ପାଟନା/ନୂଆଦିଲ୍ଲୀ:ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହେଲେ ବିହାରର ପୂର୍ବତନ ସାଂସଦ ତଥା ‘ଜନ ଅଧିକାର ପାର୍ଟି’ (ଜେଏପି) ମୁଖ୍ୟ ପପୁ ଯାଦବ । ଆଜି ଅପରାହ୍ନରେ ସେ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି । ଏହା ପୂର୍ବରୁ ସେ ପୂର୍ବାହ୍ନରେ ପାଟନାରେ ରାଷ୍ଟ୍ରୀୟ ଜନତା ଦଳ (ଆରଡେଜି) ମୁଖ୍ୟ ଲଲୁ ପ୍ରସାଦ ଯାଦବ ଓ ତେଜସ୍ବୀ ଯାଦବଙ୍କୁ ସାକ୍ଷାତ କରିଥିଲେ । ହେଉଥିବା ଚର୍ଚ୍ଚା ଅନୁସାରେ, ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ନିଜ ପାରମ୍ପରିକ ଆସନ ପୁର୍ଣ୍ଣିଆରୁ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନ ଲଢିବା ନେଇ ଅନୁମାନ କରାଯାଉଛି । ପପୁଙ୍କ ପତ୍ନୀ ରଞ୍ଜିତ ରଞ୍ଜନ ଏବେ କଂଗ୍ରେସରୁ ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି ।
ଆଜି ପର୍ବାହ୍ନରେ ସେ ଦିଲ୍ଲୀ ଗସ୍ତ କରିବା ପୂର୍ବରେ କଂଗ୍ରେସରେ ନିଜ ଦଳର ବିଲୟ ନେଇ କୌଣସି ଘୋଷଣା କରିନଥିଲେ । କେବଳ ସେ କଂଗ୍ରେସ ରାଷ୍ଟ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା କରିବା ପାଇଁ ଦିଲ୍ଲୀ ଯାଉଥିବା କହିଥିଲେ । ସେ ଏହି ଅବସରରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବେଳେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତାକୁ ମଧ୍ୟ ପ୍ରଶଂସା କରିଥିଲେ । ରାହୁଲଙ୍କୁ ଏଥର ଜନସମର୍ଥନ ମିଳିବ ବୋଲି କହିଥିଲେ । ଅପରାହ୍ନରେ ସେ କଂଗ୍ରେସରେ ମିଶିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ତେଲେଙ୍ଗାନା ରାଜ୍ୟପାଳ ଭାବେ ଦାୟିତ୍ବ ନେଲେ ସିପି ରାଧାକ୍ରିଷ୍ଣନ