ଓଡିଶା

odisha

ETV Bharat / politics

ରଘୁନାଥପାଲ୍ଲୀ ରଣାଙ୍ଗନରେ କିଏ ମାରିବ ବାଜିମାତ, ପ୍ରଚାର ମୈଦାନରେ ପ୍ରାର୍ଥୀଙ୍କ କସରତ - RaghunathPali constituency

RaghunathPali constituency: କାହାର ହେବ ରଘୁନାଥପାଲ୍ଲୀ । ଭାଗ୍ୟ ପରୀକ୍ଷା ପାଇଁ ହାତରେ ଆଉ ମାତ୍ର ଦୁଇ ସପ୍ତାହ । ରଘୁନାଥପାଲ୍ଲୀରେ କିଏ ହେବ ଜନତାଙ୍କ ନେତା ଏବଂ କାହାକୁ ଭରଷିବେ ଜନତା । ପ୍ରମୁଖ ଦଳଗୁଡିକର ପ୍ରାର୍ଥୀଙ୍କ ପ୍ରଚାର ମୈଦାନରେ କସରତ ଜୋରଦାର । ବିଜୟୀ ନେତା ସମସ୍ତ ପ୍ରାର୍ଥୀଙ୍କ ଦୃଢୋକ୍ତି ।

By ETV Bharat Odisha Team

Published : May 7, 2024, 7:49 AM IST

RaghunathPali constituency
RaghunathPali constituency (Etv Bharat Odisha)

RaghunathPali constituency (Etv Bharat Odisha)

ରାଉରକେଲା: ଭୋଟିଂ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ମଧ୍ୟ ବଢିବାରେ ଲାଗିଛି । ନିର୍ବାଚନରେ ବିଜୟୀ ନେଇ ପ୍ରାର୍ଥୀଠୁ କର୍ମୀ ସମସ୍ତେ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳିଛି । ଏହିକ୍ରମରେ ସୁନ୍ଦରଗଡ ଜିଲ୍ଲା ରଘୁନାଥ ପାଲ୍ଲୀ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ମଧ୍ୟ ତ୍ରିମୁଖୀ ଲଢେଇ ଜୋରଦାର ରହିଛି । ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରମୁଖ ଦଳର ନେତାମାନେ । ହେଲେ କାହାର ହେବ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଏବଂ କାହାକୁ ଭରସା କରିବେ ଭୋଟର ତାହା ନିର୍ବାଚନୀ ଫଳାଫଳ ବାହାରିବା ପରେ ଜଣାପଡିବ ।

ନିର୍ବାଚନକୁ ନେଇ ବର୍ତ୍ତମାନ ଜନତା ନେତା ଓ ମୈଦାନ ପ୍ରସ୍ତୁତ । ଭାଗ୍ୟ ପରୀକ୍ଷା ପାଇଁ ହାତରେ ଆଉ ମାତ୍ର ଦୁଇ ସପ୍ତାହ । ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରଘୁନାଥପାଲ୍ଲୀରେ ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗୁଛି । ତେବେ ଏଥର ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଲାଗି ତିନି ଦଳରେ ରାଜନୀତି ସମୀକରଣ, ମାପଚୁପ ଏବଂ ଅଙ୍କ କଷା ବର୍ତ୍ତମାନ ଜୋରଦାର ଚାଲିଛି । ନିଜ ସମର୍ଥକ ଏବଂ ଲୋକଙ୍କୁ ନିଜ ଆଡକୁ ଆଣିବାକୁ ଜୋରଦାର ଚେଷ୍ଟା ଚଳାଇଛନ୍ତି ନେତାମାନେ ।

ଏହାମଧ୍ୟ ପଢନ୍ତୁ.. ରାଉରକେଲା ଏବଂ ରଘୁନାଥପାଲ୍ଲୀ ଆସନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ - Rabindra And Gopal File Nomination

ବିଜେଡି ବହୁ ଅଙ୍କ କଷିବା ପରେ ଶେଷରେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ମହିଳା ପ୍ରାର୍ଥୀଙ୍କ ଉପରେ ଭରସା କରିଛି । ବର୍ତ୍ତମାନର ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ଭରଷିଛି ଶଙ୍ଖ । ଅନ୍ୟପଟେ ରଘୁନାଥପାଲ୍ଲୀରେ ବିଜେଡିକୁ ମାତ ଦେବାକୁ ବିଜେପିରୁ ରଣାଙ୍ଗନକୁ ଓହ୍ଲାଇଛନ୍ତି ବରିଷ୍ଠ ନେତା ଦୁର୍ଗା ତନ୍ତୀ । ସେହିପରି କଂଗ୍ରେସ ଶ୍ରମିକ ନେତା ଗୋପାଳ ଦାସଙ୍କୁ ଛିଡା କରିଛି । ୩ ପ୍ରାର୍ଥୀ ନାମାଙ୍କନ ଭରି ସାରିଥିବା ବେଳେ ଏବେ ପ୍ରଚାର ମୈଦାନରେ ଜୋରଦାର କସରତ ଦେଖାଉଛନ୍ତି । ରଘୁନାଥପାଲ୍ଲୀରେ ଏଥର ୩ ନୂଆ ଚେହେରା ରଣାଙ୍ଗନକୁ ଓହ୍ଲାଇଛନ୍ତି । ସମୂର୍ଣ୍ଣ ନବାଗତାଙ୍କ ମଧ୍ୟରେ ମହାଲଢେଇ ହେବାକୁ ଯାଉଛି ।

ଏହାମଧ୍ୟ ପଢନ୍ତୁ.. ରଘୁନାଥପାଲ୍ଲୀରେ ବିଜେଡ଼ି ଶୋଭାଯାତ୍ରା, ନାମାଙ୍କନ ଭରିଲେ ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ବେହେରା - Archana Behera Files Nomination

ଅନ୍ୟପଟେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଲଗାତର ତିନିଥର ନିଜ ଶକ୍ତି ଦେଖାଇସାରିଛି । ୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡିରୁ ସୁବ୍ରତ ତରାଇ ନିର୍ବାଚନ ଲଢି ୩ ଥର ଯାକ ବିଜୟବାନା ଉଡାଇଛନ୍ତି । 1974ରେ ପ୍ରଥମ ଥର ଏହି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହୋଇଥିଲା ଓ ପ୍ରଥମ ନିର୍ବାଚନରେ ବିଜୟୀ ହୋଇଥିଲା କଂଗ୍ରେସ । ଏଠାରୁ କଂଗ୍ରେସ, ଜନତା ପାର୍ଟି, ଜନତା ଦଳ, ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ବିଜେପି ଏବଂ ବିଜେଡି ନିର୍ବାଚନ ଲଢିଛନ୍ତି । କଂଗ୍ରେସ 1974, 1980 ଏବ 1985 ରେ ଲଗାତର ତିନି ଥର ବିଜୟୀ ହୋଇଥିବା ବେଳେ JMM ଦଳ ମଧ୍ୟ 1995 ଏବଂ 2004 ରେ ଦୁଇ ଥର ବିଜୟୀ ହୋଇଛି ଏବଂ ବିଜେପି କେବଳ ଥରେ 2000 ମସିହାରେ ବିଜୟଲାଭ କରିଛି । ବିଜେଡି 2009, 2014,2019 ତିନି ଥର ବିଜୟୀ ହୋଇ ନିଜର ପତିଆରା ଜାହିର କରିଛି ।

ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅଧିକ ସ୍ଥାନ ଯାଉଛି । ରାମଜୋଡୀ, ସୁଇଡ଼ିହି, ହାତିବନ୍ଧ, ମୁଣ୍ଡାଜୋର, ଜଳଦା ଏବଂ ଲାଠିକଟା ମଧ୍ୟ ଏହାର ଅନ୍ତର୍ଭୂକ୍ତ ଅଟେ । ଏହି 6 ଟି ବ୍ଲକରେ ରହିଛି 29 ଟି ଗ୍ରାମ ଏବଂ ଏହା ମଧ୍ୟରେ ବହୁ ଗ୍ରାମ ଆଜିବି ଅପହଞ୍ଚ ରହିଛି । ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନେକ ସମସ୍ୟା ଘେରରେ ରହିଥିବା ଭୋଟରମାନେ କହିଛନ୍ତି । ଏହି ଅଞ୍ଚଳରେ ଚିକିତ୍ସା ଠାରୁ ନେଇ ଶୌଚାଳୟ ,ବସ ଷ୍ଟାଣ୍ଡ, ବ୍ରିଜ ସହ ରାସ୍ତାଘାଟ ଏବଂ ଘରଦ୍ୱାର ଏବଂ ପାନୀୟ ଜଳ ସମସ୍ୟା ଭଳି ଅନେକ ସମସ୍ୟା ରହିଥିବା ବେଳେ ସେଗୁଡିକ ସମାଧାନର ଦାବି ଉଠିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details