ଓଡିଶା

odisha

ETV Bharat / politics

ସୋନିଆ ଗାନ୍ଧୀଙ୍କ ଟିପ୍ପଣୀକୁ ମୁକେଶଙ୍କ ନିନ୍ଦା, କହିଲେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ - MUKESH MAHALING CONDEMNS CONGRESS

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀଙ୍କ ଟିପ୍ପଣୀକୁ ନିନ୍ଦା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଷ୍ଟ୍ରବାସୀଙ୍କୁ କ୍ଷମା ମାଗିବାକୁ ଦାବି

Mukesh Mahaling condemns congress leader
Mukesh Mahaling condemns congress leader (ETV Bharat Odisha)

By ETV Bharat Odisha Team

Published : Jan 31, 2025, 8:51 PM IST

ଭୁବନେଶ୍ୱର:ସଂସଦ ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ କଂଗ୍ରେସର ବିବାଦୀୟ ବୟାନ ପରେ ରାଜନୈତିକ ତୁମ୍ବିତୋଫାନ ଆରମ୍ଭ ହୋଇଯାଇଛି । ସଂସଦଠୁ ନେଇ ସଡକ ପର୍ଯ୍ୟନ୍ତ ସବୁଠି ଏହାର ବିରୋଧାଭାଷ ଦେଖିବାକୁ ମିଳିଛି । କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ଟିପ୍ପଣୀକୁ କଡା ନିନ୍ଦା କରିଛନ୍ତି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ମୁକେଶ ମହାଲିଙ୍ଗଙ୍କ ପ୍ରତିକ୍ରିୟା:

Mukesh Mahaling condemns congress leader (ETV Bharat Odisha)

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସଂସଦ ବାହାରେ କଂଗ୍ରେସ ବରିଷ୍ଠ ନେତ୍ରୀ ତଥା ସାଂସଦ ସୋନିଆ ଗାନ୍ଧୀଙ୍କ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହାକୁ ଦୃଢ ନିନ୍ଦା କରିଛନ୍ତି ମୁକେଶ ମହାଲିଙ୍ଗ । ସେ କହିଛନ୍ତି, " ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଯେଉଁ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ତାହା ସଭ୍ୟ ସମାଜରେ କିମ୍ବା ଗଣତାନ୍ତ୍ରିକ ରାଷ୍ଟ୍ରରେ ଗ୍ରହଣୀୟ ନୁହେଁ । ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମୁଁ ଏହାକୁ ଦୃଢ ନିନ୍ଦା କରୁଛି । ସୋନିଆ ଗାନ୍ଧୀ ତାଙ୍କର ଭୁଲ ପାଇଁ ଭାରତବାସୀଙ୍କ ପାଖରେ କ୍ଷମା ପାର୍ଥନା କରନ୍ତୁ । ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ପ୍ରଥମ ନାଗରିକ ।"

'କଂଗ୍ରେସର ଗର୍ବ, ଅହଙ୍କାର ମନରୁ ଯାଇନାହିିଁ'

ସେ ଆଉମଧ୍ୟ କହିଛନ୍ତି," କଂଗ୍ରେସର ଗର୍ବ ଅହଙ୍କାର ମନରୁ ଯାଇନାହିିଁ । ସୋନିଆ ଗାନ୍ଧୀ ନିଜକୁ ରାଷ୍ଟ୍ର ଠାରୁ ଓ ସମ୍ବିଧାନଠାରୁ ଊର୍ଦ୍ଧ୍ୱରେ ଭାବୁଛନ୍ତି । ସେ ରାଷ୍ଟ୍ରବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ମୁଁ ଦାବି କରୁଛି ।"

ଏହାମଧ୍ୟ ପଢନ୍ତୁ...

ବିବାଦୀୟ ବୟାନ ରାଜନୀତି: ରାଷ୍ଟ୍ରପତି ଭବନରୁ ସ୍ପଷ୍ଟୀକରଣ, ହିନ୍ଦୀ ଭାଷା ସହ ପରିଚିତ ନାହାନ୍ତି - RASTRAPATI BHAVAN CLARIFICATION

ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ' ଗରିବ-କୃଷକଙ୍କ ବିକାଶ ପାଇଁ ନିଆଯାଉଛି ପଦକ୍ଷେପ'

ବଜେଟ ଅଧିବେଶନ: ମହାକୁମ୍ଭ ଦଳାଚକଟା ପାଇଁ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧୀଙ୍କ ବୟାନ:

ଆଜି ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହକୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ କହିଥିଲେ, "ରାଷ୍ଟ୍ରପତି ଶେଷ ଆଡକୁ ବହୁତ କ୍ଲାନ୍ତ ହୋଇଯାଇଥିଲେ । ସେ ବିଶେଷ କିଛି କହିପାରିନଥିଲେ । ଯାହା ଅଶୋଭନୀୟ ।" ସୋନିଆ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ଏହାକୁ କଡା ସମାଲୋଚନା କରିବା ସହ ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଶବ୍ଦ ଅପମାନଜନକ ବୋଲି ଟିପ୍ପଣୀ ରଖିଥିବା ବେଳେ ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ରଖାଯାଇଛି । ଏଭଳି ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧୀ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ମୁକେଶ ମହାଲିଙ୍ଗ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details