ଭୁବନେଶ୍ବର: ଲଘୁଚାପଜନିତ ବର୍ଷାରେ ଉଜୁଡି ଯାଇଥିବା ଚାଷ ଓ ଚାଷୀକୁ ସାନ୍ତ୍ବନା ଦେବା ସହ ଗ୍ରାଉଣ୍ଡ ରିଅଲିଟି ପରଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜିଲ୍ଲା ଗସ୍ତ କରିଛନ୍ତି । ସେହିପରି ଚାଷୀଙ୍କ ଦୁର୍ଦ୍ଦିନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହୋଇଛନ୍ତି । ଚାଷୀଙ୍କ ଦୁର୍ଦ୍ଦଶା ସମୟରେ ଚାଷୀଙ୍କ ପାଖରେ ପହଁଚି କ୍ଷୟକ୍ଷତିର ଭରଣା କରିବାକୁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା ।
ମୋହନଙ୍କୁ ଟକ୍କର ଦେବାକୁ ନବୀନ ମଧ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକ ବୁଲିବା ଆରମ୍ଭ କରିଦେଇଛନ୍ତି । ନବୀନଙ୍କ କ୍ଷୟକ୍ଷତି ସମୀକ୍ଷାକୁ ନେଇ ବିଜେଡି ଉପେର ବର୍ଷିଛି ବିଜେପି । ସେପଟେ ବିଜେପିକୁ କାଉଣ୍ଟର ଜବାବ ଦେଇଛି ବିଜେପି । ଏଭଳି ସ୍ଥଳେ ଉଭୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ । ଚାଷୀଙ୍କ ଏଭଳି ଦୁଃଖ ସମୟରେ ଚାଷୀଙ୍କୁ ସାହାଯ୍ୟ କରନ୍ତୁ ସରକାର । କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକରେ ଚାଷୀଙ୍କୁ ସହାୟତାର ହାତ ବଢ଼ାନ୍ତୁ ସରକାର ବୋଲି ଦାବି କରିଛି କଂଗ୍ରେସ ।
"ଡ୍ରାମା କରି ରାଜନୈତିକ ରୁଟି ସେକୁଛି ବିଜେଡି':
ନବୀନଙ୍କ ଫସଲ କ୍ଷତିଗ୍ରସ୍ତ ଜିଲ୍ଲା ବୁଲା ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଜେଡିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ମିଛ କହିବାରେ କିଛି ଅସୁବିଧା ନାହିଁ । ୨୪ ବର୍ଷ ଧରି ସେମାନଙ୍କୁ କ୍ଷୟକ୍ଷତି ଦେଖାଯାଉନଥିଲା କି ଫସଲ ନଷ୍ଟ ହୋଇ ଚାଷୀ ଅସୁବିଧା ଓ ସମସ୍ୟାରେ ପଡୁଥିଲେ ତାହା ବିଜେଡିକୁ ଦେଖାଯାଉନଥିଲା । ଆଜି ହଠାତ୍ ଜିତିବାର ୬ ମାସ ପରେ ନବୀନ ନିଜ ନିର୍ବାଚନ ମଣ୍ଡଳୀକୁ ଗଲେ । ଆଜି ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ପାଇଁ ମଧ୍ୟ ତାଙ୍କର ଇଚ୍ଛା ନଥିଲା । ଏହାକୁ ବହୁ ପ୍ରଚାରିତ କରି ବିଜେଡି ଦେଖାଉଛି । ନିଜ ଦଳକୁ କେମିତି ବଞ୍ଚେଇକି ରଖିବେ ସେଥିପାଇଁ ଆପ୍ରାଣ ଉଦ୍ୟମ କରୁଛି ବିଜେଡି । ଚାଷୀଙ୍କ ସହ ବିଜେଡି କେବେ ନଥିଲା, କି କେବେ ବି ନାହାନ୍ତି । ସେମାନେ ଚାଷୀଙ୍କ କଥା କହିବା ଲଙ୍କାରେ ହରି ଶବ୍ଦ ଭଳି । କେବଳ ଡ୍ରାମା କରି ରାଜନୈତିକ ରୁଟି ସେକୁଛି ବିଜେଡି । ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ତତ୍ପର ଅଛନ୍ତି । ବିଭାଗୀୟ ମନ୍ତ୍ରୀମାନେ ମଧ୍ୟ ପଦକ୍ଷେପ ନେଉଛନ୍ତି ।"
ଏଭଳି କହିଲା ବିଜେଡି: