ଓଡିଶା

odisha

ବଡ଼ଦାଣ୍ଡରେ ଜନସମୁଦ୍ର, ନାମାଙ୍କନ ଭରିଲେ ବ୍ରହ୍ମଗିରି ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର - Upasana Mahapatra files Nomination

By ETV Bharat Odisha Team

Published : May 4, 2024, 7:47 PM IST

Upasana Mahapatra files Nomination: ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ସମର୍ଥକଙ୍କ ସହିତ ଆସି ନାମାଙ୍କନ ଭରିଲେ ଉପାସନା ମହାପାତ୍ର । ଅଧିକ ପଢ଼ନ୍ତୁ

Upasana Mahapatra files Nomination
Upasana Mahapatra files Nomination (Etv Bharat Odisha)

Upasana Mahapatra files Nomination (Etv Bharat Odisha)

ପୁରୀ: ଆସନ୍ତା ମେ ମାସ 25 ତାରିଖରେ ପୁରୀରେ ହେବାକୁ ଯାଉଛି ମତଦାନ । ଯାହାପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଆଜି ବ୍ରହ୍ମଗିରିରୁ ବିଜେପି ବିଧାୟିକା ପ୍ରାର୍ଥୀ ହୋଇଥିବା ଉପାସନା ମହାପାତ୍ର ପୁରୀରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ତାଙ୍କ ଜନ୍ମସ୍ଥାନ ବ୍ରହ୍ମଗିରିର ଗଡ଼ ରୋଡଙ୍ଗରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ପୁରୀରେ ପହଞ୍ଚିଥିଲେ । ପରେ ସେଠାରୁ ବ୍ରହ୍ମଗିରିର ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ନାମାଙ୍କନ ପତ୍ର ଦାଖଲ କରିବା ପରେ ପ୍ରତିକ୍ରିୟା ଦେଇ ଉପାସନା କହିଛନ୍ତି ଯେ, ତାଙ୍କ ସ୍ବର୍ଗତ ପିତା ଲୁଲୁ ମହାପାତ୍ରଙ୍କ ନାମାଙ୍କନ ଭରିବା ପାଇଁ ଯେଉଁଭଳି ପୁରୀ ଲୋକ ଭିଡ଼ ହେଉଥିଲେ ସେହିଭଳି ତାଙ୍କ ନାମାଙ୍କନରେ ମଧ୍ୟ ଜନ ସମୁଦ୍ର ଛୁଟିଛି । ତାଙ୍କ ସହିତ ସ୍ବର୍ଗତ ପିତା ଲୁଲୁ ମହାପାତ୍ର, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଆଶୀର୍ବାଦ ଏବଂ ମୋଦିଜୀଙ୍କ ଲୋକପ୍ରିୟତା ରହିଛି । ତାଙ୍କର ଜିତିବା ହାରିବା ସେ ଲୋକଙ୍କ ଉପରେ ଛାଡ଼ି ଦେଇଛନ୍ତି । ମୁଦ୍ଦା ପ୍ରସଙ୍ଗରେ ସେ କହିଛନ୍ତି ଯେ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ, ରାସ୍ତାଘାଟ ସମସ୍ୟା ସହ ଅନେକ ବିକାଶ କାର୍ଯ୍ୟ ଅଟକି ରହିଛି । ସେ ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିବେ । ତେବେ ବାତ୍ୟା ପ୍ରବଣ ବ୍ରହ୍ମଗିରିରେ ଭୂତଳ ବିଦ୍ୟୁତ ବ୍ୟବସ୍ଥା କିଭଳି ହେବ ତାପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ମଧ୍ୟ ସେ କାମ ଏପର୍ଯ୍ୟନ୍ତ ଆରମ୍ଭ ହେଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.. ରାଜ୍ୟ ସରକାରଙ୍କ ଅପାରଗତା ଲୋକଙ୍କୁ କଷ୍ଟ ଦେଇଛି: ଧର୍ମେନ୍ଦ୍ର - Dharmendra Pradhan Visits Kharial

ସେହିପରି ଦୀର୍ଘ ଦିନର ଦାବି ସାତପଡ଼ାରୁ ଜହ୍ନି କୁଦାକୁ ବ୍ରିଜ ନିର୍ମାଣ ନେଇ ତାଙ୍କ ପ୍ରୟାସରେ ପ୍ରକଳ୍ପ ମଞ୍ଜୁର ହୋଇଥିବା ସେ କହିଛନ୍ତି । ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମୋଦିଜୀ ଯେଉଁ ପ୍ରକଳ୍ପକୁ ଅନୁମୋଦନ ଦିଅନ୍ତି ତାହା ଗ୍ୟାରେଣ୍ଟି ଭାବେ ପୂରଣ କରନ୍ତି । ଏଣୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ନାମାଙ୍କନ ପର୍ବରେ ସାମିଲ ହୋଇଥିବା ବିଜେପି ନେତା ପ୍ରଶାନ୍ତ ଜଗଦେବ କହିଛନ୍ତି, ‘‘ଆସନ୍ତା ନିର୍ବାଚନରେ ମୋଦିଜୀଙ୍କ ବିଜୟ ହୋଇ ସାରିଛି । କେବଳ ଔପଚାରିକତାରେ ନିର୍ବାଚନ ଅନୁଷ୍ଠିତ ହେବ । କେନ୍ଦ୍ରରେ ବିଜେପି ସରକାର ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ବିଜେପିର ଡବଲ ଇଞ୍ଜିନ ସରକାର ହେବ ।’’ ତେବେ ଓଡ଼ିଆ ଅସ୍ମିତା ସଙ୍କଟରେ ଥିବା ପ୍ରଧାନମନ୍ତ୍ରୀ କହିଥିବା ଉକ୍ତିକୁ ସେ ସମର୍ଥନ ଦେଇ କହିଛନ୍ତି ଏହି ସରକାର ଦୀର୍ଘ 25 ବର୍ଷ ଥିବା ବେଳେ ଓଡ଼ିଶା ଲୋକ ଗରିବ ହୋଇ ରହିଛନ୍ତି । ତେବେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଆସିଲେ ମୋଦିଜୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିକାଶ ହେବା ସହ ଭାରତରେ ଓଡ଼ିଶାର ଗୌରବ ଆହୁରି ବଢିବ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details