ଭୁବନେଶ୍ବର: ନବୀନ ନିବାସରେ ଆଜି ବିଜେଡିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟସଭାରେ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି । ଓଡିଶା ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କୋଇଲା ରୟାଲିଟି ବୃଦ୍ଧି, ରେଲୱେରେ ଅବହେଳା ପ୍ରସଙ୍ଗ ଉଠାଇବ ବିଜେଡି । ଏନେଇ ଦଳୀୟ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନବୀନ । ସେହିପରି ସମସ୍ତ ସାଂସଦଙ୍କ ସର୍ବସମ୍ମତି କ୍ରମେ ନବୀନ ହୋଇଛନ୍ତି ବିଜେଡିର ସଂସଦୀୟ ଦଳ ଅଧ୍ୟକ୍ଷ ।
BJD Parliamentary Party Meeting (ETV Bharat Odisha) ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଆମ ପାଇଁ ଆଜି ଖୁସିର ଦିନ । ଆମେ ସମସ୍ତ ସାଂସଦଙ୍କ ସର୍ବସମ୍ମତି କ୍ରମେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେଡିର ସଂସଦୀୟ ଦଳ ଅଧ୍ୟକ୍ଷ ହୋଇଛନ୍ତି । ଓଡିଶାବାସୀଙ୍କର ଆମେ ସ୍ୱର ହେବୁ । ସବୁ ପ୍ରସଙ୍ଗକୁ ନେଇ ଜୋରଦାର ଉଠାଇବୁ । ଓଡିଶାର ବିକାଶ ଓ ଯୁକ୍ତିଯୁକ୍ତ ପ୍ରସଙ୍ଗ ଉଠାଇବୁ । ଏନେଇ ଆମକୁ ଆମର ନେତା ଗୁରୁମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ବେଳେ ବିଜେଡି ପ୍ରଥମ ଦଳ ଭାବେ କକ୍ଷତ୍ୟାଗ କରିଥିଲା । ପରେ ଅନ୍ୟ ଦଳ ଗୃହ ଛାଡିଥିଲେ ।"
BJD Parliamentary Party Meeting (ETV Bharat Odisha)
ସେହିପରି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, "ଅଧିବେଶନରେ ଓଡିଶାକୁ ଅବହେଳା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କୋଇଲା ରୟାଲିଟି, ରେଲୱେରେ ଅବହେଳା, ଆଦିବାସୀଙ୍କୁ ଅବହେଳା ପ୍ରସଙ୍ଗ ଉଠାଇବ ଦଳ । କଟକ - ସମ୍ବଲପୁର ରାସ୍ତା ଖରାପ । ଆମଠୁ ବହୁ ପରିମାଣର ରାଜସ୍ୱ ଯାଉଛି । ମହାନଦୀ ପ୍ରସଙ୍ଗ ରହିଛି । ସେମାନେ ଟ୍ରିପଲ ଇଞ୍ଜିନ ସରକାର ବୋଲି କହୁଛନ୍ତି । ମହାନଦୀ ଜଳ କେମିତି ଓଡିଶାକୁ ଆସିବ ସରକାର ସମାଧାନ କରନ୍ତୁ । ରାଜ୍ୟସଭାରେ ବିଜେପିର 84 ଜଣ ସାଂସଦ ଅଛନ୍ତି । ମ୍ୟାଜିକ ନମ୍ବରରୁ କମ ଅଛନ୍ତି । ଏହା ସେମାନଙ୍କୁ ରାଜ୍ୟସଭାରେ ମହଙ୍ଗା ପଡିବ ।"
BJD Parliamentary Party Meeting (ETV Bharat Odisha) ଏହା ମଧ୍ୟ ପଢ଼ନ୍ତୁ...ଚର୍ଚ୍ଚାରେ ବିଜେଡିର ଛାୟା କ୍ୟାବିନେଟ: ପ୍ରଶଂସା କଲା କଂଗ୍ରେସ, ବିଜେପି କହିଲା ତୁଟିନି କ୍ଷମତା ମୋହ - Shadow Cabinet Politics ସେପଟେ ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, "ବିଜେଡି ଓଡ଼ିଶାର ସ୍ୱର । ଅତୀତ ଆମେ ହୋଇଥିଲୁ । ଆଗକୁ ମଧ୍ୟ ହେବୁ । ଓଡିଶାର ଅବହେଳାର ପ୍ରତିବାଦ କରିଛୁ, ଆଗକୁ ମଧ୍ୟ କରିବୁ । ନେଟ, ବ୍ୟାଙ୍କ ଯୋଗାଯୋଗ, ଶିକ୍ଷା, କ୍ଷେତ୍ରରେ ଆମକୁ ପଛରେ ରଖାଯାଇଛି । ମହିଳା ବିଲ ପାରିତ କଲେ ହେବନାହିଁ । ଏହାକୁ ଲାଗୁ କରିବା ଦରକାର । ନବୀନଙ୍କ ନେତୃତ୍ୱରେ ଆମ ଲଢେଇ କରିଛୁ ଓ ଆଗକୁ ଜାରି ରହିବ ।" ତେବେ ବିଜେଡିର ସଂସଦୀୟ ଦଳ ବୈଠକରେ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ, ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ସୁଜିତ କୁମାର, ସୁଲତା ଦେଓ, ମୁନା ଖାଁ, ମମତା ମହନ୍ତ, ଦେବାଶିଷ ସାମନ୍ତରାୟ ଓ ନିରଞ୍ଜନ ବିସି ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର