ଭୁବନେଶ୍ୱର: ''10 ବର୍ଷ ଭିତରେ ମୋଦିଙ୍କ ନେତୃତ୍ୱରେ ଭାରତ ବହୁ ଆଗକୁ ଯାଉଛି । ଅନ୍ୟ ଦେଶ ମୋଦିଙ୍କ ସାହାଯ୍ୟ ଲଢୁଛନ୍ତି । ଭାରତ ତୃତୀୟ ବଡ ଅର୍ଥନୀତି ହେବାକୁ ଯାଉଛି । ହେଲେ ଦେଶର ଏହି ପ୍ରଗତିରୁ ବଞ୍ଚିତ ହେଉଛି ଓଡ଼ିଶା । 25 ବର୍ଷରେ ଓଡ଼ିଶାକୁ ଏକ ନମ୍ବର କରିପାରିଥାନ୍ତେ । ଓଡ଼ିଶା ବହୁ ଆଗକୁ ଯାଇପାରିଥାନ୍ତା ହେଲେ ଯାଇପାରିନି । ବିଜେପି ଯେଉଁ ସଂକଳ୍ପ ପତ୍ର ଦେଇଛି, ତାହା ଓଡ଼ିଶାର ଅର୍ଥନୈତିକ ସ୍ଥିତି ଆଗକୁ ବଢ଼ାଇବା ପାଇଁ । କୃଷି କ୍ଷେତ୍ରରେ ବିଜେଡି 17 ବର୍ଷ ତଳେ କହିଥିଲା 33 ପ୍ରତିଶତ ଜମି ଜଳସେଚନ ହେବ ହେଲେ କରିପାରିଲେ ନାହିଁ । ଚାଷୀ ହନ୍ତସନ୍ତ ହେଉଛନ୍ତି । ବିଜେପି ସରକାରକୁ ଆସିଲେ ଜଳସେଚନ ପ୍ରକଳ୍ପ କରି ଦେଖାଇବୁ ।'' ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏମିତି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ ବୈଜୟନ୍ତ ପଣ୍ଡା ।
ସେ ଆହୁରିମଧ୍ୟ କହିଛନ୍ତି ଯେ, ବିଜେପିର ସଂକଳ୍ପ 2029 ସୁଦ୍ଧା ଓଡ଼ିଶାରେ ଜଳସେଚନ 3 ଗୁଣା ବଢିବ । ଏହାସହ ଧାନର ଏମଏସପି 3100 କରାଯିବ । 48 ଘଣ୍ଟାରେ ଡିବିଟି ମାଧ୍ୟମରେ ଚାଷୀଙ୍କୁ ଆକାଉଣ୍ଟକୁ ଟଙ୍କା ପହଞ୍ଚିଯିବ । ମତ୍ସ୍ୟଜୀବୀଙ୍କ ପାଇଁ 10 ହଜାର ଆର୍ଥିକ ସହାୟତା ମିଳିବ । ବିଗତ 25 ବର୍ଷର ବିଜେଡି ଶାସନରେ ରାଜ୍ୟରେ ଲକ୍ଷାଧିକ ପଦପଦବୀ ଖାଲି ପଡିଛି । ଓଡ଼ିଶାର ଯୁବକ ରୋଜଗାର ପାଇଁ ବାହାର ରାଜ୍ୟକୁ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ 85 ହଜାର ସରକାରୀ ପଦବୀ ପୂରଣ ହେବ । ଦେଢ଼ ଲକ୍ଷ ଚାକିରି ଦିଆଯିବ । ଓବିସି ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ଗୁରୁତ୍ୱ ଦିଆଯିବ ।