ନୂଆଦିଲ୍ଲୀ:ଆଜି ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି ରହିଛି । ରାଜଧାନୀ ଦିଲ୍ଲୀର ମୋଟ 7 ଆସନରେ ଆଜି ମତଦାନ ହେଉଛି । ଆଜି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଭୋଟ ଦେଇଛନ୍ତି । ହେଲେ ରାହୁଲ ଓ ସୋନିଆ କଂଗ୍ରେସ ପରିବର୍ତ୍ତେ ଆମ ଆଦମୀ ପାର୍ଟିକୁ ଭୋଟ ଦେଇଛନ୍ତି । ସେହିପରି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଝାଡୁ ଚିହ୍ନ ପରିବର୍ତ୍ତେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । କାରଣ ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମେଣ୍ଟରେ ନିର୍ବାଚନ ଲଢୁଛନ୍ତି । ମୋଟ 7 ସଂସଦୀୟ ଆସନ ମଧ୍ଯରେ ଆମ ଆଦମୀ ପାର୍ଟି 4 ଆସନ ଓ କଂଗ୍ରେସ ଅବଶିଷ୍ଟ 3 ଆସନରେ ନିର୍ବାଚନ ଲଢୁଛନ୍ତି ।
ନୂଆଦିଲ୍ଲୀ ଆସନରେ ଭୋଟ ଦେଲେ ସୋନିଆ ରାହୁଲ:-
ନୂଆଦିଲ୍ଲୀ ସଂସଦୀୟ ଆସନରେ ଉଭୟ ସୋନିଆ ଓ ରାହୁଲ ଭୋଟ ଦେଇଛନ୍ତି । ମେଣ୍ଟ ବୁଝାମଣାରେ ଏହି ଆସନରେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ସୋମନାଥ ଭାରତୀ ଛିଡା ହୋଇଛନ୍ତି । ‘ଇଣ୍ଡିଆ’ ମେଣ୍ଟର ମିଳିତ ପ୍ରାର୍ଥୀ ସୋମନାଥ ଭାରତୀଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟି ଦିବଙ୍ଗତ ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ କନ୍ୟା ବାଂଶୁରୀ ସ୍ବରାଜଙ୍କୁ ପ୍ରାର୍ଥୀ କରିଛି । ତେଣୁ ରାହୁଲ ଓ ସୋନିଆ ମେଣ୍ଟ ତଥା ଆମ ଆଦମୀ ପାର୍ଟି ସୋମନାଥ ଭାରତୀଙ୍କୁ ଭୋଟ ଦେଇଥିବା ଏକପ୍ରକାର ଅନୁମେୟ ।
ଚାନ୍ଦିନଚୌକ କେଜ୍ରିଓ୍ବାଲ:-