ଓଡିଶା

odisha

ETV Bharat / politics

ବିଜେପି ସାଙ୍ଗଠନିକ ନିର୍ବାଚନ, ମନମୋହନ ଦେଲେ ବଡ଼ ସୂଚନା - BJP STATE PRESIDENT ELECTION

ଦିଲ୍ଲୀରୁ ଫେରି ମନମୋହନ ଦେଲେ ବଡ ସୂଚନା । କହିଲେ ଦୁଇ ଥର ସଭାପତି ଦାୟିତ୍ଵରେ ରହିବା ପରେ ବ୍ରେକ ନେଇ ପୁଣି ଥରେ ଆଉ ଗୋଟେ ଟର୍ମ ହେଇ ପାରିବେ ସଭାପତି ।

BJP party Office Bhubaneswar
BJP party Office Bhubaneswar (ETV Bharat Odisha)

By ETV Bharat Odisha Team

Published : Jan 19, 2025, 7:13 AM IST

ଭୁବନେଶ୍ୱର:ବିଜେପି ସାଙ୍ଗଠନିକ ନିର୍ବାଚନ ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ ସୂଚନା । ରାଜ୍ୟ ସଭାପତି ଭାବେ ମନମୋହନ ରିପିଟ ହେବା ନେଇ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମନମୋହନ । ଦଳର ନିୟମ ଅନୁଯାୟୀ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା କରାଯିବ ବୋଲି ତିନି ଦିନିଆ ଦିଲ୍ଲୀ ଗସ୍ତରୁ ଫେରି କହିଛନ୍ତି ରାଜ୍ୟ ବିଜେପି ସଭାପତି ।

ରିପିଟ ହେବେନି ମନମୋହନ ସାମଲ !

BJP leader Manmohan Samal Reacts on bjp state president election (ETV Bharat Odisha)

ତିନିଦିନ ଧରି ଦିଲ୍ଲୀରେ ବୈଠକ ପରେ ଶନିବାର ଓଡ଼ିଶା ଫେରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଫେରି ସେ ବଡ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ବିଜେପି ରାଜ୍ଯ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଏକ ନିରନ୍ତର ପ୍ରକ୍ରିୟା । ଦଳର ନିୟମ ଅନୁସାରେ ଲଗାତର ଦୁଇଥର ଜଣେ ସଭାପତି ରହିପାରିବେ । ଦୁଇ ଥର ସଭାପତି ଦାୟିତ୍ଵରେ ରହିବା ପରେ ବ୍ରେକ ନେଇ ପୁଣି ଥରେ ସଭାପତି ହୋଇପାରିବେ । ଦଳର ସଙ୍ଗଠନ ଏନେଇ ନିଷ୍ପତ୍ତି ନେବ । "

ସାଙ୍ଗଠନିକ ନିର୍ବାଚନକୁ ନେଇ ମନମୋହନଙ୍କ ବଡ ସୂଚନା:

ସେହିପରି ରେସରେ ଆଗରେ ଥିବା ନେଇ ଚର୍ଚ୍ଚା ଉପରେ ସେ କହିଛନ୍ତି,"ଆମ ଦଳରେ କେହି ରେସରେ ନଥାନ୍ତି । ଦଳୀୟ ସଙ୍ଗଠନର ଶୀର୍ଷ ନେତୃତ୍ଵ ଏହାକୁ ନେଇ ଶେଷ ନିଷ୍ପତ୍ତି ନେବେ । ସଭାପତି କିଏ ହେବେ ସେକଥା ସ୍ଥିର ହେଲା ପରେ ଜଣାପଡିବ । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ସୁରଖୁରରେ ଚାଲିଛି । ତିନି ବର୍ଷରେ ଥରେ ସାଙ୍ଗଠନିକ ନିର୍ବାଚନ ହୁଏ । ସାଙ୍ଗଠନିକ ପ୍ରକ୍ରିୟା ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଠିକ ସମୟରେ ଜିଲ୍ଲା ସଭାପତି ଚୟନ ହେବେ ।"

ରାଜ୍ୟ ସଭାପତି ଚୟନକୁ ନେଇ ଦିଲ୍ଲୀରେ ବୈଠକ

ସେପଟେ ରାଜ୍ୟ ସଭାପତି ଚୟନକୁ ନେଇ ଦିଲ୍ଲୀରେ ରାଜ୍ୟ ନେତାଙ୍କ ବଡ଼ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସଭାପତି, ରାଜ୍ୟ ପ୍ରଭାରୀ ଓ କୋର କମିଟିର ମାନସ ମନ୍ଥନ ହୋଇଛି । ଜିଲ୍ଲା ସଭାପତି ନେଇ ମଧ୍ୟ ଆଲୋଚନା କରାଯାଇଥିବା ସୂଚନା ରହିଛି । ରାଜ୍ୟରେ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା ହେବା ସହ ନୂଆ ମଙ୍ଗୁଆଳ କିଏ ହେବ ତାକୁ ନେଇ ଆଲୋଚନା ହୋଇଥିବା ସୂଚନା ରହିଛି ।

ଏହାମଧ୍ୟ ପଢନ୍ତୁ...

କିଏ ରାଜ୍ୟ BJPର ପରବର୍ତ୍ତୀ ସଭାପତି: ନୂଆ ଚେହେରା ନା ମନମୋହନ ରିପିଟ୍

ଶଙ୍ଖ ଭବନ: ଦଳୀୟ କାର୍ଯ୍ୟାଳୟ ନା ହୋଟେଲ ପଚାରିଲା BJP, ଖାଇକି ଯାଆନ୍ତୁ BJDର ଜବାବ

କିଏ ହେବେ PCC ସଭାପତି? ସପ୍ତଗିରି ଏବଂ ଭକ୍ତଙ୍କୁ ତାରାଙ୍କ ସମର୍ଥନ

ଅନ୍ୟପଟେ ଗତ 15 ତାରିଖ ମଧ୍ୟରେ ବିଜେପି ଜିଲ୍ଲା ସଭାପତିଙ୍କ 50 ପ୍ରତିଶତ ନାଁ ଫାଇନାଲ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାପୂର୍ବରୁ ମଣ୍ଡଳ ଓ ବୁଥ ସଭାପତି ନିର୍ବାଚନ ଶେଷ ହୋଇଛି । ନିୟମ ଅନୁସାରେ 50 ପ୍ରତିଶତ ଜିଲ୍ଲା ସଭାପତି ନାଁ ଚୂଡାନ୍ତ ପରେ ରାଜ୍ୟ ସଭାପତି ବଛାଯିବ । ଏହାପରେ ନୂଆ ସଭାପତି ହେବାପରେ ଅନ୍ୟ ଜିଲ୍ଲା ସଭାପତି ଚୂଡାନ୍ତ କରିବେ । ଦଳ ଚଳିତ ଥର ସଭାପତି ପାଇଁ ବୟସ ସୀମା ମଧ୍ୟ ଧାର୍ଯ୍ୟ ହୋଇଛି । ଯେଉଁଥିରେ 35 ରୁ 45 ମଣ୍ଡଳ ସଭାପତି ଥିବାବେଳେ 45 ରୁ 60 ଜିଲ୍ଲା ସଭାପତି ପାଇଁ ବୟସ ସୀମା ଧାର୍ଯ୍ୟ କରିଛି ଦଳ । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଦଳ ତୃଣମୂଳ ସ୍ତରରୁ ନୂଆ ଟିମ ତିଆରି କରୁଛି ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details