ଓଡିଶା

odisha

ETV Bharat / politics

ଜଲ୍ଲାରପୁରରେ ବିଜେପିର ହାଇଭୋଲ୍ଟେଜ ପ୍ରଚାର, ଛବି ମଲ୍ଲିକଙ୍କ ପାଇଁ ମାଗିଲେ ଭୋଟ - Rajendra Prasad Panda Campaign - RAJENDRA PRASAD PANDA CAMPAIGN

Rajendra Prasad Panda Campaign in Niali: ଆଜି ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି ବିଧାନସଭା କ୍ଷେତ୍ରରେ ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରଚାର ସାଙ୍ଗକୁ ବାଇକ ରାଲି କରିଛନ୍ତି । ଅଧିକ ପଢ଼ନ୍ତୁ,

Rajendra Prasad Panda Campaign
Rajendra Prasad Panda Campaign (ETV Bharat Odisha)

By ETV Bharat Odisha Team

Published : May 28, 2024, 6:35 PM IST

ନିଆଳି:କଟକ ଜିଲ୍ଲାଜଲ୍ଲାରପୁରରେ ବିଜେପିର ଶକ୍ତି ପ୍ରଦର୍ଶନ ଓ ବାଇକ ରାଲି ।‌ ରାଜ୍ୟରେ ଆସନ୍ତା 1ଜୁନରେ ହେବାକୁ ଯାଉଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ସେହି କ୍ରମରେ ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳିରେ ଚାଲିଛି ପ୍ରାର୍ଥୀଙ୍କ ହାଇଭୋଲଟେଜ ପ୍ରଚାର । ଆଜି ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ନିଆଳି ବିଜେପି ପ୍ରାର୍ଥୀ ଛବି ମଲ୍ଲିକଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ବିଜେପି ନିଆଳି ଗଡ ହାତେଇବା ପାଇଁ ରୋଡ ସୋ ଏବଂ ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କ ମନ ଜିତିବା ଆରମ୍ଭ କରିଛି । ଦୁର୍ନୀତି ଓ ଭ୍ରଷ୍ଟାଚାର କବଳରୁ ରକ୍ଷା କରିବାକୁ ମୁଦ୍ଦା କରି ଭୋଟରଙ୍କ ନିକଟତର ହେବା ପାଇଁ ବିଜେପି ଆରମ୍ଭ କରିଦେଇଛି ଉଦ୍ୟମ ।

Rajendra Prasad Panda Campaign (ETV Bharat Odisha)

୨୦୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତ କରିଛି ରଣନୀତି । ତିନି ଥର ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକଙ୍କୁ ପରାଜୟ କରିବା ଲକ୍ଷ୍ୟ ରଖିଛି ନିଆଳି ବିଜେପି । ଏହିକ୍ରମରେ କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତରେ 1ହଜାରରୁ ଅଧିକ କର୍ମୀ ଏବଂ ସମର୍ଥକଙ୍କୁ ନେଇ ବାଇକ ରାଲି କରି ବିଜେପି ପ୍ରାର୍ଥୀ ଛବି ମଲ୍ଲିକ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଛବି ମଲ୍ଲିକଙ୍କ ପାଇଁ ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ନିର୍ବାଚନ ପ୍ରଚାର ମଙ୍ଗ ଧରିବା ସହିତ ଭୋଟ ଭିକ୍ଷା କରିଛନ୍ତି । ତେବେ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ନିଜ ପଞ୍ଚାୟତ ହେଉଛି ଜଲ୍ଲାରପୁର ଏବଂ ତାଙ୍କ ଭାଇବୋହୂ ମଞ୍ଜୁଲତା ପଣ୍ତା ପଞ୍ଚାୟତର ସରପଞ୍ଚ ଅଛନ୍ତି । ଏଥିପାଇଁ ରାଜେନ୍ଦ୍ର ପ୍ରସାଦ ପଣ୍ଡା ବିଜେପି ଭୋଟ ବ୍ୟାଙ୍କ ବୃଦ୍ଧି ପାଇଁ ନିଷ୍ପତି ନେଇଥିବା ଜଣାପଡ଼ିଛି । ଆଜି ଜଲ୍ଲାରପୁର ପଞ୍ଚାୟତର ହାଇସ୍କୁଲ ପଡିଆରୁ ଏକ ବିରାଟ ବାଇକ ରାଲି ବାହାରି ପଞ୍ଚାୟତର ବିଭିନ୍ନ ଗାଁ ପରିଦର୍ଶନ କରିଛି ବିଜେପି ।‌ ଏଥି ସହିତ ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି ରାଜେନ୍ଦ୍ର ।‌

ଏହା ମଧ୍ୟ ପଢ଼ନ୍ତୁ.. ପାଣ୍ଡିଆନଙ୍କ ଉପରେ ବର୍ଷିଲେ ବୈଜୟନ୍ତ, ମୋଦି ଗ୍ୟାରେଣ୍ଟି କଥା କହିଲେ - BJP Targets BJD

ବିଜେପି ପ୍ରାର୍ଥୀ ଛବି ମଲ୍ଲିକ କହିଛନ୍ତି, "ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ନିଆଳିରେ ବଢ଼ିଛି ଲୋକେ ଅତିଷ୍ଠ ହୋଇଛନ୍ତି ଏବଂ ଗୁରୁଜନ ଏବଂ ଯୁବକ ଓ ମାଆ ଉଭଣୀମାନଙ୍କୁ ଅସମ୍ମାନ କରାଯାଉଛି । ଏଥିପାଇଁ ନିଆଳିରେ ସାଧାରଣ ଲୋକେ ନିଷ୍ପତ୍ତି ନେଇଛନ୍ତି ପରିବର୍ତ୍ତନ ହେଉ ଭାରତୀୟ ଜନତା ପାର୍ଟି ଏଠାରୁ ବିଜୟୀ ହେଉ ।" ଲୋକେ ଶାନ୍ତିରେ ରୁହନ୍ତୁ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ଛବି ମଲ୍ଲିକ । ସେହିପରି ଆଜି ଅପରାହ୍ନ ସମୟରେ ବାରଙ୍ଗ ବ୍ଲକର ୮ଟି ପଞ୍ଚାୟତରେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରୋଡ ସୋ କରିବେ ବୋଲି କହିଛନ୍ତି ଛବି ମଲ୍ଲିକ ।‌ ସେହିପରି ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି, "ଜଲ୍ଲାରପୁର ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଛବି ମଲ୍ଲିକଙ୍କୁ ସାଥିରେ ଧରି ଘର ଘର ବୁଲି ଭୋଟ ଭିକ୍ଷା କରିବୁ ଏବଂ ନିଆଳି ବିକାଶ ପାଇଁ ବିଜେପି ଏକ ମାତ୍ର ଦଳ ।"

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details