ଓଡିଶା

odisha

ETV Bharat / politics

ନିର୍ବାଚନ ପରିଚାଳନା ସମୀକ୍ଷା କଲେ ମୋଦି, ନେତାଙ୍କୁ ଦେଲେ ଗୁରୁମନ୍ତ୍ର - PM Modi at Bhubaneswar - PM MODI AT BHUBANESWAR

PM Modi at Bhubaneswar: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ । ଦଳର ନିର୍ବାଚନ ପରିଚାଳନା କମିଟି ସଦସ୍ୟମାନଙ୍କ ସହ କଲେ ଆଲୋଚନା । କାଲି ପୁରୀ, କଟକ ଓ ଅନୁଗୋଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଅଧିକ ପଢ଼ନ୍ତୁ

PM Modi at Bhubaneswar
PM Modi at Bhubaneswar (ETV Bharat Odisha)

By ETV Bharat Odisha Team

Published : May 19, 2024, 10:49 PM IST

PM Modi at Bhubaneswar (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ । ଦୁଇ ଦିନିଆ ଓଡ଼ିଶା ଗସ୍ତ ପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ପୁରୀ, କଟକ ଓ ଅନୁଗୋଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଏହା ପୂର୍ବରୁ ଚଳିତ ନିର୍ବାଚନରେ ଦଳର ରଣନୀତି ଗ୍ରାଉଣ୍ଡରେ କିପରି କାର୍ଯ୍ୟକାରୀ ହେଉଛି, ବିଶେଷ କରି ନିର୍ବାଚନ ପରିଚାଳନା ଉପରେ ଦଳର ନିର୍ବାଚନ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ବୈଠକ ପ୍ରାୟ ୩୦ ମିନିଟ ଧରି ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଏନେଇ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହ ମିଶିଲେ । ପୂରା ନିର୍ବାଚନ ପରିଚାଳନାର ସମୀକ୍ଷା କଲେ । କିଏ କେଉଁ ଦାୟିତ୍ବରେ ଅଛନ୍ତି, କାର୍ଯ୍ୟକ୍ରମ କେମିତି ଚାଲିଛି, ଏଭଳି ପ୍ରତି ନେତାଙ୍କ ସହ କଥା ହେଲେ । ୱାର ରୁମ, ପ୍ରଚାର, ବୁଥ ମ୍ୟାନେଜମେଣ୍ଟ ସବୁର ସମୀକ୍ଷା କଲେ । ଗୁରୁମନ୍ତ୍ର ବି ଦେଲେ । ସବୁଠୁ ବଡ଼ କଥା ହେଲା ଟିକଟ ନନେଇ ସଂଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ଭୁରି ଭୁରି ପ୍ରଶଂସା କଲେ । ତାଙ୍କ ପରିଶ୍ରମ ପାଇଁ ଧନ୍ୟବାଦ ଦେଇ ଜୋଶ ବଢ଼େଇଲେ । ଏମିତିକି କେତେ କାମ କରୁଛନ୍ତି, କେତେବେଳେ ଖାଉଛନ୍ତି, କାର୍ଯ୍ୟକର୍ତ୍ତଙ୍କ ସବୁ କଥା ପଚାରି ବୁଝିଲେ । ୧୯୮୬ ମସିହାରେ ସଂଗଠନ ମନ୍ତ୍ରୀ ଥିବାବେଳେ ଏହି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ, ସେ କଥା ମନେ ପକାଇ ଭାବ ବିହ୍ଵଳ ହେଲେ । ସେତବେଳେ ଦାୟିତ୍ବରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି; ଆଜି କରିବେ ସମୀକ୍ଷା, କାଲି ଦିନ ତମାମ ପ୍ରଚାର - PM Modi at Bhubaneswar

ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ସଭାପତି ସମୀର ମହାନ୍ତି, ଉପସଭାପତି ଗୋଲକ ମହାପାତ୍ର ଏବଂ ନିର୍ବାଚନର ବିଭିନ୍ନ ଦାୟିତ୍ବରେ ଥିବା କେନ୍ଦ୍ରୀୟ ନେତା ଉପସ୍ଥିତ ଥିଲେ । ଆଗାମୀ ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ପାଇଁ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ଗୁରୁମନ୍ତ୍ର ଦେଇଛନ୍ତି । ଏହାପରେ ରାତ୍ରୀଯାପନ ପାଇଁ ରାଜଭବନ ଯାଇଛନ୍ତି । ଆସନ୍ତାକାଲି ସକାଳେ ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେଠାରେ ରୋଡ୍‌ ସୋ' କରିବେ । ଏହାପରେ ପ୍ରଥମେ ଅନୁଗୋଳ ଓ ପରେ କଟକରେ ରୋଡ ସୋ' କରି ଫେରିଯିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details