ଓଡିଶା

odisha

ETV Bharat / politics

ଚିଟଫଣ୍ଡ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍ - Congress Targets BJD - CONGRESS TARGETS BJD

Congress Targets BJD: ଚିଟଫଣ୍ଡ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ । ଦୁର୍ନୀତିର ପାହାଡ଼ ଉପରେ ବିଜେଡି ସରକାର ବସିଥିବା କହି ବର୍ଷିଛି କଂଗ୍ରେସ । ଅଧିକ ପଢନ୍ତୁ

Congress Targets BJD
Congress Targets BJD

By ETV Bharat Odisha Team

Published : Apr 5, 2024, 8:34 PM IST

Congress Targets BJD

ଭୁବନେଶ୍ବର:ଚିଟଫଣ୍ଡ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ମିଡ଼ିଆ ସେଲର ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି , "ଚିଟଫଣ୍ଡ ଦୁର୍ନୀତି ହେଉଛି ୫୦ ହଜାର କୋଟି ଟଙ୍କାର ଦୁର୍ନୀତି। ଏହା ରାଜ୍ୟର ଏକ ମହାଦୁର୍ନୀତି। ଚିଟଫଣ୍ଡ ଦୁର୍ନୀତିରେ ୨୦ ଲକ୍ଷ ପରିବାର ପ୍ରଭାବିତ ହୋଇଥିଲା। ୧୨ ବର୍ଷ ହେବ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ଜମାକାରୀ। କିନ୍ତୁ ସରକାର ସେମାନଙ୍କ କଥା ଶୁଣୁନାହାନ୍ତି। ଦୁର୍ନୀତିର ପାହାଡ଼ ଉପରେ ବସିଛି ବିଜେଡି ସରକାର। ଏହି ଚିଟଫଣ୍ଡ ଦୁର୍ନୀତିର ବ୍ରାଣ୍ଡ ଆମ୍ବାସଡର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାରଣ ସୁପ୍ରିମକୋର୍ଟ ୨୦୧୪ ମସିହାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସିବିଆଇ ମୁଖ୍ୟମନ୍ତ୍ରୀଙ୍କ ଘର ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ କେବଳ ସରୋଜ ପାଖରେ ହିଁ ଅଟକି ଯାଇଥିଲା ସିବିଆଇ। ଏବେ ପ୍ରଶ୍ନ ଉଠୁଛି ସିବିଆଇ ତଦନ୍ତ କାହିଁକି ଶିଥିଳ ପଡିଗଲା ?"

ସେପଟେ ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେଡି ଚିଟଫଣ୍ଡ ଅର୍ଥ ଫେରାଇବ ବୋଲି କହିଥିଲେ ବି ତାଙ୍କର ପ୍ରତିଶ୍ରୁତି ପାଣିର ଗାର ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ। ସେପଟେ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା ପ୍ରସଙ୍ଗରେ ପିସିସି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି, "ଏନେଇ ଏକ ବୈଠକ ଏବଂ ଆଲୋଚନା ହୋଇଛି। ସିଇସି ବୈଠକ ପରେ ଏପ୍ରିଲ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆମେ ଦ୍ୱିତୀୟ ପର୍ଯ୍ୟାୟ ଟିକେଟ ତାଲିକା ପ୍ରକାଶ କରିବୁ। ଆମର ଅଧିକାଂଶ ପ୍ରାର୍ଥୀ ଚୟନ ହୋଇସାରିଛନ୍ତି। ଖୁବଶୀଘ୍ର ପାର୍ଥୀ ତାଲିକା ଘୋଷଣା ହେବ ।"

ଏହା ମଧ୍ୟ ପଢନ୍ତୁ...କଂଗ୍ରେସକୁ ପୁଣି ଝଟ୍‌କା; ହାତ ଛାଡ଼ିଲେ ପିସିସି ଉପସଭାପତି ବିଶ୍ବଭୂଷଣ ଦାସ - Biswabhusan Das Quits Congress

ସନ୍ତୋଷ ସିଂ ସାଲୁଜା କଂଗ୍ରେସ ଦଳ ଛାଡ଼ିବା ଚର୍ଚ୍ଚା ସମ୍ପର୍କରେ ମତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି,"ଏହି ଚର୍ଚ୍ଚାରେ କୌଣସି ସତ୍ୟତା ନାହିଁ। ନିର୍ବାଚନ ସମୟରେ ଏଭଳି ଅନେକ ରିଉମର ହୋଇଥାଏ। ଏହାକୁ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁମାନେ କଂଗ୍ରେସ ସହ ଜଡ଼ିତ ଅଛନ୍ତି ସେମାନେ ଦୀର୍ଘ ଦିନ ହେବ ଦଳ ସହ ଅଛନ୍ତି। ସେଭଳି କର୍ମୀଙ୍କ ପାଇଁ ଦଳ ଗର୍ବ କରେ। ବିଜେଡି ଏବଂ ବିଜେପି ଦଳରେ ନେତା କିମ୍ବା ପ୍ରାର୍ଥୀ ନାହାନ୍ତି ସେଥିପାଇଁ ସେମାନେ କଂଗ୍ରେସ ଦଳରୁ ନେତା ନେଇ ପ୍ରାର୍ଥୀ କରୁଛନ୍ତି। କଂଗ୍ରେସ ଦଳ ହିଁ ନେତା ତିଆରି କରେ। କଂଗ୍ରେସ ଦଳରୁ ନେତା ଅନ୍ୟ ଦଳକୁ ଯାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details