ଓଡିଶା

odisha

ETV Bharat / politics

ଆଜି ମାଓପ୍ରବଣ ଅଞ୍ଚଳରେ ମୋଦିଙ୍କ ପ୍ରଚାର, ବସ୍ତରରେ ଭୋଟ ମାଗିବେ ପ୍ରଧାନମନ୍ତ୍ରୀ - Lok Sabha Election 2024 - LOK SABHA ELECTION 2024

Lok Sabha Election 2024: ଲୋକସଭା ନିର୍ବାଚନକୁ ନେଇ ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । ଆଜି ମାଓପ୍ରବଣ ଅଞ୍ଚଳ ବସ୍ତରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

PM Modi
PM Modi

By ETV Bharat Odisha Team

Published : Apr 8, 2024, 7:47 AM IST

ରାୟପୁର:ଲୋକସଭା ନିର୍ବାଚନକୁ ନେଇ ଚାଲିଛି ଜୋରଦାର ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ ଭିକ୍ଷା କରୁଛନ୍ତି ହେବିଓ୍ବେଟ ନେତା । ନିର୍ବାଚନ ତାରିଖ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ଲମ୍ବା ଲମ୍ବା ପ୍ରତିଶୃତି ଦେଇ ଭୋଟରକୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ଆଜି ଛତିଶଗଡରେ ନିର୍ବାଚନୀ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାଓ ପ୍ରବଣ ଅଞ୍ଚଳ ବସ୍ତରରେ ଏକ ରାଲିରେ ସାମିଲ ହୋଇ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଆଜିଠାରୁ ଛତିଶଗଡରେ ଲୋକସବା ନିର୍ବାଚନ ପାଇଁ ବିଜେପି ତାର ପ୍ରଚାର ଅଭିଯାନ ଆରମ୍ଭ କରିବ ।

ଏହା ମଧ୍ୟ ପଢନ୍ତୁ-‘କଂଗ୍ରେସର ଇସ୍ତାହାର ମୁସଲିମ ଲିଗର ବିଚାରଧାରାର ପ୍ରତିଫଳନ, ମିଛ ପ୍ରତିଶୃତିର ବଣ୍ଡଲ’ - PM Modi target Congress Manifesto

ଛତିଶଗଡ ଜଙ୍ଗଲ ମନ୍ତ୍ରୀ କେଦାର କଶ୍ୟପ କହିଛନ୍ତି, ''ଆଜି ବସ୍ତରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟ ଶଙ୍କଳ୍ପ ଶଙ୍କନାଦ ରାଲି ଆରମ୍ଭ କରିବେ । ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀର ଭାନପୁରୀ ଆମାବାଲ ଗ୍ରାମରେ ଏକ ରାଲିରେ ସମ୍ବୋଧିତ କରିବେ ମୋଦି । ଭାରତୀୟ ଜନତା ପାର୍ଟି ଆଶା କରୁଛି ଯେ ରାଜ୍ୟରେ ଥିବା 11ଟି ଲୋକସଭା ଆସନରେ ଦଳ ବିଜୟୀ ହେବ । ଚଳିତ ନିର୍ବାଚନରେ ବିଜେପି 400 ଆସନ ପାର ହେବା ଲକ୍ଷ୍ୟ ସ୍ଥିର କରିସାରିଛି ଏବଂ ସେହି ଲକ୍ଷ୍ୟ ହାସଲ କରିବ । ପ୍ରଧାନମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ରାଲିରେ ସାମିଲ ହେବେ ।''

ଏହା ମଧ୍ୟ ପଢନ୍ତୁ-‘ଖବର ପରି ଲାଗୁଥିବା ବିଜ୍ଞାପନ ଧର୍ମୀ ପ୍ରକାଶନ ଦିଗରେ ଅଧିକ ସତର୍କ ରୁହ’ - ECI urges newspaper editors

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମାବାଲ ଗ୍ରାମରେ ପ୍ରଧାନମନ୍ତ୍ରୀ ଏକ ସମାବେଶକୁ ସମ୍ବୋଧିତ କରିବେ । ଏପ୍ରିଲ 19ରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ରହିଛି । ସମସ୍ତଟି 11ଟି ଲୋକସଭା ଆସନ ପାଇଁ ଏପ୍ରିଲ 19, 26 ଏବଂ ମେ 7ରେ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଭୋଟ ଗଣତି ଜୁନ 4ରେ ହେବ । ଗତ 2019 ଲୋକସଭା ନିର୍ବାଚନରେ ବିଜେପି 11ଟି ଆସନରୁ 9ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ଖାତାକୁ 2ଟି ଆସନ ଯାଇଥିଲା । ସେହିପିର 2014 ନିର୍ବାଚନରେ ବିଜେପି 10ଟି ସିଟରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିଲା ।

ABOUT THE AUTHOR

...view details