ଜୟପୁର(ରାଜସ୍ଥାନ):ଆସାମରେ ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ ନେଇ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ''ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନିର୍ଦ୍ଦେଶରେ ଏଫଆଇଆର ରୁଜୁ ହୋଇଛି । ଆସାମରେ କଂଗ୍ରେସ ନ୍ୟାୟ ଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରାଯାଉଛି । ଦେଶବ୍ୟାପୀ କଂଗ୍ରେସ ନେତାମାନେ ବିଶ୍ବଶର୍ମାଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରୁଛନ୍ତି । ତେବେ ବିଜେପି ଯେତେ ଯାହା ଚେଷ୍ଟା କରୁ ନା କାହିଁକି ନା କଂଗ୍ରେସକୁ ଡରାଇ ପାରିବ ନା ରାହୁଲ ଗାନ୍ଧୀ ଡରିବେ ।'' ଆଜି ଜୟପୁର ବିମାନ ବନ୍ଦରରେ ଗଣମାଧ୍ୟମ ଆଗରେ ଏଭଳି କହିଛନ୍ତି ଗେହଲଟ ।
ଗେହଲଟ ଆହୁରି କହିଛନ୍ତି ଯେ, ଆସାମରେ ନ୍ୟାୟ ଯାତ୍ରା ଅଟକାଇବାକୁ ଯେମିତି ଚେଷ୍ଟା କରାଯାଉଛି, ତାହା ବିଚଳିତ କଲାଭଳି । କାରଣ ସବୁକିଛି ସେଠାକାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି । ପୋଲିସକୁ ନିର୍ଦ୍ଦେଶ ଦେଇ କୌଣସି ନେତାଙ୍କ ବିରୋଧରେ ମାମଲା ରୁଜୁ କରିବାର ଅଧିକାର କେଉଁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କ ନାହିଁ । ଯଦି ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେବାକୁ ଲାଗିବେ, ତାହେଲେ ପ୍ରତିଶୋଧ ନେବାକୁ କେହି ବି ଏମିତି କରିପାରିବେ ।
ଏହା ମଧ୍ୟ ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ; ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ