ଓଡିଶା

odisha

ETV Bharat / politics

ସମ୍ବଲପୁରରେ ଜମୁଛି ଧର୍ମେନ୍ଦ୍ରଙ୍କ ପ୍ରଚାର; ସ୍କୁଟିରେ ବୁଲିଲେ, ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଲେ - Dharmendra Pradhan Campaign - DHARMENDRA PRADHAN CAMPAIGN

Dharmendra Pradhan Campaign: ସମ୍ବଲପୁରରେ ଜମୁଛି ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର । ସ୍କୁଟିରେ ବୁଲିଲେ, ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କୁ ପରାମର୍ଶ ଦେଲେ । ଦୋକାନରେ ଚା' ପିଇ ବନ୍ଧୁଙ୍କୁ ଭେଟିଲେ ଧର୍ମେନ୍ଦ୍ର । ଅଧିକ ପଢ଼ନ୍ତୁ

Dharmendra Pradhan Campaign
Dharmendra Pradhan Campaign

By ETV Bharat Odisha Team

Published : Apr 20, 2024, 7:14 PM IST

Dharmendra Pradhan Campaign

ସମ୍ବଲପୁର: ନିର୍ବାଚନ ପାଇଁ ସରଗରମ ସମ୍ବଲପୁର ମୈଦାନ, ଜମୁଛି ପ୍ରଚାର । ଏହି କ୍ରମରେ ଆଜି ଦେଖିବାକୁ ମିଳିଥିଲା ସବୁଠୁ ରୋଚକ ଦୃଶ୍ୟ, ଯେତେବେଳେ ସ୍କୁଟିରେ ବୁଲି ପ୍ରଚାର କରୁଥିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ସେ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କୁ ମଧ୍ୟ ଭେଟି କିଛି ପରାମର୍ଶ ଦେଇଥିଲେ । ବୀରତ୍ବର ଅର୍ଥ କେବଳ ଶାରିରୀକ କିମ୍ବା ମାନସିକ ଇଚ୍ଛାଶକ୍ତି ନୁହେଁ, ଉଦ୍ଦେଶ୍ୟ ସବୁଠୁ ବଡ଼ ହେବା ଦରକାର ବୋଲି ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଟ୍ରେନିଂ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଅଗ୍ନିବୀରମାନଙ୍କୁ ଭେଟିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, "ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ବୀରତ୍ବର ଜ୍ବଳନ୍ତ ପ୍ରତୀକ ଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ପାଖରେ ପ୍ରଚଣ୍ଡ ରାଷ୍ଟ୍ରପ୍ରେମ ସହ ଏକ ବଡ଼ ଉଦ୍ଦେଶ୍ୟ ଥିଲା । ଦେଶରୁ ବ୍ରିଟିଶ ଶକ୍ତିକୁ ହଟାଇବା ଥିଲା ସୁରେନ୍ଦ୍ର ସାଏଙ୍କ ମୁଖ୍ୟ ଉଦ୍ଦେଶ୍ୟ । ସେ ଇଂରେଜମାନଙ୍କ ସହ ବୁଝାମଣା ନକରି ସଂଗ୍ରାମ କରିଥିଲେ ଏବଂ ଶହୀଦ ହୋଇଥିଲେ । ସେ ସ୍ବୟଂ ପାଇଁ ନୁହେଁ, ସମୂହ ପାଇଁ ନିଜ ଜୀବନ ତ୍ୟାଗ କରିଥିଲେ । ସେହିପରି ଭାବରେ ତାଙ୍କ ବୀରତ୍ବ ଓ ବିଚାରରେ ଅନୁପ୍ରାଣିତ ହୋଇ ଅଗ୍ନିବୀରର ଯୁବଶକ୍ତିମାନେ ଆଗାମୀ ଦିନରେ ଦେଶର ସୈନିକ ଶକ୍ତିକୁ ସୁଦୃଢ କରିବା ସହ ବିକଶିତ ଭାରତର ନେତୃତ୍ବ ନେବେ ।"

ଏହା ମଧ୍ୟ ପଢ଼ନ୍ତୁ...ସ୍ବାମୀଙ୍କ ପାଇଁ ପ୍ରଚାର ମୈଦାନରେ ସ୍ତ୍ରୀ, ଧର୍ମେନ୍ଦ୍ରଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ପତ୍ନୀ ମୃଦୁଳା - Mrudula Pradhan Election Campaign

ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆମ ଦେଶ ଏକ ମହାଶକ୍ତି ଭାବେ ପରିଗଣିତ ହେଉଛି । ଅଗ୍ନିପଥ ଯୋଜନା ରାଷ୍ଟ୍ର, ସେନା ଏବଂ ଆମର ଯୁବକମାନଙ୍କ ପାଇଁ ସଫଳ ହେଉଛି । ସମ୍ବଲପୁରରେ ବିଶେଷ ଭାବରେ ଅଗ୍ନିବୀରରେ ଭର୍ତ୍ତି ହେବା ପାଇଁ ନାରୀଶକ୍ତିଙ୍କ ଆଗ୍ରହ ମୋତେ ଉତ୍ସାହିତ କରିଛି । ସେନାରେ କିପରି ଅଧିକରୁ ଅଧିକ ଯୁବଶକ୍ତି ସାମିଲ ହୋଇ ଦେଶର ରକ୍ଷା ଦିଗରେ କାମ କରିପାରିବେ, ସେହି ଲକ୍ଷ୍ୟ ନେଇ ସେନାରେ ଅବସରର ବୟସ ସୀମା ହ୍ରାସ କରାଯାଇଛି । ଯୁବଶକ୍ତିଙ୍କୁ ଅଗ୍ନିବୀର ଭାବେ ଭର୍ତ୍ତି କରାଯାଉଛି । ଏହାର ସୁଯୋଗ ପ୍ରଶିକ୍ଷାର୍ଥୀମାନେ ନିଅନ୍ତୁ । ସୈନ୍ୟବାହିନୀରୁ ପୂର୍ବ ସୈନିକ ଭାବେ ଫେରିଲେ ଏଠାରେ ଲୋକେ ବହୁତ ସମ୍ମାନ ଦେବେ । କାରଣ ସୈନ୍ୟବାହିନୀରେ ଅଗ୍ନିବୀରମାନଙ୍କୁ ଶିଖାଯାଉଥିବା ଶୃଙ୍ଖଳା ଭବିଷ୍ୟତକୁ ସୁରକ୍ଷିତ ରଖେ । ପୂର୍ବ ସୈନିକ ଭାବେ ଅନେକ ସୁବିଧା ସୁଯୋଗ ପାଇବେ ।" ସେହିପରି ଏଠାରେ ପ୍ରଶିକ୍ଷଣ ନେଉଥିବା ଖେଳାଳିମାନଙ୍କ ସହ ଆଲୋଚନା ବେଳେ ଧର୍ମେନ୍ଦ୍ର କହିଛନ୍ତି, "ସମ୍ବଲପୁର ହେଉଛି ଫୁଟବଲ, କବାଡି ପରି ସ୍ପୋର୍ଟ୍ସର ଏନ୍ତୁଡ଼ିଶାଳ । 2036ରେ ହେବାକୁ ଥିବା ଅଲିମ୍ପିକ୍ସରେ ଯେପରି ସମ୍ବଲପୁର ପଦକ ଆଣିବ, ସେନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ।"

ଭାରତୀୟ ଦଳରେ ସାମିଲ ହୋଇ ସମ୍ବଲପୁରର ଖେଳାଳି ପଦକ ଆଣି ଜିଲ୍ଲା ଓ ଦେଶକୁ ଗୌରାବାନ୍ବିତ କରିବେ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମ ପରେ ସେ ସମ୍ବଲପୁର ସହରରେ ସ୍କୁଟିରେ ବୁଲିବା ସହ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀଙ୍କୁ ଭେଟି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଗୋଲବଜାର ବୈଦ୍ୟନାଥ ଛକରେ ପ୍ରମୋଦ ବାରିକଙ୍କ ଦୋକାନରେ କାର୍ଯ୍ୟକର୍ତ୍ତାଙ୍କ ସହ ଚା' ପିଇଥିଲେ ବିଜେପି ପ୍ରାର୍ଥୀ । ପ୍ରାୟ ୫୦ ବର୍ଷର ଏହି ପୁରୁଣା ଦୋକାନରେ ଅନେକ ବନ୍ଧୁମାନଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ । ଏହି ଅବସରରେ ସେ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣାକିଣି କରିବା ସହ ଆତିଥେୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details