ଓଡିଶା

odisha

ଓଡିଶାକୁ ଦରିଦ୍ର କରିଛନ୍ତି ବିଜେଡି-ବିଜେପି: କଂଗ୍ରେସ

By ETV Bharat Odisha Team

Published : Jan 25, 2024, 9:57 PM IST

Congress Slams BJD and BJP: ଉଭୟ ଦଳ 'ଲିଭ୍-ଇନ' ସମ୍ପର୍କରେ ଥିବା କହି ଅଭିନବ ଉପାୟରେ ବିବାହର ଆୟୋଜନ କରିଛି କଂଗ୍ରେସ । ପ୍ରତିଶୃତି ଦେଇ ବିଜେଡି ଓ ବିଜେପି ଓଡିଶାବାସୀଙ୍କୁ ପ୍ରତାରଣା କରିଥିବା ନେଇ ପ୍ରେସମିଟରେ କହିଛି ଦଳ । ଅଧିକ ପଢନ୍ତୁ

Congress Slams BJD and BJP
Congress Slams BJD and BJP

Congress Slams BJD and BJP

ଭୁବନେଶ୍ବର: ବିଜେଡି-ବିଜେପିର ବିବାହ କରାଇଛି କଂଗ୍ରେସ । ଉଭୟ ଦଳ 'ଲିଭ୍-ଇନ' ସମ୍ପର୍କରେ ଥିବା କହି ଅଭିନବ ଉପାୟରେ ବିବାହର ଆୟୋଜନ କରିଛି କଂଗ୍ରେସ। ବିବାହ ଉପଲକ୍ଷେ ରିଲିଜ ହୋଇଛି ସ୍ୱତନ୍ତ୍ର ଗୀତ। କ'ଣ କ'ଣ ପ୍ରତିଶୃତି ଦେଇ ବିଜେଡି ବିଜେପି ଓଡିଶାବାସୀଙ୍କୁ ପ୍ରତାରଣା କରିଛନ୍ତି ସେ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ପ୍ରଭାରୀ ଏବଂ ପିସିସି ସଭାପତି। ଆଟ୍ଟାକିଙ୍ଗ ମୁଡ଼ରେ ରାଜ୍ୟ କଂଗ୍ରେସ।ବିଜେଡି ଏବଂ ବିଜେପିକୁ କାଉଣ୍ଟର କରିବାରୁ ପ୍ଲାନ ପ୍ରସ୍ତୁତ କରିଛି ଦଳ । ଆଉ ଆରମ୍ଭ କରିଛି ଶାଣିତ ଆକ୍ରମଣ।ରାଜ୍ୟରେ 23 ବର୍ଷର ବିଜେଡି ସରକାରର ବିଫଳତାକୁ ନେଇ ରାଜ୍ୟବାସୀଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହୋଇଛି କଂଗ୍ରେସ।

ଦୌପଦି ମୁର୍ମୁଙ୍କୁ ପ୍ରାଥି କରିବାରେ ବିଜେପି କୁ ବିଜେଡିର ସମର୍ଥନ, ବିମୁଦ୍ରିକରଣରେ ବିଜେଡିର ବିଜେପିକୁ ସମର୍ଥନ, ବିଜେଡି ବିଜେପି ମିଶି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠେଇବା, ଇଡି ସିବିଆଇ ଶାସକ ଦଳ ନେତାଙ୍କୁ ସ୍କାନରକୁ ନ ଆଣିବା, CAA ସପକ୍ଷରେ ବିଜେପିକୁ ବିଜେଡିର ସମର୍ଥନ, RTIକୁ ଦୁର୍ବଳ କରିବାରେ ବିଜେପିକୁ ବିଜେଡିର ସମର୍ଥନ, ମମିତା ମେହେର, ମାହାଙ୍ଗା ଡବଲ ମର୍ଡର , ନବ ଦାସ ହତ୍ୟାକାଣ୍ଡ ଆଦି ଘଟଣାରେ ବିଜେପି ବିଜେଡି ପରସ୍ପରକୁ ସମର୍ଥନ କରୁଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ...କଂଗ୍ରେସ କରାଇଲା ବିଜେପି-ବିଜେଡି ବାହାଘର, ବରଯାତ୍ରୀ ହୋଇ ନାଚିଲେ ପ୍ରଭାରୀଙ୍କ ସହ ନେତା ଓ କର୍ମୀ


ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ବିଜେଡି ଏବଂ ବିଜେପିର ସମ୍ପର୍କ ନୂଆ ନୁହେଁ । ସେମାନେ ରାଜ୍ୟରେ 9 ବର୍ଷ ଶାସନ କରିଥିଲେ। ବେଦାନ୍ତ କମ୍ପାନୀ ନେଇ ବ୍ୟାପକ ଅନିୟମିତତା ଉଭୟଙ୍କ ସମୟରେ ହୋଇଛି। ନବ ଦାସ ଭଳି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ବିଜେପି ଚୁପ। 2 ଲକ୍ଷ କୋଟିରୁ ଉର୍ଦ୍ଧ୍ବ ଖଣି ଦୁର୍ନୀତି ହୋଇଛି । ଚାଷୀ ବିଲକୁ ବିଜେଡି ସମର୍ଥନ କରୁଛି । ଲୋକସଭାରେ ସବୁ ବିଲରେ ବିଜେଡି ସମର୍ଥନ କରୁଛି। ଆଗାମୀ ଦିନରେ ଦୁଇ ଦଳ ମିଶିକି ନିର୍ବାଚନ ଲଢ଼ିବେ। ବିଜେଡିର 24 ବର୍ଷର ଶାସନ ରେ ବ୍ୟାପକ ଦୁର୍ନୀତି ,ଏହା ହେଉଛି ପାଣ୍ଡିଆନ ରାଜ,ତାମିଲ ରାଜ,କଂଗ୍ରେସ ଏହାକୁ ଓଡ଼ିଶାରେ କରିବାକୁ ଦେବନାହିଁ। 24 ବର୍ଷ ଭିତରେ ଓଡି଼ଶାକୁ ଦରିଦ୍ର ରାଜ୍ୟ ଭାବରେ ପରିଣତ କରିଛନ୍ତି ଉଭୟ ବିଜେଡି ଏବଂ ବିଜେପି। କଂଗ୍ରେସ ହେଉଛି ଓଡ଼ିଶାରେ ବିକଳ୍ପ। କଂଗ୍ରେସ ପ୍ରତି ଯେଉଁ ଜନସମର୍ଥନ ମିଳୁଛି ଆଗକୁ କଂଗ୍ରେସ ଦ୍ୱାରା ଓଡିଶାରେ ପରିବର୍ତ୍ତନ ହେବ। ବଙ୍ଗଳାରେ ଯେମିତି 24 ବର୍ଷର ସରକାରର ପତନ ହେଲା ତାର ପୁନରାବୃତ୍ତି ଓଡ଼ିଶାରେ ହେବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details