ଓଡିଶା

odisha

ସତ୍ୟବାଦୀରେ ନିର୍ବାଚନୀ ତାତି, ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟ

By ETV Bharat Odisha Team

Published : Feb 24, 2024, 3:15 PM IST

Power Show by Satyabadi MLA Umakanta Samantray : ସତ୍ୟବାଦୀରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଉମାକାନ୍ତ ସାମନ୍ତରାୟ । ନିଜର ପତିଆରା ଜାହିର କରିବା ପାଇଁ ଉମା ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ,

ଉମାକାନ୍ତ ସାମନ୍ତରାୟଙ୍କ ଶକ୍ତି ପ୍ରଦର୍ଶନ
ଉମାକାନ୍ତ ସାମନ୍ତରାୟଙ୍କ ଶକ୍ତି ପ୍ରଦର୍ଶନ

ଉମାକାନ୍ତ ସାମନ୍ତରାୟଙ୍କ ଶକ୍ତି ପ୍ରଦର୍ଶନ

ନିମାପଡ଼ା: 2024 ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ । ସତ୍ୟବାଦୀରେ ଶକ୍ତି ପ୍ରଦର୍ଶନ କଲେ ଉମାକାନ୍ତ ସାମନ୍ତରାୟ । ନିଜର ପତିଆରା ଜାହିର କରିବା ପାଇଁ ଉମା ଚେଷ୍ଟା କରିଥିବା ଚର୍ଚ୍ଚା ହେଉଛି । ସତ୍ୟବାଦୀରେ ସଞ୍ଜୟ ଦାସ ବର୍ମାଙ୍କୁ ଟିକେଟ ପ୍ରଦାନ କରାଯିବା ଚର୍ଚ୍ଚା ପରେ ରାତି ଅଧିଆ ମେଳି ବାନ୍ଧିଥିଲେ ଉମା ଓ ତାଙ୍କ ସମର୍ଥକ । ବିଶେଷ କରି ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ହାତରୁ କଣାସ ପଞ୍ଚାୟତ ଓ ସତ୍ୟବାଦୀ ବ୍ଲକର 2ଟି ଜିଲ୍ଲା ପରିଷଦ ଜୋନ ବିଜେଡି ହାତରୁ ଖସି ଯାଇଥିଲା । ସେହିପରି ୫T ଅଧକ୍ଷଙ୍କୁ ସତ୍ୟବାଦୀରେ କାଳିମାଡ଼ ପରେ ବ୍ୟାକ ଫୁଟକୁ ଯାଇଥିଲେ ଉମା ।

ବିଧାୟକ ଉମାଙ୍କ ସମର୍ଥକ ଦମ୍ଭୋକ୍ତି ଦେଖାଇଛନ୍ତି ଯେ "ସତ୍ୟବାଦୀରେ ନିର୍ବାଚନ ସମୟରେ କେତେକ କୁଚକ୍ରି ଗୋଷ୍ଠୀ ଟିକେଟକୁ ନେଇ ଦ୍ଵନ୍ଦ୍ବ ସୃଷ୍ଟି କରୁଛନ୍ତି । ସତ୍ୟବାଦୀରେ ଉମାଙ୍କୁ କୌଣସି ଟିକେଟର ଆବଶ୍ୟକତା ନାହିଁ, ଉମା ସାମନ୍ତରାୟ ପୁଣିଥରେ ଏଠାରେ ବିଧାୟକ ହେବେ। ଉମାଙ୍କ ନେତୃତ୍ବରେ ବିଜେଡି ବିଜୟ ବାନା ଉଡ଼ାଇଥିଲା । ଟିକେଟ ମିଳୁ କି ନମିଳୁ ଉମାଙ୍କୁ ସତ୍ୟବାଦୀରେ ବିଧାୟକ କରିବା ବୋଲି ବିଜେଡି ନେତୃତ୍ବ କହିଥିଲେ । " ସେପଟେ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "ସତ୍ୟବାଦୀରେ କିଏ ନେତୃତ୍ବ ନେବ ସେ ନିଷ୍ପତ୍ତି କେବଳ ସତ୍ୟବାଦୀ ଜନ ସାଧାରଣ ନେବେ, ଆପଣମାନେ କହିଲେ ମୁଁ ନିର୍ବାଚନ ଲଢ଼ିବି, ନଚେତ ଓହରି ଯିବି।"

ଏହା ବି ପଢନ୍ତୁ...ଖୋର୍ଦ୍ଧାରେ ଉଷ୍ମ ରାଜନୀତି; ବାସନ୍ତୀଙ୍କୁ ନେଇ ବିଜେଡିରେ ଚର୍ଚ୍ଚା

ସତ୍ୟବାଦୀ ବ୍ଲକ ସଭାପତି ପ୍ରମୋଦ ରାଉତରାୟ କହିଛନ୍ତି "ବିଗତ ଦିନରେ ସତ୍ୟବାଦୀ ଭୋଟର ଯେଉଁ ଭଳି ଭାବରେ ସ୍ଵାଧୀନ ଭାବରେ ଉମାଙ୍କୁ ଜିତାଇଥିଲେ ସେହିଭଳି ଭାବରେ ସତ୍ୟବାଦୀରେ ଉମା ହିଁ ଆମର ଚିହ୍ନ, ଉମା ଆମ ବିଧାୟକ" । ବିଧାୟକ ଉମା କହିଛନ୍ତି "ଏଠାରେ କିଛି ଗୋଷ୍ଠୀ ନେତୃତ୍ବ ଭାଗ ଭାଗ କରି କରି ରଖୁଛନ୍ତି, ମୋ ପାଇଁ କେହି ବଡ଼ ନୁହେଁ ମୋ ପାଇଁ ଲୋକ ବଡ଼ । ଆପଣମାନେ କହିଲେ ନିର୍ବାଚନ ଲଢ଼ିବି ନଚେତ ଚୁପ ହୋଇ ବସିବି । ଯେଉଁ ମାନେ ଅସ୍ଥିରତା ସୃଷ୍ଟି କରୁଛନ୍ତି, ଏମାନେ ଲୋକଙ୍କ ପାଇଁ କାମ କରିବା ଅପେକ୍ଷା ସର୍କିଟ ହାଉସରେ ବସୁଛନ୍ତି" । ନିଜ ଜନ୍ମ ମାଟିରେ ନିର୍ବାଚନ ଲଢ଼ିବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଉମା । ୨୦୨୪ସାଧାରଣ ନିର୍ବାଚନ ପୂର୍ବରୁ ଟିକେଟକୁ ନେଇ ଉମା ଓ ତାଙ୍କ ସମର୍ଥକଙ୍କ ମେଳି ଉମାଙ୍କ ପତିଆରା ବୃଦ୍ଧି କରୁଛି ନା ଦଳୀୟ ନେତୁତ୍ବ ଙ୍କ ବିରୋଧରେ ରଣହୁଙ୍କାର ଉମାଙ୍କୁ ମହଙ୍ଗା ପଡୁଛି ତାକୁ ଅପେକ୍ଷା ।

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details