ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି, ଓଡ଼ିଶାରେ ଦଳ ଡିଆଁ ରାଜନୀତି ସେତିକି ବଢ଼ିବାରେ ଲାଗିଛି । ଆଉ ଏହି ଦଳ ଡିଆଁ ପର୍ବ ଶାସକ ବିଜେଡିର ଅଡ଼ୁଆ ବଢ଼ାଇବାରେ ଲାଗିଛି । କାରଣ ପ୍ରତିଦିନ ଏକାଧିକ ପୁରୁଖା ନେତା ଏବେ ବିଜେଡି ଛାଡ଼ିବାରେ ଲାଗିଛନ୍ତି । ସେପଟେ ବିଜେଡିର ଅଧିକାଂଶ ବିଦ୍ରୋହୀ ନେତା ଏବେ ବିଜେପି ମୁହାଁ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନିକଟରେ ପଦ୍ମ ଶିବିରରେ ସାମିଲ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଶାସକ ଦଳକୁ କଟାକ୍ଷ କରିଛନ୍ତି । ବିଜେଡିରେ ଏବେ ଗଳିଆ ପଡ଼ିଛି, ଆଉ ଧିରେ ଧିରେ ଘାଇ ହେବା ପାଇଁ ଯାଉଛି ବୋଲି ସେ କହିଛନ୍ତି ।
ପ୍ରଶାନ୍ତ ବିଜେଡ଼ିରେ ଘଳିଆ ପଡ଼ିଛି, ଆଉ ଧିରେ ଧିରେ ଘାଇ ହେବା ପାଇଁ ଯାଉଛି । ବିଜେଡିରେ ନେତା ଓ କର୍ମୀ ମାନେ ରୁନ୍ଧି ହୋଇଯାଇଛନ୍ତି । ନେତାର ଇଚ୍ଛା ଥାଏ ଲୋକଙ୍କ ପାଇଁ କାମ କରିବି ଏବଂ ଦଳୀୟ ନେତୃତ୍ବର ଭାବନାକୁ ଲୋକଙ୍କ ପାଖରେ ପହଞ୍ଚାଇବି । କିନ୍ତୁ ବିଜେଡିରେ ଆଉ ନେତାଙ୍କୁ ସେ ସୁଯୋଗ ମିଳୁନି । ଯେଉଁମାନେ ଜନତା ଦଳ ପରେ ବିଜୁ ଜନତା ଦଳ ତିଆରି କଲେ, ସେମାନେ ରୁନ୍ଧି ହୋଇଛନ୍ତି । ବିଜେଡିରେ ନିଃଶ୍ବାସ ନେଇ ପାରୁନାହାନ୍ତି ନେତା ।" ତେଣୁ ସେ ରୁନ୍ଧି ହେବାରୁ ବାହାରି ପ୍ରଦୀପ ପାଣିଗ୍ରାହୀ ଆଗେ ଆସି ବିଜେପିରେ ମିଶିଲେ ଏବଂ ତାପରେ ମୁଁ ମିଶିଲି ବୋଲି କହିଛନ୍ତି ପ୍ରଶାନ୍ତ ଜଗଦେବ ।