ଓଡିଶା

odisha

ETV Bharat / politics

ଭୁବନେଶ୍ବରରେ ବଢ଼ିବ ଭୋଟ ହାର, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ: ପଞ୍ଚାନନ - Vote percentage in Bhubaneswar - VOTE PERCENTAGE IN BHUBANESWAR

Vote percentage in Bhubaneswar: ସହରାଞ୍ଚଳରେ ଭୋଟିଂ ପ୍ରତିଶତ କମିବା ବଢ଼ାଉଛି ଚିନ୍ତା । ହେଲେ ଏଥର ଲୋକେ ପରିବର୍ତ୍ତନ ମନସ୍ତ ଥିବାରୁ ଭୋଟ ହାର ବଢ଼ିବ ଏବଂ କଂଗ୍ରେସ ସପକ୍ଷରେ ଭୋଟ ବଢ଼ିବ ବୋଲି କହିଛନ୍ତି କଂଗ୍ରେସ ନେତା । ଅଧିକ ପଢ଼ନ୍ତୁ

Vote percentage in Bhubaneswar
Vote percentage in Bhubaneswar (ETV Bharat Odisha)

By ETV Bharat Odisha Team

Published : May 24, 2024, 10:50 PM IST

ଭୁବନେଶ୍ବର: ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଭୋଟ ଦେବ ଓଡିଶା । ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ତେବେ ୬ଟି ସଂସଦୀୟ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ମାନଜନକ ସିଟ୍‌ ହେଉଛି ଭୁବନେଶ୍ବର ଲୋକସଭା ଆସନ । ଚଳିତ ନିର୍ବାଚନରେ କଣ ହେବ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସ୍ଥିତି ? କାହା ହାତକୁ ଯିବ ରାଜଧାନୀର ଏହି ହାଇ ପ୍ରୋଫାଇଲ ସିଟ୍‌ ? ପୂର୍ବଥର ଭଳି ବିଜେପି ହାତରେ ରହିବ, ନା ଶାସକ ଦଳ ବାଜିମତ କରିବ ? ନା କଂଗ୍ରେସର ଯୁବ ଚେହେରା ହେବେ ଭୁବନେଶ୍ବରବାସୀଙ୍କ ପ୍ରଥମ ପସନ୍ଦ ? ହେଲେ ବିଗତ ଦୁଇ ପର୍ଯ୍ୟାୟ ନିର୍ବାଚନରୁ ସ୍ପଷ୍ଟ ସଂକେତ ମିଳିଛି, ଯେ ସହରାଞ୍ଚଳରେ ଭୋଟିଂ ହାର ହ୍ରାସ ପାଉଛି ।

Vote percentage in Bhubaneswar (ETV Bharat Odisha)

ଗତ ୨୦୧୪ ସାଧାରଣ ନିର୍ବାଚନରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଭୋଟିଂ ପ୍ରତିଶତ ଥିଲା ୫୮.୦୪ ପ୍ରତିଶତ । ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟଶାଣୀ ଏହି ଆସନରୁ ଜିତି ସଂସଦକୁ ଯାଇଥିଲେ । ୨୦୧୯ରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ନଦେଇ ସିପିଆଇ(ଏମ୍‌) ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଥିଲା । ତେଣୁ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିଲା । ସେତେବେଳେ ଭୁବନେଶ୍ବର ଭୋଟିଂ ପ୍ରତିଶତ ଥିଲା ୫୯.୧୭ ପ୍ରତିଶତ । ଆଉ ଏହି ଆସନକୁ କବ୍‌ଜା କରିଥିଲା ବିଜେପି । ପ୍ରାଶାସନିକ କ୍ଷେତ୍ରରୁ ରାଜନୈତିକ ମୈଦାନକୁ ଓହ୍ଲାଇଥିବା ଅପରାଜିତା ଷଡ଼ଙ୍ଗୀ ବିଜେପି ଟିକଟରୁ ସଂସଦକୁ ନିର୍ବାଚିତ ହୋଇଥିଲେ ।

କିଏ ହେବ ଭୁବନେଶ୍ବରବାସୀଙ୍କ ପ୍ରଥମ ପସନ୍ଦ ?

ପୂର୍ବଥର ଭଳି ଚଳିତ ନିର୍ବାଚନରେ ମଧ୍ୟ ବିଭିନ୍ନ ସହରାଞ୍ଚଳରେ ଭୋଟିଂ ହାର କମୁଥିବା ଦେଖିବାକୁ ମିଳୁଛି । ତେଣୁ ବସ୍ତିବାସିନ୍ଦାଙ୍କ ଭୋଟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ଚଳିତ ଥର ଭୁବନେଶ୍ବରରେ ଭୋଟ ପ୍ରତିଶତ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ମଧ୍ୟ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରକାଶ ଜେନା ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଦୃଢୋକ୍ତି ବାଢ଼ିଛନ୍ତି । କାରଣ ଚଳିତ ନିର୍ବାଚନରେ ବିଜେଡି ଓ ବିଜେପି ସହ କଂଗ୍ରେସ ମଧ୍ୟରେ ଦୃଢ ମୁକାବିଲା ହେଉଛି । ବିଜେପି ସାଂସଦ ଅପରାଜିତାଙ୍କ ସହ ବିଜେଡି ଏବଂ କଂଗ୍ରେସର ନବାଗତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଓ ବିଜେପି ଜନମତକୁ ବିଭ୍ରାନ୍ତ କରୁଛନ୍ତି: କଂଗ୍ରେସ - Congress Slam BJP BJD

୨୦୧୯ରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ କେବଳ ବିଜେପି ସାଂସଦଙ୍କୁ ଛାଡିଦେଲେ ଆଉ ସବୁ ବିଧାନସଭା ସିଟ୍‌ ଶାସକ ଦଳ ହାତେଇଥିଲା । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ମାଳ ମାଳ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶାରେ ବିଜେପି ସପକ୍ଷରେ ପ୍ରଚାରକୁ ଅଧିକ ଶାଣିତ କରିଛନ୍ତି । ତେବେ ଏଥର ଲୋକସଭା ସହିତ ବିଜେପି ବିଧାନସଭା ସିଟ୍‌ ଉପରେ ମଧ୍ୟ ନଜର ପକାଇଛି । ହେଲେ ୨୦୧୯ ନିର୍ବାଚନର ସ୍ଥିତି ଆଉ ଏଥର ସାଧାରଣ ନିର୍ବାଚନ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ବିଜେଡି ଯୁବ ଚେହେରା କ୍ୟାପ୍ଟେନ ମନ୍ମଥ ରାଉତରାୟ ବିଜେପିର ଅପରାଜିତା ଷଡଙ୍ଗୀଙ୍କୁ କଡା ଟକ୍କର ଦେଉଛନ୍ତି । ସେହିପରି କଂଗ୍ରେସର ଯୁବ ଚେହେରା ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ଛାତ୍ର ନେତା ହୋଇଥିବାରୁ ଅନେକାଂଶରେ ଭୁବନେଶ୍ବର ଲୋକସଭା କ୍ଷେତ୍ରର ଜୟଦେବ, ଭୁବନେଶ୍ବର ମଧ୍ୟ, ଏକାମ୍ର, ଭୁବନେଶ୍ବର ଉତ୍ତର, ଜଟଣୀ, ଖୋର୍ଦ୍ଧା ଏବଂ ବୋଲଗଡ଼ ବେଗୁନିଆରେ ମଧ୍ୟ ତ୍ରିକୋଣୀୟ ଫାଇଟ୍‌ ଦେଖିବାକୁ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details