ଜଗତସିଂହପୁର: ଆସି ସାରିଛି 2024 ଜନାଦେଶ । ରାଜ୍ୟରେ ବିଜେପି ଏକାକୀ ୨୦ ଟି ଲୋକସଭା ଆସନ ଓ କଂଗ୍ରେସ ୧ ଟି ଲୋକସଭା ଆସନରେ ବିଜୟୀ ହୋଇଛି । ଏହିକ୍ରମରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଏଥର ନିର୍ବାଚନରେ ନୋଟାରେ ମତଦାନ ହାର ବଢ଼ିଥିବା ଦେଖିବାକୁ ମିଳିଛି । ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ମୋଟ ୪ ହଜାର ୮୮୨ ଭୋଟ୍ ନୋଟାକୁ ଯାଇଥିବା ଜଣା ପଡ଼ିଛି । କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ନକରି ମତଦାତା ମାନେ ନୋଟାକୁ ବାଛିଛନ୍ତି । ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୧୯୯୮ ଜଣ ମତଦାତା କାହା ସପକ୍ଷରେ ଭୋଟ ନଦେଇ ନୋଟାକୁ ଗ୍ରହଣ କରିଛନ୍ତି ।
ମୋଟ ଉପରେ ଉଭୟ ଲୋକସଭା ଓ ୪ ବିଧାନସଭା ଆସନରେ ୬ ହଜାର ୮୮୦ ଜଣ ଭୋଟର୍ ନୋଟା ବଟନ୍କୁ ଦବାଇଛନ୍ତି । ଆଶ୍ଚର୍ଯ୍ୟର କଥା ବିଧାନସଭା ଆସନ ତୁଳନାରେ ଜଗତସିଂହପୁର ଲୋକସଭା ଆସନରେ ପ୍ରତିଦ୍ଵନ୍ଦ୍ବିତା କରୁଥିବା ସାଂସଦ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ନୋଟା ଭୋଟ ସଂଖ୍ୟା ଅଧିକ ରହିଛି । ଜଗତସିଂହପୁର ଲୋକସଭା ଆସନରେ ମୁହାଁମୁହିଁ ହୋଇଥିଲେ ବିଜେପି ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ । ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ଠାରୁ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ପାଖାପାଖି ୪୦ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ ...21ରୁ 20 ପୋଛି ନେଲା ବିଜେପି, ଗୋଟିଏ କ୍ଲିକ୍ରେ ଜାଣନ୍ତୁ କେଉଁ ଆସନରେ କେତେ ଭୋଟ ବ୍ୟବଧାନରେ କିଏ ଜିତିଲେ - odisha lok sabha election results 2024