ଭୁବନେଶ୍ବର: ଏଣିକି ପ୍ରତି ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି । ପ୍ରତି ସୋମବାର ଦୁଇ ଜଣ ମନ୍ତ୍ରୀ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟର ବିଭିନ୍ନ ଅଞ୍ଚଳର ସମସ୍ୟା ନେଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ । ଏହାର ଆଜି ହୋଇଛି ଅୟମାରମ୍ଭ । ପ୍ରଥମ ଦିନରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁଣିଛନ୍ତି ଅଭିଯୋଗ । ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି ।
ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ଖୋଲାଯାଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଯେଉଁଠାରେ ପ୍ରତି ସୋମବାର ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ଏହିକ୍ରମରେ ଏଣିକି ପ୍ରତି ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ହେବ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ, ଆଉ ଦଳୀୟ କାର୍ଯ୍ୟାଳୟରେ ଅଭିଯୋଗ ଶୁଣିବେ ମନ୍ତ୍ରୀ । ପ୍ରତି ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଲୋକଙ୍କ ଅଭିଯୋଗ ଶୁଣିବେ ଦୁଇ ଜଣ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମର ଆଜି ଅୟମାରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଶୁଣିଛନ୍ତି ଅଭିଯାଗ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସମସ୍ୟା ସହ ବିଜେପି ଦଳୀୟ କର୍ମୀଙ୍କ ଅଭିଯୋଗ ଶୁଣିଥିଲେ ଦୁଇ ମନ୍ତ୍ରୀ । ତେବେ କେବଳ ଦଳୀୟ କର୍ମୀ ନୁହେଁ, ଏଥିରେ ସାଧାରଣ ଲୋକମାନେ ମଧ୍ୟ ସାମିଲ ହୋଇପାରିବେ ବୋଲି କହିଛନ୍ତି ଦୁଇ ମନ୍ତ୍ରୀ ।