ବ୍ରହ୍ମପୁର/ସମ୍ବଲପୁର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତକୁ ନେଇ ପୁଣି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ପରିବାର ବର୍ଗ ଚାହିଁଲେ ନିଶ୍ଚିତ ଭାବରେ ରାଜ୍ୟ ସରକାର ସିବିଆଇ ତଦନ୍ତ କଥା ନିଷ୍ପତ୍ତି ନେବେ ବୋଲି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି । ସେପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସିବିଆଇ ତଦନ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।
କଣ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ?
ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ଗତ କିଛି ଦିନ ତଳେ ସ୍ୱର୍ଗତ ନବ ଦାସଙ୍କ ପରିବାର ଯେପରି ନବଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଉଥିବା ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି ବୋଲି ଯାହା ଆସିଥିଲା ଏବଂ ସେମାନେ ସିବିଆଇ ତଦନ୍ତ ଚାହୁଁଥିବା ବିଷୟ କୁହାଯାଉଥିବା ବେଳେ ସେ ନେଇ କୌଣସି ଯୋଗାଯୋଗ ଆସିନି । ଉକ୍ତ ହତ୍ୟା ଘଟଣା ପରେ ସେହି ସମୟରେ ରାଜ୍ୟ ସରକାର କ୍ରାଇମ୍ ବ୍ରାଞ୍ଚର ତଦନ୍ତ କରାଇଥିଲେ । ସେହି ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଣୁ ଏଭଳି ସମୟରେ ଯଦି ତାଙ୍କ ପରିବାର ଉକ୍ତ ତଦନ୍ତରେ ଯଦି ସନ୍ତୁଷ୍ଟ ନୁହଁନ୍ତି ତାହା ହେଲେ ରାଜ୍ୟ ସରକାରଙ୍କୁ ଲିଖିତ ଭାବରେ ଏନେଇ ଅନୁରୋଧ କରନ୍ତୁ, ଆମେ ସନ୍ତୁଷ୍ଟ ନୁହଁ ଏଣୁ ଏହାକୁ ସିବିଆଇ ତଦନ୍ତ ପାଇଁ ନିଆଯାଉ କିମ୍ୱା ଚିନ୍ତା କରାଯାଉ ବୋଲି । ଯଦି ସ୍ୱର୍ଗତ ନବ ଦାସଙ୍କ ପରିବାର ଅନୁରୋଧ କରିବେ ତାପରେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ କଣ କରିବା କଥା, କଣ ନାହିଁ ।’
ଘଟଣାକୁ ଯେପରି ଗୁରୁତ୍ୱ ଦେବା କଥା ତତ୍କାଳୀନ ସରକାର ସେତିକି ଦେଖିନଥିଲେ:
ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଆହୁରି କହିଛନ୍ତି କି, ‘ଉକ୍ତ ଘଟଣାକୁ ଯେଭଳି ଦେଖିବା କଥା ତତ୍କାଳୀନ ସରକାର ସେତିକି ଦେଖିନଥିଲେ । ତେଣୁ ସେହି ଦୃଷ୍ଟିକୋଣରୁ ଆମ ସମସ୍ତଙ୍କ ମନରେ କଷ୍ଟ ଅଛି ବୋଲି କହିବା ସହିତ ସ୍ୱର୍ଗତ ନବ ଦାସ କଂଗ୍ରେସ ଦଳର ନେତା ଥିଲେ ବିଜୁ ଜନତା ଦଳର ନେତା ହେଲେ ପରବର୍ତ୍ତୀ ସମୟରେ ରାଜ୍ୟର ମନ୍ତ୍ରୀ ହେଲେ । କିନ୍ତୁ ଜଣେ ମନ୍ତ୍ରୀଙ୍କୁ ଯେଭଳି ଭାବରେ ରାସ୍ତା ଉପରେ ହତ୍ୟା କରାଯିବା ଏହି କଥାଟି କୌଣସି ମତେ ଆଜି ପର୍ଯ୍ୟନ୍ତ କାହାରି ହଜମ ହେଉନି । ଏଣୁ ସବୁ ଦୃଷ୍ଟିରୁ ଦେଖିବାକୁ ଗଲେ ଯଦି ପରିବାର ବର୍ଗ ଚାହିଁବେ ନିଶ୍ଚିତ ଭାବରେ ସରକାର ତାର ନିଷ୍ପତ୍ତି ନେବେ ।
ପ୍ରତିକ୍ରିୟା ରଖିଲେ ସମ୍ବଲପୁର ବିଧାୟକ:
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲା ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏନେଇ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି, ‘ଦେଖନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆମେ ଭାରତୀୟ ଜନତା ପାର୍ଟି ବିଧାୟକ ଦଳ ସେହି ସମୟରେ ପ୍ରତ୍ୟାଖ୍ୟାନ କରିଥିଲୁ l ଯେହେତୁ ଆମେ ସେତେବେଳେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲୁ ତାର କୌଣସି ରିପୋର୍ଟ ଉପରେ ବର୍ତ୍ତମାନ ମନ୍ତବ୍ୟ ଦେବା ଠିକ ହେବନି l ଆମେ ସେତେବେଳେ ବି ସିବିଆଇ ତଦନ୍ତ ଦାବି କରିଥିଲୁ ଏବେ ବି ଦାବି କରୁଛୁ ସିବିଆଇ ତଦନ୍ତ ହେଉ l କିନ୍ତୁ ତାଙ୍କ ପରିବାର ଲୋକେ ଲେଖିକି ଦେଲେ ହିଁ ସିବିଆଇ ତଦନ୍ତ ହୋଇପାରିବ ।’
ଜୟନାରାୟଣ ଆହୁରି କହିଛନ୍ତି, ‘କ୍ରାଇମବ୍ରାଞ୍ଚ ଗୋପାଳକୁ ବଞ୍ଚେଇବା ପାଇଁ ଅନେକ ଡ୍ରାମା କରିଥିଲା, କାରଣ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା l ଏଥିରେ ସେ ସମୟର ରାଜ୍ୟ ସରକାରର ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିଲେ ଏବଂ ସେ ସମୟର ରାଜ୍ୟ ସରକାରଙ୍କ ବି ଅନେକ ଲୋକ ସମ୍ପୃକ୍ତ ଥିଲେ l ତେଣୁ ସେମାନେ ସବୁ ତଦନ୍ତ ଠିକ କରିବେ ମୋତେ ଆଶା ନଥିଲା ସେଥିପାଇଁ ମୁଁ କହିଥିଲି ଆଉ ଏବେ ବି କହୁଛି ସେଟା କ୍ରାଇମବ୍ରାଞ୍ଚ କରିବାର ନଥିଲା l’
FBI ତଦନ୍ତ ପ୍ରସଙ୍ଗରେ ଜୟନାରାୟଣଙ୍କ ପ୍ରତିକ୍ରିୟା:
ଅନ୍ୟପଟେ ଏହି ମାମଲାରେ ତତ୍କାଳୀନ ରାଜ୍ୟ ସରକାର ଏଫବିଆଇର ତଦନ୍ତର ସହାୟତା ନିଆଯିବ ବୋଲି କହିଥିବା ପ୍ରସଙ୍ଗରେ ଜୟନାରାୟଣ ମିଶ୍ର କହିଛନ୍ତି, ‘ଭାରତ ଏକ ସର୍ବଭୌମ ରାଷ୍ଟ୍ର, ଆଉ ଏହି ରାଷ୍ଟ୍ର ଭିତରେ ବାହାର ଦେଶର କୌଣସି ତଦନ୍ତକାରୀ ସଂସ୍ଥା ଆସିକି ତଦନ୍ତ କରିଦେବ, ଏପରି ଡ୍ରାମା ନବୀନ ବାବୁ କରିଛନ୍ତି, ଚିଠି ଗୋଟିଏ ଟା ଲେଖିଲେନି l’
ଘଟଣାର ଅନୁସନ୍ଧାନ ସାପେକ୍ଷ: