ଓଡିଶା

odisha

ETV Bharat / politics

ସଭାପତି ରେସ ଚର୍ଚ୍ଚାରେ ମୁହଁ ଖୋଲିଲେ ମୋକିମ: 'ଖୁବଶୀଘ୍ର ଗଠନ ହେବ PCC, କଂଗ୍ରେସରେ ମିଶିବେ ବିଜେଡି-ବିଜେପି ନେତା'

ଦଳ ସଜାଡିବାକୁ କଂଗ୍ରେସର ରଣନୀତି। ଖୁବଶୀଘ୍ର ନୂଆ PCC ଗଠନ ହୋଇପାରେ ବୋଲି କହିଛନ୍ତି ମୋକିମ। ଏହାସହ ବିଜେଡି ଓ ବିଜେପିର ବହୁ ନେତା କଂଗ୍ରେସରେ ମିଶିବେ ବୋଲି ମଧ୍ୟ ସେ କହିଛନ୍ତି।

By ETV Bharat Odisha Team

Published : 5 hours ago

Mohammed Moquim Reaction
Mohammed Moquim Reaction (ETV Bharat Odisha)

କଟକ:ନୂଆ ପିସିସି ସଭାପତି ଚୟନ ନେଇ ପୂର୍ବତନ ବିଧାୟକ ମୋକିମଙ୍କ ନାଁ ଚର୍ଚ୍ଚା। ପ୍ରତିକ୍ରିୟା ରଖିଲେ ମୋକିମ। ଏହାସହ ଆଉ ଏକ ବଡ଼ ବୟାନ ଦେଇଛନ୍ତି ମୋକିମ। ବିଜେଡି ଓ ଶାସକ ବିଜେପି ଦଳରୁ ବହୁ ନେତା କଂଗ୍ରେସରେ ୟୋଗ ଦେଇପାରନ୍ତି ବୋଲି ସେ କହିଛନ୍ତି।

ପିସିସି ଗଠନ ନେଇ ମୋକିମଙ୍କ ପ୍ରତିକ୍ରିୟା:

ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, "ଖୁବଶୀଘ୍ର ଦିଲ୍ଲୀରୁ ଦୁଇ ଜଣ କଂଗ୍ରେସର ପ୍ରତିନିଧି ଓଡି଼ଶା ଆସିବେ। ଏଠାରେ ତୃଣମୂଳ କର୍ମୀଙ୍କ ସହ ଆଲୋଚନା କରିବେ। ଆଲୋଚନା ନିର୍ଯାସକୁ ନେଇ ସେମାନେ ଦିଲ୍ଲୀ ଫେରିବେ। ଏହାପରେ ପିସିସି ସଭାପତିଙ୍କ ନାଁ ଘୋଷଣା ହେବ।କୌଣସି ଲବି ହେବ ନାହିଁ ବରଂ ତୃଣମୂଳ ସ୍ତରରେ ଲୋକଙ୍କ ସହ ଜଡ଼ିତ ଥିବା କର୍ମୀଙ୍କୁ ପିସିସି ଦାୟିତ୍ବ ଦିଆଯିବ। ଏନେଇ ହାଇକମାଣ୍ଡ କରିବେ ଘୋଷଣା। ଦୀପାବଳି ପୂର୍ବରୁ ଘୋଷଣା ହୋଇପାରେ ନୂଆ ପିସିସି ସଭାପତି ଙ୍କ ନାଁ। ରାଜ୍ୟରେ କଂଗ୍ରେସର ମଜବୁତ ରହିଛି। କଂଗ୍ରେସ ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ରହିଛି।"

Mohammed Moquim Reaction (ETV Bharat Odisha)

ବିଜେଡି ବିଜେପି ଛାଡି କଂଗ୍ରେସରେ ମିଶିବେ ନେତା:

"କଂଗ୍ରେସ ଛାଡି ଥିବା ବହୁ କଂଗ୍ରେସ ନେତା ଦଳକୁ ଫେରିବେ। ସେମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। କିଛି ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ବିଧାୟକ ପ୍ରାର୍ଥି ,ବିଭିନ୍ନ ଦଳର ତୁଙ୍ଗ ନେତାମାନେ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି। ଯେଉଁ ନେତାମାନେ ଅନ୍ୟ ଦଳରେ କଣଠେସା ହୋଇଛନ୍ତି ସେମାନେ ବି କଂଗ୍ରେସରେ ମିଶିବେ। ବିଜେଡିରୁ ଆରମ୍ଭ କରି ଶାସକ ବିଜେପିର ବହୁ ନେତା ମଧ୍ଯ ଆଲୋଚନା କରିଛନ୍ତି" ବୋଲି ମୋକିମ ପ୍ରତିକ୍ରିୟା ରଖିଛନ୍ତି।

Mohammed Moquim Reaction (ETV Bharat Odisha)

ଏହା ବି ପଢନ୍ତୁ- ଓଡିଶା କଂଗ୍ରେସ ଉପରେ ରାହୁଲ କ୍ଷୁବ୍ଧ ! ଦେଢମାସ ବିତିଲାଣି, ହୋଇପାରୁନି PCC ର ପୁନର୍ଗଠନ - AICC dissolves OPCC

ଏହା ବି ପଢନ୍ତୁ-କର୍ମୀଙ୍କ ନିଶା ଆଉ AICCର ଦିଶା କଂଗ୍ରେସକୁ ଆଗାମୀ ଦିନରେ ଓଡ଼ିଶାରେ ଆସ୍ଥାଭାଜନ କରିବ: ଜୟଦେବ ଜେନା - JAYADEV JENA EXCLUSIVE INTERVIEW

Mohammed Moquim (ETV Bharat Odisha)

ଜୁଲାଇରୁ ଭାଙ୍ଗିଲାଣି ପିସିସି:

ଚଳିତବର୍ଷ ଜୁଲାଇ 21ରୁ ‘ପିସିସି’ର ସମସ୍ତ କମିଟି ଭଙ୍ଗ କରିଛି ‘ଏଆଇସିସି’ । ଅଗଷ୍ଟରେ ଏକ 14 ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଛି । କାଶ୍ମୀର କଂଗ୍ରେସର ଯୁବ ନେତା ସହନବାଜ ଚୌଧୁରୀଙ୍କ ସହ 2 ଜଣିଆ ସମ୍ପାଦକ ଓଡିଶା ପାଇଁ ନିଯୁକ୍ତ ହୋଇଛନ୍ତି । ହେଲେ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇପାରିନାହିଁ।

ଏହା ବି ପଢନ୍ତୁ...ପିସିସି ସଭାପତି ରେସ୍ ! ଆରମ୍ଭ ହେଲା ଫାଇନାଲ ଏକ୍ସରସାଇଜ, 150 ନେତାଙ୍କ ଲିଷ୍ଟ ତୟାର - Santosh Singh Saluja exclusive

ଏହା ବି ପଢନ୍ତୁ-କାହାକୁ ଭରସା କରିପାରୁନାହାଁନ୍ତି କଂଗ୍ରେସ ହାଇ କମାଣ୍ଡ ! PCC ନୁହେଁ ପ୍ରଥମେ ଗଠନ ହେଲା ଷ୍ଟିୟରିଙ୍ଗ କମିଟି, ଜାଣନ୍ତୁ କେବେ ପ୍ରଥମ ବୈଠକ - Congress Steering Committee

ଇଟିଭି ଭାରତ, କଟକ

ABOUT THE AUTHOR

...view details