ଓଡିଶା

odisha

ETV Bharat / politics

ମୁଁ ମାଆ ମାନଙ୍କ ସହିତ ସବୁବେଳେ ଅଛି: ପୃଥ୍ଵୀରାଜ ହରିଚନ୍ଦନ - Odisha Assembly Election 2024 - ODISHA ASSEMBLY ELECTION 2024

Odisha Assembly Election 2024: ଚିଲିକା ନିର୍ବାଚନ ମଣ୍ଡଳୀର ଗମ୍ଭାରୀମୁଣ୍ଡାରେ ଏକତ୍ରିତ ହେଲେ ବାଣପୁର ବ୍ଲକ ମହିଳା । ବିଜେପି ପକ୍ଷରୁ ଆୟୋଜିତ ହେଲା ମହିଳା ସମାବେଶ। ଅଧିକ ପଢ଼ନ୍ତୁ,

Odisha Assembly Election 2024
Odisha Assembly Election 2024 (ETV Bharat Odisha)

By ETV Bharat Odisha Team

Published : May 12, 2024, 10:33 PM IST

Odisha Assembly Election 2024 (ETV Bharat Odisha)

ଖୋର୍ଦ୍ଧା:ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ହାତେଇବା ପାଇଁ ସମସ୍ତ ପ୍ରୟାସକୁ ଆପଣାଉ ଥିବା ଦେଖିବାକୁ ମିଳିଛି । ବିଶେଷକରି ଓଡିଶାକୁ କେନ୍ଦ୍ରୀୟ ବିଜେପି ନେତାଙ୍କ ଘନ ଘନ ଗସ୍ତ ରାଜ୍ୟରେ ବିଜେପି ପ୍ରାର୍ଥୀ ଓ କର୍ମୀଙ୍କ ଉତ୍ସାହକୁ ବଢ଼ାଇଛି । ସେହିଭଳି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ଗମ୍ଭାରୀମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପ ଠାରେ ଆଜି ଭାରତୀୟ ଜନତା ପାର୍ଟିର ବାଣପୁର ବ୍ଲକ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା । ବିଶ୍ବ ମାତୃତ୍ଵ ଦିବସ ଅବସରରେ ସମସ୍ତ ମହିଳା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଥିଲେ ବରିଷ୍ଠ ବିଜେପି ନେତା ତଥା ଚ଼ିଲିକା ବିଧାନସଭା କ୍ଷେତ୍ରର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ।

ଚ଼ିଲିକା ବିଧାନସଭା ଭାଜପା ପ୍ରଭାରୀ ବିକାଶ ପଟ୍ଟନାୟକ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ତଥା ଚି଼ଲିକା ବିଧାନସଭା କ୍ଷେତ୍ରର ଭାଜପା ସଂଯୋଜକ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବିଶିଷ୍ଟ ସମାଜସେବୀ ଡ଼ାଃ ସୁରେନ୍ଦ୍ର ନାଥ ଦାସ ଯୋଗଦେଇ ମୋଦୀ ଗ୍ୟାରେଣ୍ଟି ଓ ମୋଦି ସରକାରଙ୍କ ମହିଳାଙ୍କ ପାଇଁ ଥିବା ସମସ୍ତ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚ଼ନା କରିଥିଲେ । ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚ଼ନ୍ଦନ ମହିଳା ମା’ ଭଉଣୀ‌ ମାନଙ୍କ ସହ ଶୁଭଦ୍ରା ଯୋଜନା ବିଷୟରେ ଆଲୋଚ଼ନା କରିବା ସହ ଓଡ଼ିଶାରେ ଡ଼ବଲ ଇଞ୍ଜିନର ସରକାର ହେବ‌‌ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥଲେ ।

ଏହା ମଧ୍ୟ ପଢ଼ନ୍ତୁ.. ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ: ପୁରୀରେ ରୋଡ଼ ସୋ, ଅନୁଗୋଳ ଓ କଟକରେ ବିଶାଳ ଜନସଭା - PM Modi To Visit Odisha Again

ଏହି ସମାବେଶରେ ମହିଳା ମାନେ ବିକଶିତ ଚ଼ିଲିକା ଓ ପୁରୀ ଗଠନ ନିମନ୍ତେ ଭାଜପା ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇବା‌ ସଂକଳ୍ପ ନେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ । ଚିଲିକା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଅସ୍ତ୍ର କରି ବିଜେପି ବିଜୟ ହେବାକୁ ଲକ୍ଷ୍ୟ ରଖିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଆସନ୍ତା 20ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସୁଛନ୍ତି । ପ୍ରଧାନମନ୍ତ୍ରୀ ପୁରୀରେ ରୋଡ଼ ସୋ କରିବା ସହିତ ଅନୁଗୋଳ ଓ କଟକରେ ବିଶାଳ ଜନସଭା କରିବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଆସନ୍ତା 15 ତାରିଖ ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁ ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ । ଖାଲି ସେତିକି ନୁହେଁ, ପୁଣି ଥରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details