ଓଡିଶା

odisha

ETV Bharat / politics

ବିଜେପିରେ ମିଶିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ - Hindol MLA joins BJP

Hindol MLA joins BJP: ବିିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଟିକଟ କଟିବା ନେଇ ଅସନ୍ତୁଷ୍ଟ ଥିଲେ ବିଧାୟିକା । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 24, 2024, 8:20 AM IST

Updated : Apr 24, 2024, 3:03 PM IST

Etv Bharat
Etv Bharat

ବିଜେପିରେ ମିଶିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ୱର:ପଦ୍ମ ଧରିଲେ ସୀମାରାଣୀ । ବିଜେଡିରୁ ଇସ୍ତଫା ଦେବା ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ ବିଜେପି ସଭାପତି ସମୀର ନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ସେ ଦଳରେ ମିଶିଛନ୍ତି ।ସୀମାରାଣୀଙ୍କ ସହ ତାଙ୍କର ବହୁସଂଖ୍ୟାରେ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପିରେ ମିଶିବା ପରେ ହିନ୍ଦୋଳ ବିଧାୟିକା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ୧୦ ବର୍ଷ ହିନ୍ଦୋଳରେ ବିଧାୟିକା ଭାବେ ଅନେକ କାର୍ଯ୍ୟ କରିଛି ମାତ୍ର ବିଜେଡି ମୋ ସହ ପ୍ରତାରଣା କରିଛି । ହିନ୍ଦୋଳ ଅଞ୍ଚଳର କାହାକୁ ଟିକଟ ଦେଇଥିଲେ ମୋର ଆପତ୍ତି ନଥିଲା ମାତ୍ର ତାଳଚେରରୁ ଜଣକୁ ଆଣି ଟିକଟ ଦେବା ମୋତେ ବ୍ୟଥିତ କରିଛି । ବିଜେପି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ଜିତାଇବାରେ ସାହାଯ୍ୟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବୁ ବୋଲି କହିଛନ୍ତି । ସେହିପରି ଆଜି ଯେଉଁମାନେ ସାମିଲ ହେଲେ ସେମାନେ ଯୋଗଦାନ ଦ୍ୱାରା ରାଜ୍ୟରେ ବିଜେପି ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଏହା ମଧ୍ୟ ପଢନ୍ତୁ: କଟିଲା ଟିକେଟ; ବିଜେଡି ଛାଡିଲେ ସୀମାରାଣୀ, ଆଜି ବିଜେପିରେ ମିଶିପାରନ୍ତି - Hindol MLA Quits BJD



ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୋମବାର ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ହିନ୍ଦୋଳ ବିଧାନସଭା ଆସନରୁ ଚଳିତ ଥର ବିଧାୟିକା ସୀମାରାଣୀ ନାୟକଙ୍କ ବଦଳରେ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୀମାରାଣୀ । ଟିକଟ୍ କଟିଲା ପରେ ବିଳମ୍ବିତ ରାତିରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେବେ ତାଙ୍କୁ ଟିକଟ ନମିଳିବା ପଛରେ ସେ କିଛି ମୁଷ୍ଠିମେୟ ଲୋକଙ୍କୁ ଦାୟୀ କରିଛନ୍ତି ।

ସୀମାରାଣୀ ନାୟକଙ୍କ ବିଜେଡି ଟିକଟରେ ହିନ୍ଦୋଳ ଆସନରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଆଉ ସୁଯୋଗ ଦେଇନଥିଲା । ତାଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ଢେଙ୍କାନାଳ ଲୋକସଭା ଆସନରୁ ଅବିନାଶ ସାମଲଙ୍କୁ ଟିକଟ ଦେଇଛି ।


ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 24, 2024, 3:03 PM IST

ABOUT THE AUTHOR

...view details