରେ ଭାରତ ମଜବୁତ ସ୍ଥିତିରେ ରହିଛି । ଭାରତ ଅଷ୍ଟ୍ରେଲିଆକୁ 104 ରନରେ ଅଲଆଉଟ କରିବା ପରେ 46 ରନର ଲିଡ ପାଇଥିଲା । ବର୍ତ୍ତମାନ ଭାରତ ପାଖରେ 218ର ଲିଡ ମିଳିଛି । ଭାରତ ପକ୍ଷରୁ କାମଚଳା ଅଧିନାୟକ ଯଶପ୍ରୀତ ବୁମରା ଦମଦାର ବୋଲିଂ କରି 5 ଟି ଓ୍ବିକେଟ ହାସଲ କରିଥିଲେ । ଆଜି ଦ୍ବିତୀୟ ଦିନରେ ଜୟଶ୍ୱାଲ -ରାହୁଲଙ୍କ ଯୋଡି ଲଗାତାର ଦୁଇଟି ସେସନ୍ ବ୍ୟାଟିଂ କରିଥିଲେ । ଯାହା 6 ବର୍ଷରେ କୌଣସି ଭାରତୀୟ ବ୍ୟାଟରଙ୍କ ଲମ୍ବା ବ୍ୟାଟିଂ । 2028ରେ ଶେଷ ଥର ପାଇଁ ପୂଜାରା ଏବଂ କୋହଲି ଏମସିଜିରେ ଦୁଇଟି ସେସନ ବ୍ୟାଟିଂ କରିଥିଲେ ।

ଜୟଶ୍ୱାଲ ତାଙ୍କର ତୃତୀୟ ଟେଷ୍ଟ ଦେଶ ବାହାରେ ମ୍ୟାଚ ଖେଳୁଛନ୍ତି । ସେ ଦ୍ବିତୀୟ ଇନିଂସରେ 193 ବଲରେ 90 ରନ ସ୍କୋର କରିଛନ୍ତି । ସେ ତାଙ୍କର ଏହି ଇନିଂସରେ ଦୁଇଟି ଛକା ଏବଂ 7ଟି ଚୌକା ମାରିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ମାତ୍ର 104 ରନରେ ଅଲଆଉଟ ହୋଇଥିଲା ।

ABOUT THE AUTHOR

...view details