ନିମାପଡ଼ା:ସତ୍ୟବାଦୀ ଟିକେଟ୍ ଅଙ୍କ ଛିଡ଼ୁନଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।ଏନେଇ କଣାସ ବ୍ଲକ ୫ ନମ୍ବର ଜୋନର ବିଜୁ ଜନତା ଦଳ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ଚଳିତ ନିର୍ବାଚନରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ଲଢିବା ନେଇ ଚର୍ଚ୍ଚା ହେଉଛି । ବିଜୁ ଜନତା ଦଳ ପକ୍ଷରୁ ଉମାଙ୍କୁ ବ୍ରହ୍ମଗିରି ପାଇଁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଏହି ଖବର ଶୁଣି କର୍ମୀମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ହତାଶ ଭାବ । ତେବେ ଉମାଙ୍କୁ ପୁଣି ଥରେ ସତ୍ୟବାଦୀରୁ ଟିକେଟ୍ ଦେବାକୁ ଦାବି କରିଛନ୍ତି ଦଳୀୟ କର୍ମୀ ।
ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକ ୫ ନମ୍ବର ଜୋନରେ ଏନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଣାସ ବ୍ଲକର 'ଆତ୍ମା' ଅଧ୍ୟକ୍ଷ ସଞ୍ଜୟ କୁମାର ଭୋଳଙ୍କ ଡାକରାରେ ୫ ନମ୍ବର ଜୋନ ବିଜେଡିର ସମସ୍ତ ସରପଞ୍ଚ, ନୋମିନି, ୱାର୍ଡ ମେମ୍ବର ଏବଂ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେଡି ସୁପ୍ରିମୋ ପୁଣିଥରେ ଉମା ସାମନ୍ତରାୟଙ୍କୁ ସତ୍ୟବାଦୀରୁ ପାର୍ଥୀ କରିବାକୁ ଦାବି ହୋଇଛି । ସେପରି ହେଲେ ସମସ୍ତ କର୍ମୀମାନେ ଉପକୃତ ହେବେ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ସତ୍ୟବାଦୀ ଟ୍ଵିଷ୍ଟ; ଶଙ୍ଖ ଭବନ ପରେ ନବୀନ ନିବାସକୁ ଗଲା ସଞ୍ଜୟ ଓ ଉମାଙ୍କ କଳି