ନୂଆଦିଲ୍ଲୀ: ଆଜି 3 ରାଜ୍ୟରେ ଖାଲି ପଡିଥିବା 15 ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକରେ ହେବ ରାଜ୍ୟସଭା ନିର୍ବାଚନ । ଉତ୍ତରପ୍ରଦେଶରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ । ରାଜ୍ୟଗୁଡିକର ବିଧାନସଭାରେ ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । 5ଟାରୁ ଭୋଟ ଗଣତି ଆରମ୍ଭ ହେବ ।
ଉତ୍ତରପ୍ରଦେଶ: ରାଜ୍ୟରେ ଖାଲି ପଡିଥିବା 10 ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ ହେବ । 11 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ବିଜେପି 7 ବଦଳରେ 8 ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମାଜବାଦୀ ପାର୍ଟି 3 ଜଣ ପ୍ରାର୍ଥୀ ଦେଇଛି । ଯାହାଫଳରେ ରୋଚକ ସ୍ଥିତିରେ ରହିଛି ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ । ଯଦି ବିଜେପି 7 ଜଣ ପ୍ରାର୍ଥୀ ଦେଇଥାନ୍ତା ତେବେ ନିର୍ଦ୍ବନ୍ଦ୍ବରେ ସମସ୍ତ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥାନ୍ତେ । କିନ୍ତୁ 10 ଆସନରେ 11 ଜଣ ପ୍ରାର୍ଥୀ ଥିବାବେଳେ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । 403 ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ 252 ବିଜେପି ବିଧାୟକ ରହିଥିବା ବେଳେ 108 ଜଣ ସମାଜବାଦୀ ପାର୍ଟି ବିଧାୟକ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ରାଜ୍ୟସଭା ନିର୍ବାଚନ: ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଅଶ୍ୱିନୀ, ଦେବାଶିଷ ଓ ଶୁଭାଶିଷ