ଓଡିଶା

odisha

ETV Bharat / sports

ଏମିତି ଫ୍ୟାନ୍‌ ! କୋହଲିଙ୍କୁ ଦେଖିବାକୁ 58 କିମି ସାଇକେଲରେ ଆସିଲେ 15 ବର୍ଷୀୟ ଛାତ୍ର - Virat Kohli - VIRAT KOHLI

58 KM BY CYCLE TO WATCH KOHLI: କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଉନ୍ନାଓରୁ ପ୍ରାୟ 58 କିମି ସାଇକେଲ ଯାତ୍ରା କରି କାନପୁରରେ ପହଞ୍ଚିଲେ 15 ବର୍ଷୀୟ କୁନି ପ୍ରଶଂସକ । ସମସ୍ତେ କରୁଛନ୍ତି ପ୍ରଶଂସା । ଅଧିକ ପଢ଼ନ୍ତୁ

58 KM BY CYCLE TO WATCH KOHLI
58 KM BY CYCLE TO WATCH KOHLI (ETV Bharat)

By ETV Bharat Sports Team

Published : Sep 27, 2024, 8:25 PM IST

କାନପୁର (ଉତ୍ତର ପ୍ରଦେଶ): ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଅନେକ ପ୍ରଶଂସକଙ୍କୁ ଆମେ ଦେଖିଛେ । କିଏ ତାଙ୍କ ପାଇଁ ଦେହରେ ଟାଟୁ କରୁଛି ତ, କିଏ ବିଭିନ୍ନ ଉପାୟରେ ତାଙ୍କୁ ଫଲୋ କରି ଚର୍ଚ୍ଚାକୁ ଆସୁଛି । ସାରା ବିଶ୍ବରେ କୋହଲିଙ୍କ ଟିକିଏ ଝଲକ ପାଇବାକୁ ପ୍ରଶଂସକମାନେ ଧାଇଁ ଆସନ୍ତି ଷ୍ଟାଡିୟମକୁ । ଏହାରି ଭିତରେ ଆଉ ଜଣେ କୁନି ପ୍ରଶଂସକ ଚର୍ଚ୍ଚାକୁ ଆସିଛନ୍ତି । ଭାରତ ଓ ବାଂଲାଦେଶ ମଧ୍ୟରେ କାନପୁରରେ ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ସେ ଉନ୍ନାଓରୁ ପ୍ରାୟ 58 କିମି ସାଇକେଲ ଯାତ୍ରା କରି କାନପୁରରେ ପହଞ୍ଚିଥିଲେ ।

କୋହଲିଙ୍କୁ ଦେଖିବାକୁ 7 ଘଣ୍ଟାରେ 15 କିମି ସାଇକେଲ ଯାତ୍ରା :-

10ମ ଶ୍ରେଣୀରେ ପଢୁଥିବା 15 ବର୍ଷୀୟ ପ୍ରଶଂସକଙ୍କ ଅଜବ କାଣ୍ଡ । ନିଜ ପ୍ରିୟ ଖେଳାଳି ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ସେ ଉନ୍ନାଓରୁ 58 କିମି ସାଇକେଲ ଯାତ୍ରା କରି ପହଞ୍ଚିଥିଲେ କାନପୁର ଗ୍ରୀନ ପାର୍କ ଷ୍ଟାଡିୟମରେ । ଦୀର୍ଘ 7 ଘଣ୍ଟା ଧରି ସାଇକେଲ ଚଳାଇବା ପରେ ସେ ଏଠାରେ ପହଞ୍ଚିଥିଲେ । ଏହି କୁନି ପ୍ରଶଂସକଙ୍କ ନାଁ ହେଉଛି କାର୍ତ୍ତିକେୟ, ଘର ଉତ୍ତର ପ୍ରଦେଶର ଉନ୍ନାଓରେ । ତାଙ୍କର ଏପରି ଇଚ୍ଛାଶକ୍ତି ଓ ବିରାଟ କୋହଲିଙ୍କ ପ୍ରତି ତାଙ୍କ ମନରେ ଥିବା ଭଲ ପାଇବା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ୟୁଜର୍ସମାନେ ମଧ୍ୟ ତାଙ୍କୁ ଦେଇଛନ୍ତି ସାବାସୀ ।

ଏମିତି ଥିଲା ଆଜିର ମ୍ୟାଚ୍‌:-

ଭାରତ ଓ ବାଂଲାଦେଶ ବିପକ୍ଷରେ ଶୁକ୍ରବାର ଆରମ୍ଭ ହୋଇଥିବା ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଥିଲା । ପ୍ରାୟ ଅଢ଼େଇ ଘଣ୍ଟା ପୂର୍ବରୁ ଆଜିର ଖେଳକୁ ବନ୍ଦ କରିଦିଆଯାଇଥିଲା । ତେବେ କାନପୁରରେ ବର୍ଷା କାରଣରୁ ଆଜିର ଖେଳ ଆଗକୁ ବଢ଼ିପାରିନଥିଲା । ମ୍ୟାଚ୍‌ରେ ଟସ୍‌ ପଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା । ବର୍ଷା କାରଣରୁ ଲଞ୍ଚ ବ୍ରେକ୍‌ ମଧ୍ୟ ଶୀଘ୍ର ହୋଇଥିଲା । ଶେଷରେ ପୁଣିଥରେ ବର୍ଷା ବ୍ୟାଘାତ କାରଣରୁ ଖେଳକୁ ଆଜି ଶୀଘ୍ର ଶେଷ କରିଦିଆଯାଇଛି । ଆଜିର ଖେଳ ଶେଷ ସୁଦ୍ଧା ବାଂଲାଦେଶ 35 ଓଭର ବ୍ୟାଟିଂ କରିବା ସହ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ ସ୍କୋର କରିଛି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details