କଟକ: ପ୍ରଥମଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେବ 71ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା । ଆସନ୍ତା ଫେବୃଆରୀ 20ରୁ 23 ପର୍ଯ୍ୟନ୍ତ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ ଜାତୀୟ କବାଡ଼ି ପ୍ରତିଯୋଗିତା । ଭାରତୀୟ କବାଡି ଫେଡେରେସନ ଅନୁମୋଦନ କ୍ରମେ ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଯାଉଛି ଏହି ମେଗା ସ୍ପୋର୍ଟସ ଇଭେଣ୍ଟ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବ ।
ଖେଳିବେ 35ଟି ଟିମ୍:
ଆଜି ରାଜ୍ୟ କବାଡ଼ି ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ସମ୍ପାଦକ ଅଜୟ କୁମାର ବେହରାକହିଛନ୍ତି, "71ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା ପାଇଁ ଓଡ଼ିଶା କବାଡି ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରତିଯୋଗିତା ପାଇଁ 1 କୋଟି 50 ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଓଡ଼ିଶା ସରକାର ଏବଂ ରୁଚି କମ୍ପାନୀର ମିଳିତ ସହଯୋଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭାରତର ୩୦ଟି ଯାକ ରାଜ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହା ସହିତ ଅଫିସିଆଲ ଟିମ ଭାବରେ 5ଟି ଟିମ ଭାଗ ନେବେ । ମୋଟ ୩୫ଟି ଦଳରୁ ୪୫୦ରୁ ଖେଳାଳି ସାମିଲ ହେବ ।
ଉଦଘାଟନ ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ:
ଏହାସହ ଅଫିସିଆଲ, ଭଲେଣ୍ଟର ଓ ଟେକ୍ନିକାଲ ଅଫିସିଆଲ ମିଶି ମୋଟ 750 ଜଣ ପ୍ରତିଯୋଗିତାରେ ଯୋଗଦେବେ ।ଏମାନଙ୍କ ମଧ୍ୟରୁ ବହୁ ଜାତୀୟ ଅର୍ନ୍ତଜାତୀୟ ଖେଳାଳି ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ କୋଚମାନେ ମଧ୍ୟ ଉପସ୍ଥିତ ରହିବେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେବ । ଉଦ୍ଯାପନୀ ଉତ୍ସବରେ ବହୁ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।"