ଓଡିଶା

odisha

ETV Bharat / politics

ପୁରୀ ନିର୍ବାଚନ ମଣ୍ଡଳୀ: ନାମାଙ୍କନ ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର - Sujit Mohapatra File Nomination

Congress MLA Candidate Sujit Mohapatra File Nomination: ନାମଙ୍କନ ଦାଖଲ କଲେ ପୁରୀ ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର । ଅଧିକ ପଢ଼ନ୍ତୁ

ପୁରୀ ନିର୍ବାଚନ ମଣ୍ଡଳୀ: ନାମାଙ୍କନ ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର
ପୁରୀ ନିର୍ବାଚନ ମଣ୍ଡଳୀ: ନାମାଙ୍କନ ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର (ETV Bharat Odisha)

By ETV Bharat Odisha Team

Published : May 4, 2024, 7:51 PM IST

ପୁରୀ ନିର୍ବାଚନ ମଣ୍ଡଳୀ: ନାମାଙ୍କନ ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର (ETV Bharat Odisha)

ପୁରୀ: ରାଜ୍ୟର 3ୟ ପର୍ଯ୍ୟାୟରେ ପୁରୀରେ ହେବ ମତଦାନ । ଏନେଇ ପ୍ରମୁଖ ଦଳର ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଏହାରି ଭିତରେ ଚାଲିଛି ପ୍ରାର୍ଥୀଙ୍କ ନାମାଙ୍କନ ଭରିବା ପର୍ବ । ଏହି ପରିପ୍ରେକ୍ଷୀରେ ଆଜି (ଶନିବାର) ପୁରୀ ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହାସହ ପାଞ୍ଚ ସୁତ୍ରି ମୁଦ୍ଦାକୁ ନେଇ ସୁଜିତ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।

ଆଜି ନାମାଙ୍କନ ଭରିଛନ୍ତି ପୁରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ୍ ମହାପାତ୍ର । ଏକ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହାସହ ପାଞ୍ଚ ସୁତ୍ରି ମୁଦ୍ଦାକୁ ନେଇ ସୁଜିତ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । ପାଞ୍ଚ ସୁତ୍ର ମଧ୍ୟରେ ରହିଛି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ପରିକ୍ରମା ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ପ୍ରସଙ୍ଗ । ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଦାବି ଓ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ହୋଟେଲ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ କରିବା ଆଦି ବିଭିନ୍ନ ଦାବି ନେଇ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ।

ଏହା ମଧ୍ୟ ପଢ଼ନ୍ତୁ...ଲୋକଙ୍କ ସେବା କରିବା ଓ ଲୋକଙ୍କ ପାଇଁ ଲଢ଼ିବାକୁ ରାଜନୀତିକୁ ଆସିଛି: ସୁଜିତ୍ ମହାପାତ୍ର - Puri Assembly Congress

ନାମାଙ୍କନ ଦାଖଲ କରିବା ଅବସରରେ ସୁଜିତ୍ ମହାପାତ୍ର କହିଛନ୍ତି, "ସମସ୍ୟାକୁ ନେଇ ପୁରୀ ସହର । ଯେକୌଣସି ଜାଗାକୁ ଗଲେ ସେଠାରେ ସମସ୍ୟା । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତିକରଣ କରାଯାଉଛି । ପୁରୀ ସହରର 80 ହଜାର ପରିବାରର ଘର ଅଛି ହେଲେ ସ୍ଥାୟୀ ପଟା ନାହିଁ । ପୂର୍ବତ୍ତନ ବିଧାୟକ ରାଜସ୍ୱ ମନ୍ତ୍ରୀ, ଆଇନ ମନ୍ତ୍ରୀ ଥିବା ବେଳେ ଏହି ସମସ୍ୟା ସମାଧାନ କଲେନାହିଁ । ଉଠା ଦୋକାନୀଙ୍କ ଥଇଥାନ କରାଯାଇନାହିଁ । ଇଞ୍ଜିନିୟରିଂ କଲେଜ ଥିଲା ତାହା ବନ୍ଦ ହୋଇଗଲା । ସ୍ବାସ୍ଥ୍ୟ ସମସ୍ୟା ନକହିବା ଭଲ । ଯାହା ସ୍ବାସ୍ଥ୍ୟ ସମସ୍ୟା ହେଲେ କଟକ ଯିବାକୁ ପଡ଼ୁଛି । ଗୌରବ ପୂର୍ଣ୍ଣ ଶିକ୍ଷା ଅନୁଷ୍ଠାନ ସାମନ୍ତ ଚନ୍ଦ୍ରସେଖର କଲେଜକୁ ସରକାର ବିଶ୍ଵବିଦ୍ୟାଳୟ ମାନ୍ୟତା ଦେଲେନାହିଁ । ପୁରୀରେ ବ୍ୟାପକ ହୋଟେଲ ଥିବା ବେଳେ ହୋଟେଲ ମ୍ୟାନେଜମେଣ୍ଟ ନେଇ କୌଣସି କଲେଜ ନାହିଁ । ପୁରୀ ସଦର ଅଞ୍ଚଳରେରେ ଜଳସେଚନ ବ୍ୟବସ୍ଥା ନାହିଁ । ସବୁକୁ ନେଇ ଲୋକଙ୍କ ମଧ୍ୟରେ ଜନ ଆକ୍ରୋଶ ରହିଛି । ଏସବୁକୁ ପାଥେୟ କରି କଂଗ୍ରେସ ଲଢ଼ିଚାଲିଛି । କଂଗ୍ରେସ କର୍ମୀ ଜଣେ ଜଣେ ସୈନିକ ହୋଇ ଲଢିଛନ୍ତି । ସେଥିପାଇଁ କଂଗ୍ରେସ ପ୍ରତି ଲୋକମାନଙ୍କ ଭଲପାଇବା ଅଛି ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details