ବାଲେଶ୍ବର:ଚଳିତ ସାଧାରଣ ନିର୍ବାଚନରେ ବାଲେଶ୍ବର ଜିଲ୍ଲା ସୋର ବିଧାନସଭା ଆସନରେ ବିଜେପି ରାଜନୀତି ବେଶ ଚର୍ଚ୍ଚାର ରହିଥିଲା । ବିଜେପିର ବିଧାୟକ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇବା ନିଷ୍ପତ୍ତି ବିଜେପି ପାଇଁ ବିପର୍ଯ୍ୟୟର କାରଣ ହୋଇଥିବା ଜଣାପଡିଛି । ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡି ପ୍ରାର୍ଥୀ ମାତ୍ର 802 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇବା ଏକ ପ୍ରକାର ରାଜନୀତି ଗଣିତ କେଉଁଠି ନା କେଉଁଠି ଭୁଲ ହୋଇଥିବା କଥା ସ୍ପଷ୍ଟ କରୁଛି ।
ଅନ୍ୟପଟେ ସୋର ଅଞ୍ଚଳର ବରିଷ୍ଠ ବିଜେପି ନେତା ଆଶିଷ ଦାସ ତୃତୀୟ ଦଳର ଭୋଟ ବିଜେଡି ଆଡକୁ ଯିବା ଯୋଗୁଁ ଏମିତି ବିପର୍ଯ୍ୟୟ ହୋଇଥିବା କଥା କହିଥିବା ବେଳେ ଏହା ଭିତରେ ବିଜେପି ନେତା ରାକେଶ ମଲ୍ଲିକଙ୍କ କଣ ଭୂମିକା ରହିଥିଲା ତାହା ମଧ୍ୟ ତର୍ଜମାର ବିଷୟ ବସ୍ତୁକୁ ଆସିପାରେ । ସୂଚନାଯୋଗ୍ୟ ଯେ ସୋର ବିଧାନସଭା ଆସନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା ଭିତରେ ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା କରିଥିବା ବେଳେ ସେତେବେଳେ ସୋରର ବିଜେପି ନେତା ତଥା 2019ରେ ନିର୍ବାଚନ ଲଢ଼ିଥିବା ଏବଂ ବିଜେପିର ମଙ୍ଗ ସୋରରେ ସମ୍ଭାଳିଥିବା ରାକେଶ ମଲ୍ଲିକ ରାଜେନ୍ଦ୍ରଙ୍କ ପ୍ରାର୍ଥୀତ୍ବକୁ ନେଇ ବିରୋଧ କରିବା ସହ ପ୍ରାର୍ଥୀ ବଦଳାଇବା ପାଇଁ ଜୋରଦାର ଦାବି କରିଥିଲେ । ମାତ୍ର ଶେଷଦିନ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ମଧ୍ୟ କୌଣସି ପରିବର୍ତ୍ତନ ନ ହେବାରୁ ରାକେଶ ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ...କାହିଁକି ବିଜେଡି ହାତରୁ ଖସିଲା ବାଲେଶ୍ବର ସଦର ଆସନ ? କାରଣ କହିଲେ ନେତା - Balasore Sadar Seat