ଓଡିଶା

odisha

କଂଗ୍ରେସ ଭବନରେ ହାଇଡ୍ରାମା; ସନ୍ତୋଷ ଜେନାଙ୍କୁ ବିରୋଧ କଲେ ସଂଗ୍ରାମଙ୍କ ସମର୍ଥକ, ମିଶ୍ରଣ ପର୍ବ ବାତିଲ - Oppose To Santosh Jena Joining

High drama at Congress bhawan: କଂଗ୍ରେସ ଭବନରେ ହଟ୍ଟଗୋଳ ଓ ହଲ୍ଲାବୋଲ କରିଛନ୍ତି ସୁରେଶ ରାଉତରାୟଙ୍କ ପୁତୁରା ସଂଗ୍ରାମ ରାଉତରାୟ ଓ ତାଙ୍କ ସମର୍ଥକ । ସନ୍ତୋଷ ଜେନାଙ୍କ ମିଶ୍ରଣକୁ ସେମାନେ ବିରୋଧ କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Apr 9, 2024, 8:23 AM IST

Published : Apr 9, 2024, 8:23 AM IST

Oppose To Santosh Jena Joining
Oppose To Santosh Jena Joining

Oppose To Santosh Jena Joining

ଭୁବନେଶ୍ବର:କଂଗ୍ରେସରେ ସନ୍ତୋଷ ଜେନାଙ୍କ ମିଶ୍ରଣକୁ ବିରୋଧ । କିଛିଦିନ ତଳେ ବିଜେପିରେ ସନ୍ତୋଷ ଜେନା ସାମିଲ ହୋଇଥିଲେ । ସୋମବାର ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ନେତୃତ୍ୱରେ ସେ କଂଗ୍ରେସରେ ମିଶିବାକୁ ଆସିଥିଲେ । ଯାହାକୁ ନେଇ କଂଗ୍ରେସ ଭବନରେ ହଟ୍ଟଗୋଳ ଓ ହଲ୍ଲାବୋଲ କରିଛନ୍ତି ସୁର ରାଉତରାୟଙ୍କ ପୁତୁରା ସଂଗ୍ରାମ ରାଉତରାୟ ଓ ତାଙ୍କ ସମର୍ଥକ । ସଂଗ୍ରାମ ବହୁ ବର୍ଷ ଧରି କଂଗ୍ରେସ ଦଳ ସହ ରହିଆସିଛନ୍ତି । ଆଉ କଂଗ୍ରେସର ଆଶାୟୀ ଭାବେ ମଧ୍ୟ ଟିକେଟ ରେସରେ ଅଛନ୍ତି । ଏବେ କାହିଁକି ବାହାର ଲୋକଙ୍କୁ ଟିକେଟ ମିଳିବ ବୋଲି ଅଭିଯୋଗ କରି ସଂଗ୍ରାମ ଓ ତାଙ୍କ ସମର୍ଥକ ବିରୋଧ କରିଛନ୍ତି । ଯଦି ଟିକେଟ ମିଳିବ ତ ସଂଗ୍ରାମଙ୍କୁ ମିଳୁ ବୋଲି କହି ସେମାନେ ହୋହଲ୍ଲା କରିଥିବା ଜଣାପଡ଼ିଛି ।

"ଏଥର ଯଦି ଦାଦା ଅର୍ଥାତ ସୁରେଶ ରାଉତରାୟ ନିର୍ବାଚନ ଲଢୁନାହାନ୍ତି ତେବେ ମତେ କାହିଁକି ଦିଆଯିବ ନାହିଁ" ବୋଲି ପ୍ରଶ୍ନ କରିଛନ୍ତି ସଂଗ୍ରାମ ରାଉତରାୟ । କାରଣ ପୂର୍ବ ଥର ଦାଦାଙ୍କ ପାଇଁ ହିଁ ସେ ଏହି ଆସନକୁ ତ୍ୟାଗ କରିଥିଲେ । ତେଣୁ ଏଥର ଟିକେଟ ତାଙ୍କୁ ମିଳିବ ବା ସେ ଟିକେଟ ପାଇଁ ଯୋଗ୍ୟ ବୋଲି ନିଜକୁ ପ୍ରତିପାଦିତ କରିଛନ୍ତି । କିନ୍ତୁ ତାହା ନହୋଇ ଜଟଣୀ କଂଗ୍ରେସକୁ ସୁରେଶ ରାଉତରାୟ ଓ ତାଙ୍କ ପରିବାର ମିଳିମିଶି ନଷ୍ଟ କରିଦେଇଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସଂଗ୍ରାମ । ଏପରିକି ସଂଗ୍ରାମଙ୍କ ବ୍ୟତୀତ ଆଉ କାହାକୁ ଟିକେଟ ମିଳିଲେ ଜଟଣୀରେ ବ୍ୟାପକ ବିରୋଧ ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ରଘୁନନ୍ଦନଙ୍କୁ ଟିକେଟ ଦାବି; ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ବାଲିକୁଦା ଓ ଏରସମା ବ୍ଲକ ଅଧ୍ୟକ୍ଷ - General Election 2024

ସେପଟେ ବିରୋଧ ପରେ କଂଗ୍ରେସରେ ମିଶିବାକୁ ଆସିଥିବା ସନ୍ତୋଷ ଜେନା କଂଗ୍ରେସ ଭବନରୁ ଫେରି ଯାଇଛନ୍ତି । ସୂଚନା ଅନୁସାରେ, ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହଯୋଗରେ ସନ୍ତୋଷ କଂଗ୍ରେସ ଦଳରେ ମିଶିବାକୁ ଆସିଥିଲେ । ହେଲେ ବିରୋଧ ପରେ ମିଶ୍ରଣ ପର୍ବ ହୋଇପାରି ନାହିଁ । କଂଗ୍ରେସ ଭବନରେ ହଙ୍ଗାମା ପରେ ସିଦ୍ଧାର୍ଥ ଗଣମାଧ୍ୟମକୁ କହିଛନ୍ତି, "କାହା ବିରୋଧକୁ ଆମେ ଭୟ କରୁନାହୁଁ । କଂଗ୍ରେସ ଦଳରେ କିଏ ମିଶିବ ତାହାର ନିଷ୍ପତ୍ତି ଏଆଇସିସି ନେବ । ଯେଉଁ ନେତାର ବିଜୟୀ ହେବାର ଦକ୍ଷତା ଥିବ ସେହିଭଳି ନେତାଙ୍କୁ ଦଳ ଟିକେଟ ଦେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details