ଓଡିଶା

odisha

By ETV Bharat Odisha Team

Published : Apr 5, 2024, 7:47 PM IST

ETV Bharat / politics

ବିଜେପିର ମହିଳା କାର୍ଡ ନା ବିଜେଡି-କଂଗ୍ରେସର ଟାଣୁଆ ନେତା, କାହାର ହେବ କଳାହାଣ୍ଡି ଲୋକସଭା ? - Kalahandi Lok Sabha Constituency

Kalahandi Lok Sabha Constituency: କଳାହାଣ୍ଡି ଲୋକସଭା ଆସନରେ ତ୍ରିମୁଖ ଲଢେଇ । ବିଜେପିର ମହିଳା କାର୍ଡ, ବିଜେଡିର ଲୋକାଭିମୁଖି କାର୍ଯ୍ୟ ନା କଂଗ୍ରେସର ଗ୍ୟାରେଣ୍ଟି । ଅଧିକ ପଢନ୍ତୁ

Kalahandi Lok Sabha Constituency
Kalahandi Lok Sabha Constituency

Kalahandi Lok Sabha Constituency

ଭବାନୀପାଟଣା:ଆସିଛି ନିର୍ବାଚନୀ ଋତୁ । ନିର୍ବାଚନୀ ତାରିଖ ଘୋଷଣା ହେବା ପରେ ତିନି ପ୍ରମୁଖ ରାଜନୈତିକ ଦଳମାନେ ପ୍ରାର୍ଥୀ ଘୋଷଣା କରୁଛନ୍ତି । ତେବେ ପ୍ରାର୍ଥୀ ଘୋଷଣା ପରେ ସରଗରମ ହୋଇଛି ଜିଲ୍ଲା ରାଜନୀତି । ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନେତାଙ୍କ ଘନଘନ ବୈଠକ ଆରମ୍ଭ ହୋଇଛି । କେବେ କଳାହାଣ୍ଡି ଲୋକସଭା ଆସନ ପାଇଁ ଆରମ୍ଭ ହୋଇ ତ୍ରିମୁଖୀ ଲଢେଇ ।

2019 ଲୋକସଭା ନିର୍ବାଚନ ପାଇଁ 3 ଟାଣୁଆ ନେତାଙ୍କ ମଧ୍ୟରେ ଲଢେଇ ହୋଇଥିଲା । ବିଜେପିର ବସନ୍ତ ପଣ୍ଡା ବିଜୟ ହୋଇଥିବା ବେଳେ ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଭକ୍ତ ଚରଣ ଦାସ ପରାଜୟ ହୋଇଥିଲେ। ବିଜେପିରୁ ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇ ସମୁଦାୟ ୪ ଲକ୍ଷ୍ୟ ୩୩ ହଜାର ୭୪ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେଡି ର ପୁଷ୍ପେନ୍ଦ୍ର ସିଂହଦେଓ ୪ ଲକ୍ଷ୍ୟ ୬ହଜାର ୨୬୦ ଖଣ୍ଡ ଭୋଟ ପାଇ ଥିବା ବେଳେ କଂଗ୍ରେସ ନେତା ଭକ୍ତ ଚରଣ ଦାସ ୩ ଲକ୍ଷ୍ୟ ୧୯ ହଜାର ୨୦୨ ଟି ଭୋଟ ପାଇ ପରାଜୟ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ନୂଆ ମୁହଁ ଦେଇଛି ଦଳ ।

ଏହା ମଧ୍ୟ ପଢନ୍ତୁ:କାହାର ହେବ କଳାହାଣ୍ଡି ଲୋକସଭା ଆସନ ? ବିଜେପିରୁ ମାଳବିକା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର - Kalahandi Lok Sabha Constituency

ବିଜେପି ରାଜ ପରିବାର ସଦସ୍ୟ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ସ୍ତ୍ରୀ ମାଲବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଆଦିବାସୀ ମହିଳା ଦ୍ରୋପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି। ସେପଟେ ବିଜେଡି ବରିଷ୍ଠ ନେତା ଲମ୍ବୋଦର ନୀଆଲଙ୍କୁ ଲୋକ ସଭା ପ୍ରାର୍ଥୀ କରିଥିବା ବେଳେ ଏବେ ରାଜନୀତି ମୈଦାନ ୩ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ମୋଦି ଗ୍ୟାରେଣ୍ଟି ଓ କଳାହାଣ୍ଡିରେ ଗ୍ୟାରେଣ୍ଟି ନିର୍ବାଚନର ମୁଖ୍ୟ ମୁବ୍ଦା: ମାଲବିକା କେଶରୀ ଦେଓ - lok sabha elections 2024

ବିଜେଡି ପ୍ରାର୍ଥୀ ଲମ୍ବୋଦର ମିଆଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା ସହ ବିଭିନ୍ନ ବିକାଶ ତାଲିକାକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁ ଥିବା ବେଳେ ବିଜେପି ପ୍ରାର୍ଥୀ ମାଳବିକା କେଶରୀ ଦେଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି, ବିକଶିତ ଭାରତକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି । ଅନ୍ୟପଟେ କଂଗ୍ରେସ ନାରୀ ନିର୍ଯାତନା, ମହିଳାଙ୍କୁ ସ୍ଵତନ୍ତ୍ର ଅଧିକାରୀ କୃଷି ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ପ୍ରାର୍ଥୀ ପ୍ରକାଶ କରିଥିବା ବେଳେ ନିଜ ନିଜ ସମର୍ଥକ ଓ ଦଳୀୟ ନେତାଙ୍କ ନେଇ ଏବେ ମୈଦାନ ତିନି ଦଳର ପ୍ରାର୍ଥୀ। ତିନି ଦଳର ନେତା ବାଜିମାତ କରିବା ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ କିଏ ମାରିବ ବାଜି ତାହା ସମୟ ହିଁ କହିବ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details