ଓଡିଶା

odisha

ETV Bharat / politics

ତେଲକୋଇ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର - Madhab Sardar File Nomination - MADHAB SARDAR FILE NOMINATION

Telkoi Assembly Constituency BJD MLA Candidate: ହଜାର ହଜାର ସମର୍ଥକଙ୍କ ସହ ଆସି ତେଲକୋଇ ଆସନ ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର । ଅଧିକ ପଢ଼ନ୍ତୁ

ତେଲକୋଇ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର
ତେଲକୋଇ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର (ETV Bharat Odisha)

By ETV Bharat Odisha Team

Published : May 3, 2024, 7:47 PM IST

ତେଲକୋଇ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର (ETV Bharat Odisha)

କେନ୍ଦୁଝର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଚାଲିଛି ନାମାଙ୍କନ ପର୍ବ । ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ବିଜେଡି ପକ୍ଷରୁ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମାଧବ ସର୍ଦ୍ଦାର । ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ନିଜର ନାମାଙ୍କନ ଦାଖଲ କରିଛନ୍ତି ମାଧବ ।

ବିଜେଡି ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ତେଲକୋଇ ବିଧାନସଭା ଆସନ ପାଇଁ ନାମ ଘୋଷଣା କରିଥିଲେ । ଏଥିରେ ତେଲକୋଇ ବିଧାନସଭା ଆସନ ପାଇଁ ଜିଲ୍ଲାର ବରିଷ୍ଠ ନେତା ମାଧବ ସର୍ଦ୍ଦାରଙ୍କୁ ଟିକେଟ ଦେଇଥିଲା ଦଳ । ଚଳିତ ନିର୍ବାଚନରେ ମାଧବ ସଦର ବିଧାନସଭା ଆସନ ପାଇଁ ଆଶାୟୀ ଥିବା ବେଳେ ବହୁ ଛକାପଞ୍ଜା ପରେ ଦଳ ତାଙ୍କୁ ତେଲକୋଇ ଆସନ ପାଇଁ ପ୍ରାର୍ଥୀ କରିଛି । ଆଜି ହାଜର ହଜାର କର୍ମୀଙ୍କ ଗ୍ରହଣରେ ଆସି ମାଧବ ସର୍ଦ୍ଦାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ଅବସରରେ ମାଧବ ସର୍ଦ୍ଦାର କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ଶାସନ, ଦୃଢ ନେତୃତ୍ବ ଏବଂ ବିକାଶ ଯେଭଳି ଆଗେଇ ଚାଲିଛି, ସେହି ବିକାଶକୁ ନେଇ ଆମେ ନିର୍ବାଚନ ଲଢିବୁ । ଲଗାତାର ଭାବରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଓ ଜଳସେଚନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଯେଉଁ ବିକାଶ କରିଛନ୍ତି ତାହାକୁ ମୁଦ୍ଦା କରି ଆମେ ନିର୍ବାଚନକୁ ଓହ୍ଲାଇଛୁ । ଜିତିବା ପରେ ନିର୍ବାଚନ ମଣ୍ଡଳୀରେ ଯେଉଁ ଅଧୁରା କାର୍ଯ୍ୟ ରହିଯାଇଛି ତାକୁ ପୂରଣ କରିବି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଲୋକମାନଙ୍କ ଦାବି ଉପସ୍ଥାପନା କରିବି । "

ଆଜି ପ୍ରବଳ ଖରା ସତ୍ତ୍ୱେ ମାଧବଙ୍କ ପ୍ରାର୍ଥୀପତ୍ର ଦାଖଲ ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର, ସଦର ବିଧାୟିକା ପ୍ରାର୍ଥିନୀ ମୀନା ମାଝୀ, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ସାଂସଦ ପ୍ରା‍ର୍ଥୀ ଧନୁର୍ଜୟ ସିଦୁ, ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ବହୁ ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ତେଲକୋଇ ଆସନ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଫକୀର ମୋହନ - Fakir Mohan Nayak Files Nomination

ପ୍ରକାଶ ଯେ, ମାଧବ ସର୍ଦ୍ଦାର 1996ରୁ 1998 ପର୍ଯ୍ୟନ୍ତ କଂଗ୍ରେସ ଟିକେଟରୁ ସାଂସଦ ହୋଇଥିଲେ । ପରେ 2016ରେ ବିଜେଡିରେ ଯୋଗଦାନ କରିଥିଲେ । 2019 ନିର୍ବାଚନରେ ସଦର ବିଧାୟକ ପ୍ରାର୍ଥୀ ହୋଇ ମୋହନ ମାଝୀଙ୍କ ଠାରୁ 1260 ଭୋଟରେ ହାରିଥିଲେ । ପରେ ଦଳ ତାଙ୍କ ଉପରେ ଆସ୍ଥା ଭାଜନ କରି ତେଲକୋଇ ଆସନରୁ ଟିକଟ ଦେଇଛି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details