ଓଡିଶା

odisha

By ETV Bharat Odisha Team

Published : Apr 1, 2024, 8:44 PM IST

ETV Bharat / politics

'ମୁଁ ବୋଧେ ପ୍ରଥମ ହାରିଥିବା ପ୍ରାର୍ଥୀ ଯିଏ ତାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ରଖୁଛି' - Sambit Patra Report Card

Sambit Patra Report Card: ପୁରୀରେ ସମ୍ବିତ-ଅରୁପ ଲଢେଇ । ନିର୍ବାଚନ ପୂର୍ବରୁ ରିପୋର୍ଟ କାର୍ଡ ରଖିଲେ ସମ୍ବିତ ପାତ୍ର । କହିଲେ ମୁଁ ବୋଧେ ପ୍ରଥମ ହାରିଥିବା ପ୍ରାର୍ଥୀ ଯିଏ ତାର ରିପୋର୍ଟ କାର୍ଡ ଲୋକଙ୍କୁ ଦେଇଛି । ଅଧିକ ପଢନ୍ତୁ

Sambit Patra Report Card
Sambit Patra Report Card

ମୁଁ ବୋଧେ ପ୍ରଥମ ହାରିଥିବା ପ୍ରାର୍ଥୀ ଯିଏ ତାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ରଖୁଛି

ଭୁବନେଶ୍ବର:ପୁରୀ ହେଉଛି ମୋ ପରିବାର । ଗତ ନିର୍ବାଚନରେ ପରିବାର ବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲି ତାହାକୁ ନେଇ ମୁଁ ଏହି ରିପୋର୍ଟ କାର୍ଡ ଜାରି କରୁଛି । ମୁଁ ବୋଧେ ପ୍ରଥମ ହାରିଥିବା ପ୍ରାର୍ଥୀ ଯିଏ ତାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ଜାରି କରୁଛି । ଆଜି (ସୋମବାର) ୫ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରି ଏପରି କହିଛନ୍ତି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ଗୋଟିଏ ପଟେ ପୁରୀରୁ ସମ୍ବିତଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ଅରୁପ ପଟ୍ଟନାୟକଙ୍କୁ ଦଳ ଟିକେଟ ଦେଇଛି ।

ସମ୍ବିତ ରିପୋର୍ଟ କାର୍ଡ ପୁରୀବାସୀଙ୍କ ସମ୍ମୁଖରେ ରଖି କହିଛନ୍ତି, " ପୁରୀ ହେଉଛି ମୋ ପରିବାର । ଗତ ନିର୍ବାଚନରେ ପରିବାର ବାସୀଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲି ତାହାକୁ ନେଇ ମୁଁ ଏହି ରିପୋର୍ଟ କାର୍ଡ ଜାରି କରୁଛି । ମୁଁ ବୋଧେ ପ୍ରଥମ ହାରିଥିବା ପ୍ରାର୍ଥୀ ଯିଏ ତାର ରିପୋର୍ଟ କାର୍ଡ ଲୋକଙ୍କ ଆଗରେ ଜାରି କରୁଛି । କାର୍ଯ୍ୟକାଳ ପୁରା ହେବା ପରେ ରିପୋର୍ଟ ଦେବା ମୋଦିଙ୍କ ବିଚାର । ଏଣୁ ମୁଁ ଏହି ରିପୋର୍ଟ ଦେଉଛି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ବିଜେପି ନେତା ଅମିୟ ଦାସ, ଶଙ୍କର୍ଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଛନ୍ତି । ଜନତା ହେଉଛନ୍ତି ଜନାର୍ଦ୍ଦନ । ମୋ ପାଇଁ ଜଗନ୍ନାଥ । ସମସ୍ତଙ୍କ ଘରେ ଘରେ ଏହି ରିପୋର୍ଟ ପହଞ୍ଚାଇବି । ଲୋକେ ଏହାକୁ ନିଶ୍ଚିନ୍ତ ଗ୍ରହଣ କରିବେ ବୋଲି ମୋର ଆଶା ।"

ଏହା ବି ପଢନ୍ତୁ- ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ-ସମ୍ବିତ ପାତ୍ର

ସେହିପରି ରିପୋର୍ଟ କାର୍ଡ଼ରେ କଣ କଣ ଉଲ୍ଲେଖ କରିଛନ୍ତି ତା' ଉପରେ ଲୋକମାନେ ତର୍ଜମା କରିବା ଆବଶ୍ୟକ । ସେ କହିଛନ୍ତି ମୁଁ ଗତ ପାଞ୍ଚ ବର୍ଷରେ କଣ କଣ ପୁରୀବାସୀଙ୍କ ପାଇଁ କରିଛି ତାହା ଏହି ପୁସ୍ତକରେ ରହିଛି । ସମ୍ବିତ ପାତ୍ରଙ୍କ ରିପୋର୍ଟ କାର୍ଡ ମଧ୍ୟରେ ରହିଛି ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ସଂରକ୍ଷଣ ପାଇଁ ସମର୍ପିତ କାର୍ଯ୍ୟକ୍ରମ, କରୋନା ମହାମାରୀ ସମୟରେ ରଥଯାତ୍ରା କରିବା ପାଇଁ ଉଦ୍ୟମ, ଉତ୍ତରାଖଣ୍ଡରେ ଜଗନ୍ନାଥଙ୍କ ମନ୍ଦିରର ପ୍ରଚାର ପ୍ରସାର କରିବା, ସିଦ୍ଧ ମହାବୀର ଫ୍ଲାଇଓଭର ନିର୍ମାଣ, ପୁରୀରେ ଏକ ବିଶ୍ବସ୍ତରୀୟ ରେଳ ଷ୍ଟେସନ ନିର୍ମାଣ ଭଳି ଅନେକ ପ୍ରସଙ୍ଗକୁ ସେ ଉଲ୍ଲେଖ କରିଛନ୍ତି ।

ସୂଚନା ଥାଉ କି ଗତ 2019 ନିର୍ବାଚନରେ ସମ୍ବିତ ପାତ୍ରଙ୍କୁ ବିଜେପି ଟିକେଟ ଦେଇଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ପିନାକି ମିଶ୍ରଙ୍କଠାରୁ ସେ ପରାଜୟ ବରଣ କରିଥିଲେ । ଏଥର ପୁଣି ଥରେ ସମ୍ବିତଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳ ଟିକେଟ ଦେଇଛି । ଗତ 5 ବର୍ଷ ମଧ୍ୟରେ ପୁରୀବାସୀଙ୍କ ଲାଗି ସମ୍ବିତ କାମ କରିଥିବା ଦାବି କରି ଭୋଟ ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details