ଅମରାବତୀ (ଆନ୍ଧ୍ରପ୍ରଦେଶ) : ଆନ୍ଧ୍ରପ୍ରଦେଶର ନେଲ୍ଲୋରର ଜଣେ ବାଳକ ରୁବିକ୍ସ କ୍ୟୁବ (Rubik's Cube)ରେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବାଳକ ଆଖି ପିଛୁଳାକେ ରୁବିକ୍ସ କ୍ୟୁବ୍ ପଜଲ୍ର ସମାଧାନ କରିଦେଉଛନ୍ତି । ସେ ଏହି ଖେଳରେ ଏକ ବିଶ୍ବ ରେକର୍ଡ କରିଛନ୍ତି, ଯାହାକୁ ସେ ମଜାରେ ମଜାରେ ଆରମ୍ଭ କରିଥିଲେ । ଏହା ବ୍ୟତୀତ ସେ ଅଧ୍ୟୟନରେ ମଧ୍ୟ ବେଶ ପ୍ରବୀଣ ଏବଂ ଫୁଟବଲ୍ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରନ୍ତି । ଏହି ଉତ୍ସାହୀ ବାଳକ କ୍ରମାଗତ ଭାବରେ ନୂତନ ଚିନ୍ତାଧାରା ସହିତ ବୈଷୟିକ ଦିଗଗୁଡିକୁ ଆୟତ୍ତ କରି ନିଜର ଦକ୍ଷତାକୁ ଉନ୍ନତ କରୁଛନ୍ତି ।
ଆମେରିକାରେ ଆରମ୍ଭ କରିଥିଲେ ରୁବିକ୍ସ କ୍ୟୁବ :-
ନୟନ ମୌର୍ଯ୍ୟ ହେଉଛନ୍ତି ନେଲ୍ଲୋର ସହରର ଶ୍ରୀନିବାସ ଏବଂ ସ୍ବପ୍ନା ମୌର୍ଯ୍ୟାଙ୍କ ବଡ଼ପୁଅ । ଏହି ପରିବାର ଗତ କିଛି ବର୍ଷ ଧରି ଆମେରିକାରେ ରହୁଥିଲେ । ଏହାପରେ ସେ 2020ରେ ଭାରତ ଆସି ନେଲ୍ଲୋରରେ ଏକ ପୋଷାକ ଦୋକାନ ଚଳାଇଛନ୍ତି । ଆମେରିକାରେ ରହୁଥିବାବେଳେ, ନୟନ ତାଙ୍କ ସାଙ୍ଗମାନଙ୍କୁ ସ୍କୁଲରେ ରୁବିକ୍ କ୍ୟୁବ୍ ଖେଳୁଥିବା ଦେଖି ଏଥିରେ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ, ନୟନଙ୍କ ପିତାମାତା ତାଙ୍କୁ ଜନ୍ମଦିନରେ ଏକ ରୁବିକ୍ କ୍ୟୁବ୍ ଉପହାର ଦେଇଥିଲେ ।
ଗିନିଜ ରେକର୍ଡଧାରୀ ନୟନ ମୌର୍ଯ୍ୟ କହିଛନ୍ତି, "ମୁଁ ଆମେରିକାରେ 5 ବର୍ଷ ରହିଥିଲି । ମୋର ସାଙ୍ଗମାନେ ରୁବିକ କ୍ୟୁବ୍ ପଜଲ୍ ସମାଧାନ କରୁଥିବାର ମୁଁ ଦେଖିଲି । ସେତେବେଳେ ମୋର ଆଗ୍ରହ ସୃଷ୍ଟି ହେଲା । ମୁଁ ଭାବିଲି ମୁଁ ମଧ୍ୟ ଏଥିରେ ଭଲ କରିପାରିବି । ମୁଁ ପିଲାଦିନରୁ ଏହି ଖେଳ ଅଭ୍ୟାସ କରିଆସୁଛି । ଏହିପରି ଭାବରେ ଏବେ ମୁଁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲି ।"