ପର୍ଥ (ଅଷ୍ଟ୍ରେଲିଆ): କଙ୍ଗାରୁ ଦଳ ବିପକ୍ଷରେ ପୁଣି ଚାଲିଲା ବିରାଟ କୋହଲିଙ୍କ ବ୍ୟାଟ । ଅଷ୍ଟ୍ରେଲିଆ ମାଟିରେ ପୁଣି କୋହଲିଙ୍କ ଦମଦାର ବ୍ୟାଟିଂ ପ୍ରଦର୍ଶନ । ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିଆ ମାଟିରେ ସର୍ବାଧିକ ଟେଷ୍ଟ ଶତକ । ସ୍ଥାନୀୟ ଗ୍ରାଉଣ୍ଡରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଦର୍ଶନୀୟ ଶତକ ହାସଲ କରିଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି ।
ଶତକୀୟ ଇନିଂସରେ ବିରାଟ କୋହଲି 143ଟି ବଲ ଖେଳି 100 ରନ ସ୍କୋର କରି ଅପରାଜିତ ରହିଛନ୍ତି । ଏହି ମାରାଥନ ଇନିଂସରେ କୋହଲି 8ଟି 4ଟା ଏବଂ 2ଟି ବିଶାଳ ଛକା ମାରିଥିଲେ । ଅଷ୍ଟ୍ରେଲିଆରେ 27ଟି ଇନିଂସରେ ଭେଟେରାନ ବ୍ୟାଟର ନିଜର 7ମ ଶତକ ହାସଲ କରିଛନ୍ତି । ଯାହା କୌଣସି ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସର୍ବାଧିକ ।
ଏହା ବି ପଢନ୍ତୁ- କପିଳଦେବଙ୍କ ରେକର୍ଡ କ୍ଲବରେ ବୁମରା, SENA ଦେଶରେ ସର୍ବାଧିକ 5 ଓ୍ୱିକେଟ୍
ଏହା ବି ପଢନ୍ତୁ- ଭାରତ ବିପକ୍ଷରେ ନିଜ ମାଟିରେ ସର୍ବନିମ୍ନ ଟେଷ୍ଟ ସ୍କୋର କଲା ଅଷ୍ଟ୍ରେଲିଆ
ପୂର୍ବରୁ ସଚିନ ତେନ୍ଦୁଲକର 6ଟି ଶତକ ହାସଲ କରିଥିଲେ । ଆଜିର ଏହି ଶତକ ପରେ କୋହଲି ଇଂଲଣ୍ଡର ବ୍ୟାଟର ଓ୍ବାଲି ହାମୋଣ୍ଡଙ୍କ ସହ ଯୁଗ୍ମ ଭାବେ ଅତିଥି ଦଳର ବ୍ୟାଟର ଭାବେ ଅଷ୍ଟ୍ରେଲିଆରେ ସର୍ବାଧିକ ଶତକ ତାଲିକରେ ଦ୍ବିତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ଜ୍ୟାକ୍ ହୋବ୍ସ 9ଟି ଶତକ ସହିତ ଆଗରେ ରହିଛନ୍ତି ।
ତେବେ ଅଷ୍ଟ୍ରେଲିଆରେ ଏହା ବିରୋଟ କୋହଲିଙ୍କ ସମସ୍ତ 3ଟି ଫର୍ମଟାରେ 10ମ ଶତକ । ଯାହା କୌଣସି ଜଣେ ଅତିଥି ବ୍ୟାଟରଙ୍କ ମଧ୍ୟରେ ସର୍ବାଧିକ । ଆଜିର ଏହି ଶତକ ପରେ କୋହଲି ଭାରତର 4ର୍ଥ ବ୍ୟାଟର ଭାବେ ଟେଷ୍ଟରେ ଏହି ମାଇଲଷ୍ଟୋନ ହାସଲ କରିଛନ୍ତି । ତେବେ ବିଶ୍ୱର 17 ତମ ବ୍ୟାଟର ଭାବେ କୋହଲି ଟେଷ୍ଟ କ୍ରିକେଟରେ 30ତମ ଶତକ ହାସଲ କରିଛନ୍ତି ।
କୋହିଲଙ୍କ 81 ତମ ଶତକ
ଆଜିର ଏହି ଶାନଦାର ଶତକ ପରେ କୋହଲିଙ୍କ ଶତକ ସଂଖ୍ୟା ପହଞ୍ଚିଛି 81ରେ । କୋହଲିଙ୍କ ଆଗରେ କେବଳ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର 100 ତମ ଶତକ ହାସଲ କରିଛନ୍ତି ।
ଆଜିର ଶତକୀୟ ଇନିଂସରେ କୋହଲି 94 ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅର୍ଦ୍ଧଶତକ ହାସଲ କରିବା ପରେ କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡ ପାଖାପାଖି ହୋଇଛନ୍ତି । ଅଷ୍ଟ୍ରେଲିଆରେ ସର୍ବାଧିକ ଅର୍ଦ୍ଧସତକ ହସଲ ରେକର୍ଡ ରହିଛି ସଚିନଙ୍କ ନାମରେ । ଏହା କୋହଲିଙ୍କର 11 ତମ 50ରୁ ଅଧିକ ରନ ସ୍କର ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ । ଏହି ରେକର୍ଡ ବର୍ତ୍ତମାନ ସୁଦ୍ଧା 13ଟି ଅର୍ଦ୍ଧଶତକ ସଚିନଙ୍କ ନାମରେ ରହିଛି । ତେନ୍ଦୁଲରକର ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ସର୍ବାଧିକ ରନ ସ୍କୋର କରିଛନ୍ତି । ସଚିନ 6ଟି ଶତକ ଏବଂ 7ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
492 ଦିନ ପରେ ଟେଷ୍ଟ ଶତକ-
କୋହଲି 81 ତମ ସମୁଦାୟ ଶତକ ତଥା 30 ତମ ଟେଷ୍ଟ ଶତକ ହାସଲ କରିବା ପାଇଁ 492 ଦିନ ଅପେକ୍ଷା କରିଥିଲେ । କୋହଲି 2023ରେ ପୋର୍ଟ ଅଫ୍ ସ୍ପିନରେ ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷରେ ନିଜର ଶେଷ ଟେଷ୍ଟ ଶତକ ହାସଲ କରିଥିଲେ । କୋହଲି ଜୁଲାଇ 20 ତାରିଖ 2023ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ 212ରନ ସ୍କୋର କରିଥିଲେ ।