ଓଡିଶା

odisha

By ETV Bharat Odisha Team

Published : May 4, 2024, 10:36 PM IST

ETV Bharat / politics

ପୁଣି ଶକ୍ତି ଦେଖାଇଲେ ସମୀର; ବିଜେଡିରୁ ସମୂହ ଇସ୍ତଫା ଦେଲେ ସମର୍ଥକ - Samir Dash Supporters Resigned

Samir Dash Supporters Resigned: ଟିକଟକୁ ନେଇ ଦଳୀୟ କନ୍ଦଳ ଭିତରେ ଆଜି ପୁଣି ନିମାପଡ଼ାରେ ଶକ୍ତି ଦେଖାଇଲେ ସମୀର ଦାଶ । ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ଆଜି ନିମାପଡ଼ାରେ ବିଜେଡିରୁ ସମୂହ ଇସ୍ତଫା ଦେଇଛନ୍ତି ସମୀରଙ୍କ ସମର୍ଥକ । ଅଧିକ ପଢ଼ନ୍ତୁ

Samir Dash Supporters Resigned
Samir Dash Supporters Resigned (ETV BHARAT ODISHA)

Samir Dash Supporters Resigned (ETV BHARAT ODISHA)

ନିମାପଡ଼଼ା (ପୁରୀ): ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବିଜେଡିର ଦଳୀୟ କନ୍ଦଳ । ନିମାପଡ଼ାରେ ସମୀର ଦାଶଙ୍କୁ ଟିକଟ ନମିଳିବାରୁ ତେଜୁଛି ବିଦ୍ରୋହ । ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ଆଜି ନିମାପଡ଼ାରେ ବିଜେଡିରୁ ସମୂହ ଇସ୍ତଫା ଦେଇଛନ୍ତି ସମୀରଙ୍କ ସମର୍ଥକ । ନିମାପଡ଼ା ମୁକ୍ତାକାଶ ମଞ୍ଚରେ ମେଳି ବାନ୍ଧିଲେ ସମୀର ସମର୍ଥକ । ଆଜି ସମୂହ ଭାବରେ ୨୮ ଜଣ ସରପଞ୍ଚ, ୨୮ ଜଣ ନୋମିନି, ୬ ଜଣ କାଉନସିଲର, ୪୬ ଜଣ ପଞ୍ଚାୟତ ବିଜେଡି ସଭାପତି, ୪୬ ଜଣ ପଞ୍ଚାୟତ ମହିଳା ସଭାନେତ୍ରୀ, ୪୪ ଜଣ ଯୁବ ବିଜେଡି ସଭାପତି, ୧୧ ଜଣ ଏନ୍‌ଏଏସି ୱାର୍ଡ ସଭାପତି ସମୂହ ବିଜଡିରୁ ଇସ୍ତଫା ଦେଇଛନ୍ତି ।

ବନ୍ଧୁ ମିଳନ କାର୍ଯ୍ୟକ୍ରମ ନାମରେ ଆୟୋଜିତ ଏହି ସଭାରେ ସମୂହ ଇସ୍ତଫା ଦେଇଛନ୍ତି । ଆୟୋଜିତ ଏହି ବୈଠକରେ ନିମାପଡା ବିଧାୟକ ସମୀର ଦାଶ ମଧ୍ୟ ଉପସ୍ଥିତ ଥିଲେ । ସମୀରଙ୍କ ସମେତ ଏହି ସଭାରେ ବିଜେଡି ନେତା ସତ୍ୟବ୍ରତ ପାତ୍ର, ନିମାପଡା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ନିମାପଡ଼ା ବ୍ଲକ ସଭାପତି ଅଶୋକ ସାହୁ, ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକରାୟ, ନଗର ସଭାପତି ଜୀବନାନନ୍ଦ ମହାପାତ୍ର ପ୍ରମୁଖଙ୍କ ସହିତ ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀପଙ୍କ ଶକ୍ତି ପ୍ରଦର୍ଶନକୁ ସମୀରଙ୍କ କଟାକ୍ଷ, 'ଏତେ କମ୍ ସଂଖ୍ୟାରେ ଶୋଭାଯାତ୍ରା ହାସ୍ୟାସ୍ପଦ' - BJD Dispute In Nimapada

ତେବେ ପୁଣି ସମୀରଙ୍କ ସମର୍ଥକଙ୍କ ମେଳି ବାନ୍ଧିବା ନିମାପଡ଼ାରେ ବିଜେଡିକୁ ଅଡ଼ୁଆରେ ପକାଇଛି । ଦଳୀୟ ଟିକଟ ପାଇ ଦିଲ୍ଲୀପ ନାୟକ ବିଭିନ୍ନ ଦଳରୁ କର୍ମୀ ଯୋଗାଡ଼ କରୁଥିବାବେଳେ ନିଜ ଦଳୀୟ କର୍ମୀଙ୍କ ବିରୋଧ ବିଜେଡିକୁ ଅକଲରେ ପକାଇଛି । ଏବେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକଟକୁ ନେଇ ନାନା କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ସାରା ରାଜ୍ୟରେ ଏହି ନିର୍ବାଚନ ମଣ୍ଡଳୀ ଏବେ ଚର୍ଚ୍ଚାରେ ରହିଛି । କାରଣ ସମୀରଙ୍କ ଟିକଟ କାଟି ବିଜେଡି ଦିଲ୍ଲୀପ ନାୟକଙ୍କୁ ଏହାର ନିମାପଡ଼ା ପ୍ରାର୍ଥୀ ଭାବେ ଘୋଷଣା କରିବା ପରଠାରୁ ବାରମ୍ବାର ସଭା ସମିତି କରି ଶକ୍ତି ପ୍ରଦର୍ଶନ କରିବା ସହ ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଦଳ ଉପରେ ଚାପ ସୃଷ୍ଟି କରୁଛନ୍ତି ସମୀର । ତେବେ ବିଜେଡି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରୁଛି ନା ନାହିଁ, ତାହା ସମୟ କହିବ । ଯଦି ଦଳ ପ୍ରାର୍ଥୀ ପରିବର୍ତ୍ତନ ନକରେ, ତେବେ ସମୀରଙ୍କ ଆଗାମୀ ରଣନୀତି କଣ ହେବ, ତା' ଉପରେ ସାରା ରାଜ୍ୟବାସୀଙ୍କ ନଜର ।

ଇଟିଭି ଭାରତ,ନିମାପଡ଼଼ା

ABOUT THE AUTHOR

...view details