ଓଡିଶା

odisha

ETV Bharat / politics

କଳାହାଣ୍ଡିରେ ମହିଳା କାର୍ଡ ଖେଳିଲା ବିଜେପି, ବସନ୍ତଙ୍କ ବଦଳରେ ପ୍ରାର୍ଥୀ ହେଲେ ମାଳବିକା - LOK SABHA ELECTIONS

MALVIKA BJP CANDIDATE FROM KALAHANDI: କଳାହାଣ୍ଡି ଲୋକସଭା ଆସନରେ ବିଜେପି ପକ୍ଷରୁ ନିର୍ବାଚନ ଲଢିବେ ମାଳବିକା କେଶରୀ ଦେଓ । ତୃତୀୟ ମହିଳା ଭାବରେ ଏହି ଆସନରୁ ପ୍ରତିଦ୍ବନ୍ଦୀତା କରିବେ ମାଳବିକା । ଅଧିକ ପଢନ୍ତୁ

ମାଳବିକା
ମାଳବିକା

By ETV Bharat Odisha Team

Published : Mar 25, 2024, 12:15 PM IST

Updated : Mar 25, 2024, 5:04 PM IST

MALVIKA KESHARI DEO

ଭବାନୀପାଟଣା:କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେପି ଖେଳିଲା ମହିଳା କାର୍ଡ । ବିଜେପି ପକ୍ଷରୁ ଏହି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବେ ମହିଳା ପ୍ରାର୍ଥୀ । ଚଳିତ ଲୋକସଭା ନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ମାଳବିକା କେଶରୀ ଦେଓ । ମାଳବିକା ତୃତୀୟ ମହିଳା ଭାବରେ ଏହି ଆସନରୁ ପ୍ରତିଦ୍ବନ୍ଦୀତା କରିବେ ।

କଳାହାଣ୍ଡିରେ ମହିଳା କାର୍ଡ ଖେଳିଲା ବିଜେପି :ପୂର୍ବରୁ ହୋଇଥିବା ଲୋକସଭା ନିର୍ବାଚନରେ ବିଜେଡି, ବିଜେପି କି କଂଗ୍ରେସ ଏହି ଆସନରେ କେବେ ବି ମହିଳା ପ୍ରାର୍ଥୀ ଦେଇନଥିବା ବେଳେ 1998 ମସିହାରେ ବହୁଜନ ସମାଜ ପାର୍ଟୀ ପକ୍ଷରୁ ପ୍ରଥମ ମହିଳା ପ୍ରାର୍ଥୀ ଭାରେ ନଳୀନିପ୍ରଭା ନାଏକ ନିର୍ବାଚନ ଲଢ଼ି 3398 ଖଣ୍ଡ ଭୋଟ ପାଇଥିଲେ । ସେହିପରେ ଗତ ନିର୍ବାଚନରେ ବହୁଜନ ମୁକ୍ତି ପାର୍ଟୀ ପକ୍ଷରୁ କମଳିନୀ ଯାଦବ ନିର୍ବାଟନ ଲଢ଼ି 15864 ଖଣ୍ଡ ଭୋଟ ପାଇଥିଲେ । ଏହି କ୍ରମରେ ତୃତୀୟ ମହିଳା ପ୍ରାର୍ଥୀ ଭାବରେ ଚଳିତ ଥର ବିଜେପି ମାଳବିକାଙ୍କୁ ପ୍ରାର୍ଥୀ କରି ଛିଡ଼ା କରିଛି । ବିଜେପି ଏହି ଆସନରୁ କଳାହାଣ୍ଡିର ପୂର୍ବତନ ସାଂସଦ ଅର୍କ କେଶରୀଙ୍କ ପତ୍ନୀ ମାଳବିକା କେଶରୀଙ୍କୁ ଟିକେଟ ଦେଇଛି ।

ଏହା ମଧ୍ୟ ପଢନ୍ତୁ-18 ଯୋଦ୍ଧାଙ୍କ ନାଁ ଘୋଷଣା କଲା ବିଜେପି, ପ୍ରାର୍ଥୀଙ୍କ ପ୍ରତିକ୍ରିୟା ଏଥର ପରିବର୍ତ୍ତନ - BJP MP candidate reaction

'ବିଜେପିର ବିଜୟ ହେବ':ବିଜେପିରୁ ପ୍ରାର୍ଥୀ ହେବା ପରେ ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ମାଳବିକା କେଶରୀ ଦେଓ । ସେ କହିଛନ୍ତି, ''ବିଜେପି ମୋ ଉପରେ ବିଶ୍ବାସ ରଖି ଟିକେଟ ଦେଇଥିବାରୁ ମୁଁ ବହୁତ ଖୁସି । କଳାହାଣ୍ଡି ବିଜେପି, ଓଡିଶା ବିଜେପି ଟିମ ଓ କେନ୍ଦ୍ରୀୟ ଟିମକୁ ଏଥି ପାଇଁ ଧନ୍ୟବାଦ ଜଣାଉଛି । ଲୋକମାନେ ମଧ୍ୟ ଚାହୁଁଥିଲେ ମୋତେ ଟିକେଟ ମିଳୁ । ଲୋକମାନେ ମୋତେ ଭୋଟ ଦେଇ ଜିତାଇବେ ଓ ତାଙ୍କ ପାଇଁ ମୁଁ କାମ କରିଛି । ଏହି ଆସନରେ ବିଜୟ ହେବାକୁ ଆମର ଆଶା । ଓଡିଶାରେ ମଧ୍ୟ ବିଜେପି ସରକାର ହେବ । ଆମର ପରିବାର ବିଜେପିରୁ ରାଜନୀତି ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ନିକଟକୁ ଯିବୁ । ବିଗତ ଦିନରେ ମୋର ପରିବାର ଲୋକଙ୍କୁ ଯେମିତି ସେବା ଦେଇ ଆସୁଥିଲେ ମୁଁ ମଧ୍ୟ ସେମିତି ସେବା ଯୋଗାଇବି । '' ଓଡିଶାର 21ଟି ଲୋକସଭା ଆସନ ମଧ୍ୟରୁ ଗତକାଲି 18ଟିରେ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି ।

2019 ନିର୍ବାଚନରେ କଳାହାଣ୍ଡିରେ କଣ ହୋଇଥିଲା? :2019 ଲୋକସଭା ନିର୍ବାଚନରେ ଏହି ଆସନରେ ବିଜୟୀ ହୋଇଥିଲେ ବିଜେପି ନେତା ବସନ୍ତ କୁମାର ପଣ୍ଡା । ସେ 4 ଲକ୍ଷ 33 ହଜାର ଭୋଟ ପାଇ ବିଜୟୀ ହୋଇଥିଲେ । ତାଙ୍କର ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେଡିରୁ ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ମିଳିଥିଲା ୪,୦୬,୨୬୦ ଭୋଟ୍ । ବସନ୍ତ ପଣ୍ଡା ୨୬,୨୪୦ରୁ ଅଧିକ ଭୋଟରେ ପୁଷ୍ପେନ୍ଦ୍ରଙ୍କୁ ପରାସ୍ତ କରିଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ପାଇଥିଲେ ୩,୧୯,୨୦୨ ଭୋଟ୍ । କଳାହାଣ୍ଡି ଲୋକସଭା ଆସନ ଅଧିନରେ ଆସୁଥିବା 7ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୫ଟିରେ ବିଜୟୀ ହୋଇଥିବା ବେଳେ, ବିଜେପି ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିଲେ ।

୨୦୧୯ କଳାହାଣ୍ଡି ଲୋକସଭା ନିର୍ବାଚନ ଫଳାଫଳ
ଦଳ ପ୍ରାର୍ଥୀ ଭୋଟ
ବିଜେପି ବସନ୍ତ ପଣ୍ଡା 4,33,000
ବିଜେଡି ପୁଷ୍ପେନ୍ଦ୍ର ସିଂହଦେଓ 4,06,260
କଂଗ୍ରେସ ଭକ୍ତ ଚରଣ ଦାସ 3,19,202
ବହୁଜନ ମୁକ୍ତି ପାର୍ଟୀ କମଳିନୀ ଯାଦବ 15,864

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 25, 2024, 5:04 PM IST

ABOUT THE AUTHOR

...view details