ଓଡିଶା

odisha

By ETV Bharat Odisha Team

Published : Feb 1, 2024, 7:53 AM IST

ETV Bharat / politics

ଇଡି-ସିବିଆଇ ଆଉ ସରକାରୀ ଏଜେନ୍ସି ହୋଇନାହାନ୍ତି: ରାହୁଲ ଗାନ୍ଧୀ

Rahul Gandhi targets BJP: ସୋରେନଙ୍କ ଗିରଫଦାରୀକୁ ନେଇ ବିଜେପି ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଇଡି ଏବଂ ସିବିଆଇ ଆଉ ସରକାରୀ ଏଜେନ୍ସି ହୋଇନାହାନ୍ତି ବୋଲି କହିଲେ ରାହୁଲ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀ
hemant soren arrested

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ ପରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଇଡି ଏବଂ ସିବିଆଇ ଆଉ ସରକାରୀ ଏଜେନ୍ସି ହୋଇନାହାନ୍ତି । ଏମାନେ ସାଫରନ ଦଳର ବିରୋଧିଙ୍କୁ ଦମନ ସେଲ୍‌ରେ ପରିଣତ ହୋଇଛନ୍ତି । ଜମି ଦୁର୍ନୀତି ମାମଲାରେ ବୁଧବାର ରାତିରେ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବା ପରେ ରାହୁଲ ଗାନ୍ଧୀଙ୍କ ଏପରି ବୟାନ ସାମ୍ନାକୁ ଆସିଛି । ଏକ୍ସରେ ରାହୁଲ କହିଛନ୍ତି, "ଇଡି, ସିବିଆଇ, ଆଇଟି ଆଉ ସରକାରୀ ଏଜେନ୍ସି ନୁହଁନ୍ତି, ବର୍ତ୍ତମାନ ସେମାନେ ବିଜେପିର 'ବିପକ୍ଷ ମିଟାଓ ସେଲ'ରେ ପରିଣତ ହୋଇଛନ୍ତି । ଦୁର୍ନୀତିରେ ବୁଡି ରହିଥିବା ବିଜେପି ନିଜେ ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଅଭିଯାନ ଚଳାଇଛି ।

ଏହା ମଧ୍ୟ ପଢନ୍ତୁ-ED ବିରୋଧରେ ହାଇକୋର୍ଟରେ ରିଟ୍‌ ପିଟିସନ ଦାଖଲ କଲେ ହେମନ୍ତ, କାଲି ଶୁଣାଣି

ସେହିପରି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ସୋରେନଙ୍କ ଗିରଫଦାରୀକୁ ନିନ୍ଦା କରି ଏକ୍ସରେ ପୋଷ୍ଟ କରିଛନ୍ତି । "ଯିଏ ମୋଦିଜୀଙ୍କ ସହ ଯିବନାହିଁ ସେ ଜେଲ ଯିବେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଛରେ ଇଡିକୁ ଲଗାଇବା ଏବଂ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିବା ସଙ୍ଗୀୟ ବ୍ୟବସ୍ଥାକୁ ଏକ ଝଟକା ଅଟେ । ବେଆଇନ ଅର୍ଥ କାରବାର ନିରୋଧୀ ଆଇନକୁ କଠୋର କରି ବିରୋଧୀଦଳର ନେତାମାନଙ୍କୁ ଭୟଭୀତ କରିବା ବିଜେପିର ଟୁଲ୍ କିଟର ଏକ ଅଂଶ । ଷଡଯନ୍ତ୍ର କରି ଜଣଙ୍କ ପରେ ଜଣେ ବିରୋଧୀ ସରକାରଙ୍କୁ ଅସ୍ଥିର କରିବା ପାଇଁ ବିଜେପି କାର୍ଯ୍ୟ ଜାରି ରଖିଛି । ବିଜେପିର ୱାଶିଂ ମେସିନରେ ଯିଏ ପଶିଲା ସେ ପୁରା ପରିଷ୍କାର, ଯିଏ ନଗଲା ତାଠାରେ ଦାଗ ଲାଗିବ । ଗଣତନ୍ତ୍ରକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ପଡିବ । ଏଥିପାଇଁ ବିଜେପିକୁ ପରାସ୍ତ କରିବାକୁ ପଡିବ । ଆମେ ଭୟ କରିବୁ ନାହିଁ, ସଂସଦରୁ ସଡକ ପର୍ଯ୍ୟନ୍ତ ଆମେ ଲଢେଇ ଜାରି ରଖିବୁ ।"

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜେପିକୁ ନିନ୍ଦା କରି କହିଛନ୍ତି । "ବିରୋଧୀ ମୁକ୍ତ ସଂସଦ, ଗଣତନ୍ତ୍ର ମୁକ୍ତ ଭାରତ, ପ୍ରଶ୍ନ ମୁକ୍ତ ଗଣମାଧ୍ୟମ ଏବଂ ସଦଭାବ ମୁକ୍ତ ଜନସାଧାରଣ ହେଉଛି ବିଜେପି ସରକାରଙ୍କ ଲକ୍ଷ୍ୟ । ସବୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ସରକାରଙ୍କୁ ହଟାଇ ଦିଆଯାଉଛି । ବିରୋଧୀଦଳର ନେତାମାନେ ହଇରାଣ ହେଉଛନ୍ତି । ଯିଏ ବିଜେପିରେ ସାମିଲ ହେବେ ନାହିଁ ସେ ଜେଲ ଯିବେ । ସୋରେନଙ୍କ ପଛରେ ଇଡିକୁ ଲଗାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଛି । ବିଜେପି ଭାବୁଛି ସେ 140 କୋଟି ଭାରତୀୟଙ୍କ ସ୍ବରକୁ ଦବାଇ ଦେବ । କିନ୍ତୁ ଭ୍ରଷ୍ଟାଚାର ପାଇଁ ଜନସାଧାରଣ ବିଜେପିକୁ ଉତ୍ତର ଦେବେ । ''

ABOUT THE AUTHOR

...view details