ଓଡିଶା

odisha

ETV Bharat / politics

ବିଜେପିରେ ଟିକେଟ୍ ବଦଳିବା ପ୍ରସଙ୍ଗ, ନୂଆ କଥା ନୁହେଁ କହିଲେ ନିର୍ବାଚନ ପ୍ରଭାରୀ - BJP Ticket Issue - BJP TICKET ISSUE

BJP Ticket Issue: ଟିକେଟ୍ ବିଦ୍ରୋହକୁ ନେଇ ମୁହଁ ଖୋଲିଲେ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଏହାସହ ୨୦ ତାରିଖ ପୂର୍ବରୁ ବାକି ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ମଧ୍ୟ ସେ କହିଛନ୍ତି । ଅଧିକ ପଢନ୍ତୁ

vijay pal singh tomar reaction
vijay pal singh tomar reaction

By ETV Bharat Odisha Team

Published : Apr 10, 2024, 5:59 PM IST

vijay pal singh tomar reaction

ଭୁବନେଶ୍ବର: ଟିକେଟ୍ ବିଦ୍ରୋହକୁ ନେଇ ମୁହଁ ଖୋଲିଲେ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ସେ କହିଛନ୍ତି, "ଆଶାୟୀ ପ୍ରାର୍ଥୀ ଦଳୀୟ କାର୍ଯାଳୟରେ ଟିକେଟ ପାଇଁ ଦାବି କରିବା ନୂଆ କଥା ନୁହଁ । ବିଦ୍ରୋହ କରୁଥିବା ସମସ୍ତେ ଦଳ ବିଚାରଧାରା ସହ ଜଡିତ । ସମସ୍ତେ ଆମ ସାଙ୍ଗରେ ଅଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଆସିବା ନେଇ ଦୁଇ ଦିନ ଭିତରେ ଯୋଜନା ପ୍ରସ୍ତୁତି ହେଉଛି ।" ତେବେ ବିଜେପି ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିସାରିଛି। ହେଲେ ପ୍ରଥମ ପର୍ଯ୍ୟାୟରେ 112 ଟି ବିଧାନସଭା ଆସନ ଘୋଷଣା ପରେ ବିବାଦ ପିଛା ଛାଡୁନି । କାରଣ ଯେଉଁ ଦିନଠାରୁ ଦଳ ପ୍ରଥମ ପର୍ଯ୍ୟାୟ ଘୋଷଣା କଲା ତା' ପରଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଶାୟୀମାନଙ୍କ ପ୍ରତିବାଦ ଆରମ୍ଭ ହୋଇଥିଲା । ଯାହା ଏବେ ବି ଜାରି ରହିଛି। କିଛି ଅସନ୍ତୁଷ୍ଟ କର୍ମୀମାନେ ଟିକେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ବିଜେପି ଟିକେଟ ବଦଳିବା ନେଇ ସସପେନ୍ସ ବଢିବାରେ ଲାଗିଛି।

ସେପଟେ ବିଜୟ ପାଲ ସିଂ ତୋମାର କହିଛନ୍ତି, "କେନ୍ଦ୍ରୀୟ ନେତୃତ୍ୱ ପ୍ରଚାର ରେ ଆସିବା ନେଇ ଦୁଇ ଦିନ ଭିତରେ ଯୋଜନା ପ୍ରସ୍ତୁତି ହେଉଛି । ଏସସି ଆସନରେ ଏସଟି ପ୍ରାର୍ଥୀ ଭଳି ଟେକ୍ନିକାଲ ତ୍ରୁଟି ଥିଲେ ପ୍ରାର୍ଥୀ ବଦଳିପାରନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନା ନାହିଁ ସଂସଦୀୟ କମିଟି ନିଷ୍ପତ୍ତି ନେବ। ସେହିପରି ଖୁବଶୀଘ୍ର ଆସିବ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । 20 ତାରିଖ ପୂର୍ବରୁ ବାକି ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।" ସୂଚନା ଅନୁସାରେ, ଟିକେଟ ବଣ୍ଟନକୁ ନେଇ ବିଜେପିରେ ଏବେବି ଥମୁନି ବିବାଦ । ବିଜେପି ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏପରି ଦେଖିବାକୁ ମିଳିଛି। ପ୍ରଥମେ ଏହି ବିବାଦ ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଥିଲା । ଆଶାୟୀ ପ୍ରାର୍ଥୀ ଥିଲେ ହିମାଂଶୁ ସାହୁ, ହେଲେ ଟିକେଟ ପାଇଲେ ସ୍ମୃତି ରେଖା ପହି । ଦେଖିବାକୁ ଗଲେ ସ୍ମୃତି ରେଖା ବିଜେପିରେ ବହୁ ଦିନରୁ ସକ୍ରିୟ ଥିଲେ ।

ଏହା ମଧ୍ୟ ପଢନ୍ତୁ...ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା, ପ୍ରଶାନ୍ତ ଜଗଦ୍ଦେବଙ୍କୁ କାଳୁ ସମର୍ଥକଙ୍କ ବିରୋଧ - Ruckus At BJP Party Office

ଅପରପକ୍ଷେ, ହିମାଂଶୁ ସାହୁ ଏବେ ଏବେ ଦଳରେ ସାମିଲ ହୋଇଥିଲେ। ଟିକେଟ ନ ମିଳିବା ପରେ ହିମାଂଶୁଙ୍କ ସମର୍ଥକ ମାନେ ଦୁଇ ଦିନ ଧରି ରାଜ୍ୟ ବିଜେପି କାର୍ଯ୍ଯାଳୟ ସମ୍ମୁଖରେ ଦିନ ରାତି ବସିଥିଲେ। ହେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ। ସେପଟେ ମହାକାଳପଡ଼ାରେ ଅସନ୍ତୁଷ୍ଟ କର୍ମୀମାନେ ବିଜେପି ଅଫିସ ଘେରାଉ କରିଥିଲେ। କିଛିଦିନ ତଳେ ଖୋର୍ଦ୍ଧା ବିଜେପି ନେତା କାଳୁ ଖଣ୍ଡାୟତ ରାୟଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜୟ ଶ୍ରୀରାମ ନାରା ଦେଇ ସମର୍ଥକ ପାର୍ଟି ଅଫିସରେ ହୋହଲ୍ଲା କରିଥିଲେ । ଖୋର୍ଦ୍ଧାରେ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ନଦେବାକୁ ଦାବି କରି ବିରୋଧ କରିଥିଲେ ବିଜେପି କର୍ମୀ । ସେହିପରି ସୋର ନିର୍ବାଚନ ମଣ୍ଡଳୀ କଥା ଦେଖିବାକୁ ଗଲେ, ରାଜେନ୍ଦ୍ର ଦାସଙ୍କୁ ବିଜେପି ପ୍ରାର୍ଥୀ କରିଛି । ଚର୍ଚ୍ଚା ହେଉଛି ବିଜେପି ଏହାକୁ ବଦଳାଇପାରେ ହେଲେ ରାଜେନ୍ଦ୍ର ଦାସ ଏହାକୁ ଖଣ୍ଡନ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details