ବାଲେଶ୍ୱର: ଜିଲ୍ଲାର 8 ବିଧାନସଭା ଆସନରେ ବିଜେଡି, ବିଜେପି ଏବଂ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛିି । ଏହାରି ଭିତରେ ଅନେକ ପ୍ରାର୍ଥୀଙ୍କୁ ନେଇ ବିରୋଧାଭାଷ ମଧ୍ୟ ଦେଖିବାକୁ ମିଳିଛି । ଅସନ୍ତୋଷ କର୍ମୀ ଓ ନେତାମାନେ ପ୍ରାର୍ଥୀଙ୍କୁ ବିରୋଧ କରିବା ସହ ପ୍ରାର୍ଥୀ ପରିବର୍ତ୍ତନ ଦାବି କରିଛନ୍ତି । ସେହିପରି ସିମୁଳିଆ ବିଧାନସଭା ଆସନ ପାଇଁ ବିଜେଡି ସୁବାସିନୀ ସାହୁଙ୍କୁ ପ୍ରାର୍ଥୀ କରିଛି । ମାତ୍ର ଏହାକୁ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମର୍ଥକମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଏଥିପାଇଁ ଦଳ ଘୋଷଣା କରିଥିବା ପ୍ରାର୍ଥୀଙ୍କ ନାମ ବଦଳାଇ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି ଜୋର ଧରିଛି ।
ସିମୁଳିଆ ନିର୍ବାଚନ ମଣ୍ଡଳୀରେ ସୋର ଅଞ୍ଚଳର ଜଣେ ମହିଳାଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିବା ବେଳେ ଏହାକୁ ନେଇ ଦଳୀୟ ଅନ୍ତକନ୍ଦଳ ଦେଖିବାକୁ ମିଳିଛି । ସେହି ପ୍ରାର୍ଥୀଙ୍କୁ ବଦଳାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ଶତାଧିକ ଦଳୀୟକର୍ମୀ ଓ ନେତା । ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ଟିକଟ ଦେବାକୁ ସେମାନେ ଅନୁରୋଧ କରିଛନ୍ତି ।ଏନେଇ ସିମୁଳିଆ ନିର୍ବାଚନ ମଣ୍ଡଳୀ ଅଧିନ ଗଣ୍ଡିବେଡ଼ ବଜାରଠାରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମର୍ଥକମାନେ ମେଳି ବାନ୍ଧି ପ୍ରାର୍ଥୀଙ୍କ ନାମ ପୁନଃ ବିଚାର ପାଇଁ ଦାବି କରାଯାଇଛି ।
ସିମୁଳିଆ ବିଧାୟିକା ପ୍ରାର୍ଥୀଙ୍କ ବିରୋଧରେ ମେଳି ବାନ୍ଧିଲେ ଜ୍ୟୋତିଙ୍କ ସମର୍ଥକ, ପ୍ରାର୍ଥୀ ପରିବର୍ତ୍ତନ ଦାବି - Simulia Candidacy Controversy - SIMULIA CANDIDACY CONTROVERSY
Simulia Candidacy Controversy: ସିମୁଳିଆ ବିଜେଡି ପ୍ରାର୍ଥୀତ୍ୱକୁ ନେଇ ତେଜିଲା ବିବାଦ । ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଶତାଧିକ ବିଜେଡି କର୍ମୀଙ୍କ ଦାବି । ଅଧିକ ପଢନ୍ତୁ
![ସିମୁଳିଆ ବିଧାୟିକା ପ୍ରାର୍ଥୀଙ୍କ ବିରୋଧରେ ମେଳି ବାନ୍ଧିଲେ ଜ୍ୟୋତିଙ୍କ ସମର୍ଥକ, ପ୍ରାର୍ଥୀ ପରିବର୍ତ୍ତନ ଦାବି - Simulia Candidacy Controversy Simulia Candidacy Controversy](https://etvbharatimages.akamaized.net/etvbharat/prod-images/24-04-2024/1200-675-21300140-thumbnail-16x9-sim.jpg)
Published : Apr 24, 2024, 1:24 PM IST
ଏହି ମେଳିରେ ନିର୍ବାଚନ ମଣ୍ଡଳୀର ୫ ଜଣ ଜିଲ୍ଲାପରିଷଦ, ୫୨ ପଞ୍ଚାୟତର ଜିତିଥିବା ସରପଞ୍ଚ ଓ ସମିତିସଭ୍ୟଙ୍କ ସହିତ ହାରିଥିବା ପ୍ରାର୍ଥୀମାନେ ଏକତ୍ରିତ ହୋଇଥିଲେ । ସେମାନଙ୍କ କହିବାନୁଯାୟୀ , ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦୀର୍ଘ ଦଶ ବର୍ଷ କାଳ ଲୋକଙ୍କ ସେବା କରିଥିବା ବେଳେ ଶେଷରେ ଦଳ ତାଙ୍କୁ ପ୍ରତ୍ୟାଖ୍ୟାନ କରି ବାହାର ନିର୍ବାଚନ ମଣ୍ଡଳୀ ଅର୍ଥାତ ସୋର ଅଞ୍ଚଳର ମହିଳା ସୁବାସିନୀ ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି । ତାଙ୍କର ସ୍ୱାମୀ ଶଶୀ କୁମାର ସାହୁ ପୂର୍ବରୁ ସିମୁଳିଆ ଅଞ୍ଚଳରେ ଦାବିଦାର ଥିବା ବେଳେ ତାଙ୍କୁ ଟିକେଟ ନଦେଇ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଯାଇଛି । ସେ ରାଜନୀତିର କୌଣସି ପ୍ରକାରର ସକ୍ରିୟ ନାହାନ୍ତି । ଏମିତି କି ସୁବାସିନୀ କିମ୍ବା ତାଙ୍କ ସ୍ବାମୀ ନିର୍ବାଚନ ମଣ୍ଡଳୀର ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମରେ କୌଣସି ଭୂମିକା ନଥିବା କଥା ଅଭିଯୋଗ ହୋଇଛି । ଏନେଇ ପଦପଦବୀରେ ଥିବା କର୍ମୀମାନେ ପ୍ରାର୍ଥୀ ବଦଳାଇବାକୁ ନିବେଦନ କରିଛନ୍ତି ।
ଇଟିଭି ଭାରତ, ବାଲେଶ୍ୱର