ଓଡିଶା

odisha

ETV Bharat / politics

ମୁଖ୍ୟମନ୍ତ୍ରୀଙ୍କୁ ଯାହା ଲେଖିକି ଦିଆଯାଉଛି, ସେଗୁଡିକ ସେ ଉପସ୍ଥାପିତ କରୁଛନ୍ତି: ଧର୍ମେନ୍ଦ୍ର - Dharmendra Again Targets Naveen - DHARMENDRA AGAIN TARGETS NAVEEN

Dharmendra Pradhan Targets Naveen Patnaik: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦି କରିଥିବା ପ୍ରଶ୍ନର ପ୍ରତିକ୍ରିୟା ରଖିଥିଲେ ନବୀନ । ନବୀନଙ୍କ ପ୍ରତିକ୍ରିୟାକୁ ନେଇ ପ୍ରତିତ୍ତୋର ଦେଲେ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଯାହା ଲେଖିକି ଦିଆଯାଉଛି, ସେଗୁଡିକ ସେ ଉପସ୍ଥାପିତ କରୁଛନ୍ତି : ଧର୍ମେନ୍ଦ୍ର
ମୁଖ୍ୟମନ୍ତ୍ରୀଙ୍କୁ ଯାହା ଲେଖିକି ଦିଆଯାଉଛି, ସେଗୁଡିକ ସେ ଉପସ୍ଥାପିତ କରୁଛନ୍ତି : ଧର୍ମେନ୍ଦ୍ର (ETV Bharat Odisha)

By ETV Bharat Odisha Team

Published : May 12, 2024, 8:51 PM IST

ମୁଖ୍ୟମନ୍ତ୍ରୀଙ୍କୁ ଯାହା ଲେଖିକି ଦିଆଯାଉଛି, ସେଗୁଡିକ ସେ ଉପସ୍ଥାପିତ କରୁଛନ୍ତି : ଧର୍ମେନ୍ଦ୍ର (ETV Bharat Odisha)

ସମ୍ବଲପୁର: ଭିଡ଼ିଓ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିବା ପରେ ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଲଟା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବୁଢାରଜା ଅଞ୍ଚଳରେ ସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଉପରେ କଡ଼ା ଜବାବ ରଖିଛନ୍ତି ଧର୍ମେନ୍ଦ୍ର ।

ତେବେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ସଭାରେ ରାଜ୍ୟର ରାଜନୈତିକ ସ୍ଥିତିକୁ ନେଇ କେତେକ ପ୍ରଶ୍ନ ପଚାରିଥିଲେ । ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ରାଜ୍ୟର 30ଟି ଜିଲ୍ଲାର ସଦର ମହକୁମା ବିଷୟରେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ? ଏନେଇ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏଭଳି ଭାବେ ଆଜି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପଚାରିଥିବା ସବୁ ପ୍ରଶ୍ନର ଉତ୍ତର ସହ ବିସ୍ତୃତ ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, "ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇ ପ୍ରଦାନମନ୍ତ୍ରୀ ମୋଦି ପଚାରିଥିବା ପ୍ରଶ୍ନ ଉତ୍ତର ରଖିଛନ୍ତି । ମୋଦି ପଚାରିଥିବା ପ୍ରଶ୍ନର ଉତ୍ତର ଦେବା କୌଣସି ଅପ୍ରାସଙ୍ଗିକ ନୁହେଁ କି କୌଣସି ଅଯୁକ୍ତିକର ତଥା ନୁହେଁ । କିନ୍ତୁ ପ୍ରଧାନମନ୍ତ୍ରୀ ଉଠାଇଥିବା ମୂଳ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ଓଡ଼ିଶାର 30ଟି ଜିଲ୍ଲାର ସଦର ମହକୁମାର ନାଁ କହିପାରିବେ କି ? କଣ୍ଟାବାଞ୍ଜିକୁ ନିର୍ବାଚନ ଲଢିବା ପାଇଁ ଯାଇଛନ୍ତି । କଣ୍ଟାବାଞ୍ଜିର 10ଟି ଗାଁର ନାଁ କହିପାରିବେ କି ? 10 ଜଣ ବିଶିଷ୍ଠ ନାଗରିକଙ୍କ ନାଁ କହିପାରିବେ କି ? ଏକଥା ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିଲା । ମୁଖ୍ୟମନ୍ତ୍ରୀ ଏହାକୁ ବ୍ୟକ୍ତିଗତ ସ୍ତରକୁ ନେଇ ଗୁଡ଼ିଏ ଅପ୍ରାସଙ୍ଗିକ ତଥା କହିଛନ୍ତି । ମୁଁ ବି ଆଗରୁ କହିଛି ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବଗେ ଗୁଡ଼ାଏ ବିଷୟରେ ଜଣାନାହିଁ । ତାଙ୍କୁ ଯାହା ଲେଖିକି ଦିଆଯାଉଛି, ସେଗୁଡିକ ସେ ଉପସ୍ଥାପିତ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କ ସମାଲୋଚନାର ନବୀନଙ୍କ ଦୃଢ଼ ଜବାବ; ‘ମୋର କଣ ମନେ ଅଛି ନାହିଁ ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି’ - Cm Naveen Patnaik Targets Pm Modi

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ତାଙ୍କ ସୁବିଧାରେ ଗୁଡିଓ କଥା ମନେ ରଖୁଛନ୍ତି । ବାକି କଥାଗୁଡିକୁ ଭୁଲିଯିବା ପାଇଁ ତାଙ୍କର ଆଉଟ ସୋର୍ସ କର୍ମଚାରୀ ତାଙ୍କୁ ସେ ଦିଗରେ ନେଇଯାଉଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଆକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଟଙ୍କାଟିଏ ବି ଦିଆଯାଇନାହିଁ । ୨୦୧୪ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଶିକ୍ଷା ବିଭାଗର ସେଣ୍ଟରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ ଲାଙ୍ଗୁଏଜ୍ (ସିଆଇଆଇଏଲ) ରାଜ୍ୟ ସରକାରଙ୍କୁ ଖଣ୍ଡେ ଜାଗା ମାଗିଥିଲେ । କିନ୍ତୁ ଛାମୁ ଯାହା ଦେଲେ ହରସେ ପାଉ ପାଉ ଗଲା ବରଷେ । ଏହା ଓଡ଼ିଶାର ଏକ ଢଗ, ଯାହା ମୁଖ୍ୟମନ୍ତ୍ରୀ ବୁଝିପାରିବେନି । ଏହାର ୫ ବର୍ଷ ପରେ ରାଜ୍ୟ ସରକାର ଖଣ୍ଡେ ଜାଗା ନୁହେଁ ବରଂ ଏକ ଘର ଦିଆଗଲା । ସେଠାରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ କ୍ଲାସିକାଲ୍ ଓଡ଼ିଆ ସେଣ୍ଟର ସ୍ଥାପନା କରାଗଲା । ଓଡ଼ିଶୀ ସଙ୍ଗୀତ ଉପରେ ମୁଖ୍ୟମନ୍ତ୍ରୀ କରିଥିବା ପ୍ରଶ୍ନ ବି ସମ୍ପୂର୍ଣ୍ଣ ଭିତ୍ତିହୀନ । ଓଡ଼ିଆ ଭାଷା, ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି କିନ୍ତୁ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଭାରତ ସରକାରଙ୍କ ପାଖରେ ସେମିତି କିଛି ପ୍ରାବଧାନ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ବିଭାଗ ଅଧୀନରେ ଥିବା ସଙ୍ଗୀତ ନାଟକ ଏକାଡେମୀ ସ୍ପଷ୍ଟ କରିଛି ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details